ତିର୍ତୋଲ ବ୍ଲକ୍ କାର୍ଯ୍ୟାଳୟ ଠାରେ ଯୁଗ୍ମଜନ ଅଭିଯୋଗ ଶୁଣାଣି ଶିବିର ।

 ଜଗତସିଂହପୁର ୦୧ /୦୧/୨୦୨୪ (ଓଡ଼ିଶା ସମାଚାର/ଦୀପ୍ତିରଂଜନ କାନୁନଗୋ)-ଆଜି ଜଗତସିଂହପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ଯୁଗ୍ମଜନ ଅଭିଯୋଗ ଶୁଣାଣି ଶିବିର  ତିର୍ତୋଲ ବ୍ଲକ୍ କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ହୋଇଯାଇଅଛି । ଏହି ଅଭିଯୋଗ ଶିବିରରେ ଉପସ୍ଥିତ ରହି ଜିଲ୍ଲାପାଳ ଶ୍ରୀମତୀ ପାରୁଲ ପଟାୱରୀ,ଭା.ପ୍ର.ସେ.ଜନସାଧାରଣଙ୍କ ବିଭିନ୍ନ ଆପତି ଅଭିଯୋଗର ଶୁଣାଣି କରିଥିଲେ । ଆଜି ମୋଟ ୬୦ଟି ଅଭିଯୋଗ ପଂଜିକୃତ ହୋଇଥିଲା । ସେଥି ମଧ୍ୟରୁ ବ୍ୟକ୍ତିଗତ ସମସ୍ୟା ସଂପର୍କିୟ ୫୧ଗୋଟି ଅଭିଯୋଗ,ଗୋଷ୍ଠୀଗତ ସମସ୍ୟା ସଂପର୍କୀୟ/ଗ୍ରାମ୍ୟ ସମସ୍ୟା ସଂପର୍କୀୟ ୦୯ଟି,ବ୍ୟକ୍ତିଗତ ଅଭିଯୋଗ ମଧ୍ୟରୁ ରେସନ କାର୍ଡ ସମସ୍ୟା ସଂପର୍କୀୟ ୧୨ଟି, ଆବାସ ଯୋଜନା ସମସ୍ୟା ସଂପର୍କୀୟ୦୦ଟି,ଜମିଜମା ସମସ୍ୟା ସଂପର୍କୀୟ ୧୧ଟି,ଭତା ପାଇବା ପାଇଁ ୦୦ଟିି,ପୋଲିସ ସହାୟତା ପାଇବା ପାଇଁ ୦୨ଟି,ରେଡ୍ କ୍ରସ୍ ପାଣିରୁ ସହାୟତା ପାଇବା ପାଇଁ ୦୧ଟି, ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣିରୁ ସହାୟତା ପାଇବା ପାଇଁ ୦୧ଟି ଏବଂ ଅନ୍ୟାନ୍ୟ୦୫ଟି ଅଭିଯୋଗର ଶୁଣାଣି କରାଯାଇଥିଲା ା ୧୯ଟି ଅଭିଯୋଗର ତତ୍କାଳ ଫଇସଲା କରାଯାଇଥିଲା । ଏହି ମିଳିତ ଜନ ଅଭିଯୋଗ ଶୁଣାଣି ଶିବିରରେ ଆରକ୍ଷୀ ଅଧିକ୍ଷକ ଶ୍ରୀ ରାହୁଲ ପି.ଆର୍,ମୁଖ୍ୟ ବିକାଶ-ତଥା- ନିର୍ବାହୀ ଅଧିକାରୀ,ଜିଲ୍ଲା ପରିଷଦ ଶ୍ରୀ ରବିନାରାୟଣ ଜେଠୀ, ଉପ-ଜିଲ୍ଲାପାଳ ଶ୍ରୀ ପ୍ରଦୀପ କୁମାର ସାହୁ, ଗୋଷ୍ଠି ଉନ୍ନୟନ ଅଧିକାରୀ, ତିର୍ତୋଲ ଶ୍ରୀ ତପନ କୁମାର ସେନାପତି, ତହସିଲଦାର, ତିର୍ତୋଲ ଶ୍ରୀ ସତ୍ୟଜିତ୍ ମହାପାତ୍ର, ଜିଲ୍ଲାସ୍ତରୀୟ ଅଧିକାରୀ, କ୍ଷେତ୍ରୀୟ ଅଧିକାରୀ, ବ୍ଲକସ୍ତରୀୟ ଅଧିକାରୀ ପ୍ରମୁଖ ଉପସ୍ଥିତ ରହି ଜନସାଧାରଣଙ୍କର ଆପତି ଅଭିଯୋଗ ଶୁଣାଣି କରିଥିଲେ ।

Leave a Reply

Your email address will not be published. Required fields are marked *