ଓଡ଼ିଶା ସମାଚାର

ନୂତନ ପର୍ଯ୍ୟଟନ ସ୍ଥଳୀର ପ୍ରସ୍ତାବ ସଂପର୍କିତ ଜିଲ୍ଲା ସ୍ତରୀୟ ବୈଠକ

ନୂତନ ପର୍ଯ୍ୟଟନ ସ୍ଥଳୀର ପ୍ରସ୍ତାବ ସଂପର୍କିତ ଜିଲ୍ଲା ସ୍ତରୀୟ ବୈଠକ

May 10
08:48 2017

କଟକ ୧୦/୦୫/୨୦୧୭(ଓଡ଼ିଶା ସମାଚାର) –କଟକ ଜିଲ୍ଲାରେ ନୂତନ ପର୍ଯ୍ୟଟନ ସ୍ଥଳୀର ପ୍ରସ୍ତାବ ସଂପର୍କିତ ଜିଲ୍ଲା ସ୍ତରୀୟ କମିଟି ବୈଠକ ଏଠାରେ କଟକ ଜିଲ୍ଲାପାଳ ନିର୍ମଳ ଚନ୍ଦ୍ର ମିଶ୍ରଙ୍କ ଅଧ୍ୟକ୍ଷତାରେ ଜିଲ୍ଲାପାଳଙ୍କ ଆବାସିକ କାର୍ଯ୍ୟାଳୟଠାରେ ଅନୁଷ୍ଠିତ ହୋଇଯାଇଛି । କଟକ ଜିଲ୍ଲାର ଏା÷ତିହ୍ୟ, ସଂସ୍କୃତି ଓ ପର୍ଯ୍ୟଟନ ଦୃଷ୍ଟିରୁ ଗୁରୁତ୍ୱ ବହନ କରୁଥିବା ମାହାଙ୍ଗା ବ୍ଲକର ୪ ଗୋଟି ପୀଠ ଯଥା ମାଣିକେଶ୍ୱର ଶିବ ମନ୍ଦିର, ଭଦ୍ରେଶ୍ୱର ଶିବ ମନ୍ଦିର, ବୀରକେଦାରେଶ୍ୱର ମନ୍ଦିର, ବିନୋଦ ବିହାରୀ ମନ୍ଦିର ସ୍ଥଳ, ନିଶ୍ଚିନ୍ତକୋଇଲି ବ୍ଲକର ବ୍ରହ୍ମକ୍ଷେତ୍ର ଭାବେ ପରିଚିତ ବଳଦେବଜୀଉ ମନ୍ଦିର, ସାଲେପୁର ବ୍ଲକର ହନୁମଂଚେଶ୍ୱର ପର୍ବତ, ଟାଙ୍ଗୀ- ଚୋ÷ଦ୍ୱାର ବ୍ଲକର ଉତରେଶ୍ୱର ମନ୍ଦିର ସ୍ଥଳକୁ ପର୍ଯ୍ୟଟନ ସ୍ଥଳୀର ମାନ୍ୟତା ଦେବା ପାଇଁ ସ୍ଥାନୀୟ ଜନସାଧାରଣଙ୍କଠାରୁ ଗୃହୀତ ଆବେଦନପତ୍ରକୁ ଭିତିକରି ଏହି ବୈଠକ ଆହ୍ୱାନ କରାଯାଇଥିଲା । ବୈଠକରେ ଯୋଗଦେଇଥିବା ସଂପୃକ୍ତ ଅଂଚଳର ତହସିଲଦାର, ସ୍ଥାନୀୟ ସରପଂଚ, ପୀଠ ଓ ମନ୍ଦିର ପରିଚାଳନା କମିଟିର କର୍ମକର୍ତା, ଅଂଚଳର ବୁଦ୍ଧିଜୀବୀମାନଙ୍କଠାରୁ ଏହି ସମସ୍ତ ପୀଠଗୁଡିକୁ ପର୍ଯ୍ୟଟନ ସ୍ଥଳୀ କରାଯିବା ପରିପ୍ରେକ୍ଷୀରେ ଜିଲ୍ଲାପାଳ ମତାମତ ଓ ପ୍ରସ୍ତାବ ଗ୍ରହଣ କରିଥିଲେ । ପୀଠଗୁଡିକୁ ଆସୁଥିବା ଦର୍ଶନାର୍ଥୀ, ଏସବୁ ପର୍ଯ୍ୟଟନ ଦୃଷ୍ଟିରୁ କେତେ ଗୁରୁତ୍ୱ ପୂର୍ଣ୍ଣ, ପର୍ଯ୍ୟଟକମାନଙ୍କ ପାଇଁ ଥିବା ଯାତାୟତ ସୁବିଧା, ଭବିଷ୍ୟତରେ ଏହି ପୀଠଗୁଡିକ ପର୍ଯ୍ୟଟନ ସ୍ଥଳୀର ମାନ୍ୟତା ପାଇଲେ ସେହି ସବୁ ଅଂଚଳର ବିକାଶ ଯଥା ରାସ୍ତା ପ୍ରଶସ୍ତିକରଣ, ପରିମଳ, ପାନୀୟ ଜଳ ଯୋଗାଣ ତଥା ପାରିପାଶ୍ୱିର୍କ ବିକାଶ ପାଇଁ ଆନୁଷଙ୍ଗିକ ଭିତିଭୂମି ଓ ନିର୍ମାଣ ନିମନ୍ତେ ସରକାରୀ ଜାଗା ଥିବା ସୁବିଧାକୁ ନଜର ରଖି ପ୍ରସ୍ତାବ ଗୁଡିକୁ ତର୍ଜ୍ଜମା, କ୍ଷେତ୍ର ପରିଦର୍ଶନ ଓ ପରୀକ୍ଷଣ ପରେ ଚୂଡାନ୍ତ ତାଲିକା ସରକାରଙ୍କୁ ଦିଆଯିବା ନେଇ ବୈଠକରେ ଜିଲ୍ଲାପାଳ ପ୍ରକାଶ କରିଥିଲେ । ଜିଲ୍ଲା ପର୍ଯ୍ୟଟନ ଅଧିକାରୀ ଶ୍ରୀମତୀ ରୀନା ରଥଙ୍କ ଆବାହନ ଓ ପରିଚାଳନାରେ ଅନୁଷ୍ଠିତ ଏହି ବୈଠକରେ ଅତିରିକ୍ତ ଜିଲ୍ଲାପାଳ ରଘୁରାମ ଆର୍ ଆୟାରଙ୍କ ସମେତ ମାହାଙ୍ଗା, ସାଲେପୁର, ନିଶ୍ଚିନ୍ତକୋଇଲି ଓ ଟାଙ୍ଗୀ-ଚୋ÷÷ଦ୍ୱାର ବ୍ଲକର ତହସିଲଦାର, ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ନିର୍ବାହୀ ଯନ୍ତ୍ରୀ ଓ ସଂପୃକ୍ତ ଜିଲ୍ଲାସ୍ଥରୀୟ ଅଧିକାରୀମାନେ ଯୋଗଦେଇ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ । ଓଡ଼ିଶା ସମାଚାର

About Author

admin

admin

Related Articles

0 Comments

No Comments Yet!

There are no comments at the moment, do you want to add one?

Write a comment

Write a Comment

2 + two =