ରାଧାନାଥ ଶିକ୍ଷକ ପ୍ରଶିକ୍ଷଣ ପ୍ରତିଷ୍ଠାନ ପୁରାତନ ବ୍ୟାଚ୍ ପକ୍ଷରୁ  ବନ୍ଧୁ ମିଳନ ।

ଯାଜପୁର , ୩୦/୧୨/୨୦୨୩ (ଓଡ଼ିଶା ସମାଚାର /ସୁରେଶ କୁମାର କର )-  ରାଧାନାଥ ଶିକ୍ଷକ ପ୍ରଶିକ୍ଷଣ ପ୍ରତିଷ୍ଠାନ ୧୯୯୨-୯୪ ବ୍ୟାଚ ପକ୍ଷରୁ ସ୍ଥାନୀୟ ଲିଙ୍ଗେଶ୍ୱର ମହାଦେବ ସନ୍ନିକଟ ବୈତରଣୀ ତଟରେ ବନ୍ଧୁମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାର ବରିଷ୍ଟ ଶିକ୍ଷାବିତ୍ ଶିକ୍ଷକ ଡ. ପ୍ରଭଞ୍ଜନ ପତି ଙ୍କ ସଭାପତିତ୍ବ ରେ ସମସ୍ତ ସଦସ୍ୟ ସଦସ୍ୟା ମାନଙ୍କୁ ନେଇ ଏକ ସାଧାରଣ ସଭା ମଧ୍ୟ ଆୟୋଜିତ ହୋଇଥିଲା ।

ଉକ୍ତ ବୈଠକରେ ଦେବକାନ୍ତ ସାହୁ , ଧର୍ମାନନ୍ଦ ମଲ୍ଲିକ , ସରୋଜକାନ୍ତ ସାମନ୍ତରାୟ , ସଞ୍ଜୟ ତ୍ରିପାଠୀ , ଅର୍ଜୁନ କୁମାର ଦାଶ , ବୁଧିରାମ ପୂର୍ତ୍ତି , ମହେନ୍ଦ୍ର ମଲ୍ଲିକ , ଯୁଗଳ ବେହେରା , ଅମର ସେଠୀ, ଲକ୍ଷ୍ମୀଧର ବିଶ୍ୱାଳ , ରଞ୍ଜନ ମୁଦୁଲି , ପ୍ରଫୁଲ୍ଲ କୁମାର ଘଡ଼ାଇ , ରବିନାରାୟଣ ବାରିକ , ନିଳମଣୀ ବେହେରା , ଜିତେନ୍ଦ୍ର ମଲ୍ଲିକ , ଦିବାକର ସାହୁ , କୈଳାସ ଜେନା , ସୁଶାନ୍ତ କୁମାର ରାଉତ , ଦଇତାରୀ ଜେନା , ଗଗନ ବିହାରୀ ରଣା ,ରାଧାମୋହନ ମୁଣ୍ଡା ପ୍ରମୁଖ ଯୋଗ ଦେଇ ନିଜ ନିଜର ମତ ରଖିଥିଲେ ।

ଏହି କାର୍ଯ୍ୟକ୍ରମରେ କୋରେଇ ବ୍ଲକ ଶିକ୍ଷା ଅଧିକାରୀ ସୁଦର୍ଶନ ମଲ୍ଲିକ , ବରୀ ବ୍ଲକ ଶିକ୍ଷା ଅଧିକାରୀ ଶ୍ରୀ ଭିକାରୀ କବି ,ଦଶରଥପୁର ଶିକ୍ଷା ଅଧିକାରୀ ଶ୍ରୀ ଅର୍ନଦା ପ୍ରସାଦ ରଣା  ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ଉକ୍ତ ବନ୍ଧୁ ମିଳନ ଉପରେ ଆଲୋକପାତକରିଥିଲେ । ପରେ ପରେ ସମସ୍ତ ସଦସ୍ୟ ଓ ଅତିଥି ମାନେ ରାଷ୍ଟ୍ରର  ଓ ଶିକ୍ଷାର ଉନ୍ନତି ନିମନ୍ତେ ସମୂହ ଦ୍ଵିପ ଦାନ କରିବା ସହ ପ୍ରସାଦ ସେବନ କରି ଅତିତ ସ୍ମୃତି କୁ ମନେ ପକାଇ ସଭା ଶେଷ କରିଥିଲେ।

Leave a Reply

Your email address will not be published. Required fields are marked *