କଟକ ସଦର ବ୍ଲକ ସ୍ତରୀୟ ଉଦ୍ୟାନ କୃଷି ତାଲିମ ଓ ଦକ୍ଷତା ବିକାଶ କର୍ମଶାଳା

କଟକ ସଦର, ୨୯/୧୨/୨୦୨୩ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): ଉଦ୍ୟାନ କୃଷି ଉପନିର୍ଦ୍ଦେଶକ କଟକଙ୍କ ପକ୍ଷରୁ ରାଜ୍ୟ ଯୋଜନା ଆନୁକୁଲ୍ୟରେ କଟକ ସଦର ବ୍ଲକ ସ୍ତରୀୟ ଉଦ୍ୟାନ କୃଷି ତାଲିମ ଓ ଦକ୍ଷତା ବିକାଶ କର୍ମଶାଳା ଆଜି ଶୁକ୍ରବାର ଦିନ ଯଶପଡା ପଞ୍ଚାୟତ ଗିରିଧାରୀ ମଠ ପରିସରରେ ଅନୁଷ୍ଠିତ ହୋଇଯାଇଛି। ଏହି ଉପଲକ୍ଷେ ସଦର ବ୍ଲକ ସହକାରୀ ଉଦ୍ୟାନ କୃଷି ଅଧିକାରୀ ଦେଵୀ ପ୍ରସାଦ ରାଉତଙ୍କ ପୈ। ରୋହିତ୍ୟରେ ଆୟୋଜିତ କର୍ମଶାଳାକୁ କଟକ ସଦର ବିଧାୟକ ଚନ୍ଦ୍ର ସାରଥି ବେହେରା ଉଦଘାଟନ କରି ସ୍ୱାବଲମ୍ବୀ ହେଵା ପାଇଁ ଉଦ୍ୟାନ କୃଷି ର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଥିଲେ। ଏଥିରେ ଅନ୍ୟମାନଙ୍କ ମଧ୍ୟରେ ସ୍ଥାନୀୟ ଜିଲ୍ଲା ପରିଷଦ ସଭ୍ୟା ତଥା କଟକ ଜିଲ୍ଲା ପରିଷଦ ଉପାଧ୍ୟକ୍ଷା ସୁଭଦ୍ରା ଦାସ, ଉଦ୍ୟାନ କୃଷି ଉପନିର୍ଦ୍ଦେଶକ କଟକ ଡ଼ଃ ଜୟନ୍ତ କୁମାର ନାୟକ, ଉଦ୍ୟାନ କୃଷି ଅଧିଦର୍ଶକ ଚିତ୍ତରଂଜନ ସାହୁ,ସଦର ବ୍ଲକ ‘ଆତ୍ମା’ସଭାପତି ରଜନୀ କାନ୍ତ ସାହୁ, ବ୍ଲକ କୃଷି ଅଧିକାରିଣୀ ଜାଫନା ରାୟ ପ୍ରମୁଖ ଯୋଗ ଦେଇଥିଲେ।

Leave a Reply

Your email address will not be published. Required fields are marked *