ଧାନ କିଆରୀରେ ନିଆଁ ଲଗାଇଲେ ଦୁର୍ବୃତ୍ତ,ଜଳିଗଲା ଏକାଧିକ ଏକର ଜମିର ପାଚିଲା ଧାନ 

କଟକ ସଦର,୨୯/୧୨/୨୦୨୩ (ଓଡ଼ିଶା ସମାଚାର/ବିଷ୍ଣୁ ବେହେରା): କିଶନନଗର ଥାନା ଅନ୍ତର୍ଗତ ଈଶାଣିଵ୍ରହ୍ମପୁର, ପ୍ରହରାଜପୁର ଓ ମାଣପୁର ପଞ୍ଚାୟତର ଧାନ କିଆରୀରେ ଆଜି ଶୁକ୍ରବାର ଅପରାହ୍ନରେ କେହି ଦୁର୍ବୃତ୍ତ ନିଆଁ ଲଗାଇ ଦେଵା ଫଳରେ ଏକାଧିକ ଏକର ଜମିର ପାଚିଲା ଧାନ ସମ୍ପୂର୍ଣ୍ଣ ଜଳି ଭସ୍ମୀଭୂତ ହୋଇଯାଇଛି। ନିଆଁ ଲଗାଇଵାର କାରଣ ଅସ୍ପଷ୍ଟ ଥିବା ବେଳେ ଖଵର ପାଇ ରଘୁନାଥପୁର ରୁ ଦୁଇଟି ଦମକଳ ଆସି ଅନ୍ୟ ସଵୁ କିଆରୀକୁ ବ୍ୟାପୁଥିବା ନିଆଁକୁ ଆୟତ୍ତ କରିଥିଲେ। ଖଵର ପାଇ ଉତ୍କଳ ବିକାଶ ପରିଷଦର ସଭାପତି ତଥା କଟକ ସଦର ଵିଜେପି ଯୁବ ନେତା ଇଂ ପ୍ରକାଶ ଚନ୍ଦ୍ର ସେଠୀ ଘଟଣା ସ୍ଥଳକୁ ଯାଇ କ୍ଷତିଗ୍ରସ୍ତ ଧାନ କିଆରୀ ବୁଲି ଦେଖିବା ସହିତ କ୍ଷତିଗ୍ରସ୍ତ ଚାଷୀଙ୍କୁ ସାନ୍ତ୍ୱନା ଜଣାଇଥିଲେ। ଏଥିସହିତ ଇଂ ସେଠୀ କ୍ଷତିଗ୍ରସ୍ତ ଚାଷୀଙ୍କୁ ଉପଯୁକ୍ତ କ୍ଷତିପୂରଣ ଦେଵା ସହିତ ନିଆଁ ଲଗାଇ ଥିବା ଦୁର୍ବୃତ୍ତଙ୍କ ଵିରୁଧରେ ଦୃଢ କାର୍ଯ୍ୟନୁଷ୍ଠାନ ଦାବି କରିଛନ୍ତି ।

Leave a Reply

Your email address will not be published. Required fields are marked *