ଆଇନୀଜୀବୀଙ୍କ ସ୍ମୁତିରେ ଶ୍ରଦ୍ଧାଞ୍ଜଳି ସଭା

ମାହାଙ୍ଗା,୦୧ /୦୧/୨୦୨୪ (ଓଡିଶା ସମାଚାର /ଅଭୟ ଜେନା )ବିଶିଷ୍ଟ ସମାଜସେବୀ, ଓଡିଶା ଉଚ୍ଚ ନ୍ୟାୟାଳୟର ବରିଷ୍ଠ ଆଇନୀଜୀବୀ, ପ୍ରତିଷ୍ଠିତ ମଞ୍ଚ ଅଭିନେତା ସ୍ବର୍ଗତ ସିଦ୍ଧେଶ୍ବର ମହାନ୍ତିଙ୍କ ଦ୍ଵାଦଶାହ ତିଥିରେ ମାହାଙ୍ଗା ବ୍ଲକ ସମସରପୁର ସ୍ଥିତ ଭଗବାନ ନୋଡାଲ ବିଦ୍ୟାଳୟ ପ୍ରାଙ୍ଗଣରେ ଏକ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଯାଇଛି । ଶିକ୍ଷାବିତ ଅଶୋକ କୁମାର ମହାନ୍ତିଙ୍କ ସଭାପତିତ୍ୱରେ ଆୟୋଜିତ ଏହି ସ୍ମୁତି ସମାରୋହରେ ଶିକ୍ଷାବିତ ଶାନ୍ତିଲତା ଦେବୀ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ । ସମ୍ମାନିତ ଅତିଥି ଭାବେ ଶିକ୍ଷାବିତ ବଂଶୀଧର ରାଉତ ,ମୁଖ୍ୟବକ୍ତା ସାମ୍ବାଦିକ ତଥା ସାହିତ୍ୟିକ ଅଖିଳେଶ ମହାନ୍ତି,ସମ୍ମାନିତ ଅତିଥି ଭାବେ ସମାଜସେବୀ ପ୍ରଶାନ୍ତ ପଟ୍ଟନାୟକ, ଆଡ଼ଭୋକେଟ ଅଜିତ ତ୍ରିପାଠୀ, ଶିକ୍ଷାବିତ ଅଲେଖ ଚନ୍ଦ୍ର ଦାସ, କବି ଧନେଶ୍ୱର ପ୍ରଧାନ ପ୍ରମୁଖ ଅତିଥିଭାବେ ଯୋଗଦେଇ ସ୍ବର୍ଗତ ସିଦ୍ଧେଶ୍ୱରଙ୍କ ବହୁମୁଖୀ ଜୀବନାଦର୍ଶ ଉପରେ ଆଲୋକପାତ କରିବା ସହିତ ଫଟୋ ଚିତ୍ରରେ ପୁଷ୍ପାର୍ର୍ଘ୍ୟ ଅର୍ପଣ କରିଥିଲେ ।
ଗୌରୀ ଶଙ୍କର ୟୁଥ କ୍ଲବ ଓ ବିରୂପା ପୂଜ୍ୟ ପୂଜା ପ୍ରତିଭା ସଂସଦର ମିଳିତ ସହଯୋଗରେ ଅନୁଷ୍ଠିତ ଏହି ଉତ୍ସବରେ ସର୍ବଶ୍ରୀ ଭରତ କୁମାର ବେହେରା, ଅନଙ୍ଗ କୁମାର ପାଢୀ,ଦେବେନ୍ଦ୍ର ମହାନ୍ତି, ଅରବିନ୍ଦ ମହାନ୍ତି, ଉମାକାନ୍ତ ମହାନ୍ତି, ଆଇନୀଜୀଵୀ ସୁଶାନ୍ତ କୁମାର ମହାନ୍ତି, ରବି ନାରାୟଣ ମହାନ୍ତି, ବିଭୁତି ଭୂଷଣ ଦାସ, ସାମ୍ବାଦିକ ସୁବ୍ରତ କୁମାର ମହାନ୍ତି, ସଂଜୀବ ମହାନ୍ତି ପ୍ରମୁଖ ଯୋଗଦେଇ ସଂସ୍କୃତି ପ୍ରେମୀ ସିଦ୍ଧେଶ୍ୱର ମହାନ୍ତିଙ୍କ ବହୁମୁଖୀ ପ୍ରତିଭା ସମ୍ପର୍କରେ ବକ୍ତବ୍ୟ ପ୍ରଦାନ କରିଥିଲେ । ଏହି ଅବସରରେ ଅଲିଭା ସ୍ମୁତି ଶୀର୍ଷକ ସ୍ମରଣିକା ଉନ୍ମୋଚିତ ହୋଇଥିଲା । ସଂଜୀବ ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ ।

Leave a Reply

Your email address will not be published. Required fields are marked *