ରାଜ୍ୟ ସରକାରଙ୍କର ପୂର୍ତ ବିଭାଗର ପୂର୍ବତନ ଚିଫ ଇଂଜିନିୟର ତଥା ଏସ. ଜେ. ଡେଭେଲପରର ପରିଚାଳନା ନିର୍ଦେଶକ ଧର୍ମପ୍ରସାଦ ମିଶ୍ରଙ୍କ ପରଲୋକ

ଭୁବନେଶ୍ୱର, ୨୭/୧୨/୨୦୨୩ (ଓଡ଼ିଶା ସମାଚାର/ଦୀପ୍ତିରଂଜନ କାନୁନଗୋ)- ରାଜ୍ୟ ସରକାରଙ୍କର ପୂର୍ତ ବିଭାଗର ପୂର୍ବତନ ଚିଫ ଇଂଜିନିୟର ତଥା ଏସ. ଜେ. ଡେଭେଲପରର ପରିଚାଳନା ନିର୍ଦେଶକ ଧର୍ମପ୍ରସାଦ ମିଶ୍ରଙ୍କ ୮୩ ବର୍ଷ ବୟସରେ ସ୍ଥାନୀୟ ଏକ ଘରୋଇ ଚିକିତ୍ସାଳୟରେ ବହୁଦିନଧରି ବାର୍ଦ୍ଧକ୍ୟ ଜନିତ ରୋଗରେ ଆକ୍ରାନ୍ତଥିଲେ । ଗତ ମଙ୍ଗଳବାର ସନ୍ଧ୍ୟା ୬.୨୦ ମିନିଟ ସମୟରେ ଘରୋଇ ଚିକିତ୍ସାଳୟରେ ପରଲୋକ ଘଟିଛି । ଅବସର ପରେ ସ୍ବର୍ଗତ ମିଶ୍ର ରାଜ୍ୟ ସରକାରଙ୍କର ଶ୍ରୀମନ୍ଦିର ଓ ସ୍ୱର୍ଗ ଦ୍ଵାରର ରକ୍ଷଣା ବେକ୍ଷଣ କାର୍ୟ୍ୟ ସହିତ ପ୍ରତ୍ନତତ୍ୱ ବିଭାଗ ସହିତ ଦୀର୍ଘ ବର୍ଷ ଧରି ଅବୈତନିକ ଭାବେ କାର୍ୟ୍ୟ କରି ଆସୁଥିଲେ । ଶ୍ରୀ ଜଗନ୍ନାଥ ମନ୍ଦିରରର ପୂର୍ବ କୀର୍ତ୍ତିରାଜି ମାନଙ୍କୁ ଶରଙ୍ଖିତ କରି ରଖିବା ପାଇଁ ତାଙ୍କର ଯଥେଷ୍ଟ ଉଦ୍ୟମ ଥିଲା । ଜଣେ ମିଷ୍ଟଭାଷୀ ଧର୍ମପରାୟଣ କର୍ମଠ ବ୍ୟକ୍ତି ଭାବରେ ପରିଚିତ । ପ୍ରତ୍ନତତ୍ୱ ବିଭାଗ ଦ୍ୱାରା ପୁରୀ ଶ୍ରୀମନ୍ଦିର କାର୍ୟ୍ୟ ହେଉ କି ସ୍ୱର୍ଗଦ୍ୱାର ନବୀକରଣ କାର୍ୟ୍ୟ ହେଉଏପରି ଅନେକ କାର୍ୟ୍ୟ ତାଙ୍କର ପରାମର୍ଶ ତଥା ଅବଦାନ ନିଶ୍ଚିତ ଭାବରେ ଓଡିଶା ବାସୀଙ୍କ ପାଇଁ ସ୍ମରଣୀୟ ହୋଇ ରହିବ । ଅଧୁନା ଏସ.ଜେ.ଡେଭଲପରର ପରିଚାଳନା ନିର୍ଦେଶକ ଭାବରେ ଭୁବନେଶ୍ୱରରେ ବହୁତଳ ପ୍ରାସାଦ ନିର୍ମାଣ କରି ବହୁ ପ୍ରଂଶସାର ପାତ୍ର ହୋଇଛନ୍ତି । ଆଜି ସକାଳେ ତାଙ୍କର ଶବକୁ ଚନ୍ଦ୍ରଶେଖରପୁର ବାସ ଭବନରୁ ନିଆଯାଇ ପୁରୀ ସ୍ୱର୍ଗଦ୍ୱାରରେ ଶେଷକୃତ୍ୟ ସମ୍ପନ୍ନ କରାଯାଇଛି । ତାଙ୍କର ଜେଷ୍ଠ ପୁତ୍ର ମାତୃଦତ୍ତ ମିଶ୍ର ମୁଖାଗ୍ନି ଦେଇଥିଲେ । ଭାରତ ସରକାରଙ୍କରେ ପୂର୍ବତନ ହାଇ କମିଶନର ମଳୟ ମିଶ୍ର , ଭାଇ ଦେବୀଦତ୍ତ ମିଶ୍ର, ଆଡଭକେଟ ବିଭୁ ପ୍ରସାଦ ତ୍ରିପାଠୀ ସମେତ ପରିବାର ବର୍ଗ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *