ବାଲିଗୁଡା ଗାୟତ୍ରୀ ପରିବାର ପକ୍ଷରୁ ଶୀତ ବସ୍ତ୍ର ବଣ୍ଟନ 

ବାଲିଗୁଡା,୨୮/୧୨/୨୩(ଓଡିଶା ସମାଚାର/ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲାରେ ଅତ୍ୟଧିକ ଥଣ୍ଡା ଯୋଗୁଁ ଗରିବ ଲୋକଙ୍କ ଜନଜୀବନ ଉପରେ ଅଧିକ ପ୍ରଭାବ ପକାଉଥିବା ବେଳେ ଅଖିଳ ବିଶ୍ଵ ଗାୟତ୍ରୀ ପରିବାର ବାଲିଗୁଡା ଶାଖା ପକ୍ଷରୁ ଟାଉନର ପଣସପଡି ଓ ଦଣ୍ଡପଦର ଠାରେ ଶାନ୍ତି କୁଞ୍ଜ ହରିଦ୍ଵାର ଦ୍ଵାରା ପରିଚାଳିତ ଦେବ ସଂସ୍କୃତି ବିଶ୍ୱ ବିଦ୍ୟାଳୟ ର ଚାରିଜଣ ଛାତ୍ରୀ ଶକ୍ତିମୟୀ ,ଆଞ୍ଚଲ ,ନେହା ,ଓ ତିନୁ ଯୁଗ ନିର୍ମାଣ କାର୍ଯ୍ୟକ୍ରମ ରେ ଯୋଗ ଦେଇ ଗାୟତ୍ରୀ ମହାମନ୍ତ୍ର ର ବିଶ୍ଳେଷଣ ଏବଂ ଏହାର ଉପଯୋଗୀତା ବୈଜ୍ଞାନିକ ଦୃଷ୍ଟି କୋଣ ସହ ନିଶା ନିବାରଣ ସମ୍ପର୍କରେ ବୁଝାଇ ଶୀତ ବସ୍ତ୍ର ବଣ୍ଟନ କରିଥିଲେ । ଏହି ସଂସ୍କାର କାର୍ଯ୍ୟକ୍ରମ କୁ “ଆସନ୍ତୁ ଗଢିବା ସଂସ୍କାର ବାନ ପିଢି” ନାମରେ ବ୍ୟାପକ ଭାବେ ପ୍ରଚଳନ ଉପରେ କହିବା ସହ ପଣସପଡି ମଣ୍ଡପ ଠାରେ ୩୫ ଜଣ ଓ ଦଣ୍ଡପଦର ଠାରେ ୫୫ ଜଣ ଗରିବ ପରିବାରକୁ ଶୀତ ବସ୍ତ୍ର ବଣ୍ଟନ କରିଥିଲେ । ଏହି ଆଧ୍ୟତ୍ମିକ କାର୍ଯ୍ୟକ୍ରମ କୁ ଶକ୍ତିପୀଠ ମୁଖ୍ୟଟ୍ରଷ୍ଟି ଅନ୍ତର୍ଯ୍ୟାମି ବେହେରା ,ପୂଜକ ପ୍ରମୋଦ ଭାଇ , ଜଗନ୍ନାଥ ବେହେରା ,ବିରୁପାକ୍ଷ ଦାସ, ଗୋପାଳ ପଟ୍ଟନାୟକ ସମେତ ବହୁ ସଂଖ୍ୟକ ଗାୟତ୍ରୀ ପରିଜନ ପ୍ରମୁଖ ଉପସ୍ଥିତ ରହି ପରିଚାଳନାରେ ସହଯୋଗ କରିଥିଲେ ।

Leave a Reply

Your email address will not be published. Required fields are marked *