ବିଜୁ ଜନତା ଦଳର ୨୭ତମ ପ୍ରତିଷ୍ଠା ଦିବସ ଉପଲକ୍ଷେ ରକ୍ତଦାନ ଶିବିର

ନିଆଳୀ ୨୬/୧୨/୨୦୨୩ (ଓଡ଼ିଶା ସମାଚାର/ଦୀପ୍ତିରଂଜନ କାନୁନଗୋ)-କଣ୍ଟାପଡା ବ୍ଳକ ବିଜୁ ଜନତା ଦଳ ତରଫରୁ ରକ୍ତଦାନ ଶିବିରଅନୁଷ୍ଠିତ ହୋଇଯାଇଛି ।ବିଜୁ ଜନତା ଦଳର ୨୭ତମ ପ୍ରତିଷ୍ଠା ଦିବସ ଉପଲକ୍ଷେ ଜୀବନବିନ୍ଦୁ ଓଡ଼ିଶା ମୋ ପରିବାର ଆନୁକୁଲ୍ୟରେ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର କଣ୍ଟାପଡା ବ୍ଲକ୍ ବିଜୁ ଜନତା ଦଳ ତରଫରୁ ଅଡଶପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଠାରେ (ମଙ୍ଗଳବାର) ସକାଳ- ୮ଘଟିକା ସମୟରେ ଅନୁଷ୍ଠିତ ହୋଇଥିଲା। ଏହି ସ୍ୱେଚ୍ଛାକୃତ ରକ୍ତ ଦାନ ଶିବିରରେ (୧୮୦) ୟୁନିଟ୍ ରକ୍ତ ସଂଗ୍ରହ ହୋଇଥିଲା। ଏଥିରେ ମାନ୍ୟବର ବିଧାୟକ ନିଆଳୀ ତଥା କଟକ ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ପ୍ରଫେସର ଡାକ୍ତର ପ୍ରମୋଦ କୁମାର ମଲ୍ଲିକ ମହୋଦୟଙ୍କ ସହ କଣ୍ଟାପଡା ବ୍ଲକ ବିଜୁ ଜନତା ଦଳ ସଭାପତି ତଥା ୮ନଂ ଜୋନ ଜିଲ୍ଲା ପରିଷଦ ପିୟୁସ ରଞ୍ଜନ ମିଶ୍ର,କଣ୍ଟାପଡା ବ୍ଲକ ପୂର୍ବତନ ଅଧ୍ୟକ୍ଷ ପ୍ରଦିପ୍ତ କାନୁନଗୋ, କଣ୍ଟାପଡା ବ୍ଲକ ୯ନଂ ଜୋନ ଜିଲ୍ଲାପରିଷଦ କ୍ରିଷ୍ଣାରାଣୀ ବେହେରା, କଣ୍ଟାପଡା ବ୍ଲକ ଆତ୍ମା ଅଧ୍ୟକ୍ଷ ନକୁଳ ରାଉତ, କଣ୍ଟାପଡା ବ୍ଲକ ଯୁବ ବିଜେଡି ସଭାପତି ତଥା ସାଂସଦଙ୍କ ପ୍ରତିନିଧି ବିମାନ ବିହାରି ବେହେରା,କଣ୍ଟାପଡା ବ୍ଲକ ବିଜେଡି ଡିଜିଟାଲ ସମ୍ପାଦକ ପ୍ରିତମ ମହାପାତ୍ର, କଣ୍ଟାପଡା ବ୍ଲକ ସରପଞ୍ଚ ସଂଘ ସଭାପତି ତଥା ବ୍ରାହ୍ମଣବାଟୀ ସରପଞ୍ଚ ସଞ୍ଜୟ ରାଉତରାୟ, କଣ୍ଟାପଡା ବ୍ଲକ ମିଶନ ଶକ୍ତି ସଭାନେତ୍ରୀ ସାରଳା ସାମନ୍ତରାୟ, ବ୍ଲକ ମିଶନ ଶକ୍ତି ସମ୍ପାଦିକା ବିଷ୍ନୁପ୍ରିୟା ପାତ୍ର, ବ୍ରାହ୍ମଣସାଇଲୋ ସରପଞ୍ଚ ତୃପ୍ତିମୟୀ ରାଉତ, ନୂଆଗାଁ ସରପଞ୍ଚ ସୁପ୍ରିୟା ଭୋଇ, ଅଡଶପୁର ସରପଞ୍ଚ ସୁବ୍ରତ ଦାସ, ଉତ୍ତାରଣ ସରପଞ୍ଚ ହେମନ୍ତ ମଲ୍ଲିକ,ଝାରପଡା ସରପଞ୍ଚ ଇତିଶ୍ରୀ ବେହେରା, ଗୋବିନ୍ଦପୁର ସରପଞ୍ଚ ସୁମିତ୍ରା କର, ପାଟସୁନ୍ଦରପୁର ସରପଞ୍ଚ ମାନୁଶ୍ରୀ ମଲ୍ଲିକ, ପୋସ୍ତଳ ସରପଞ୍ଚ ସସ୍ମିତା ଶାସେନୀ, ବ୍ରାହ୍ମଣସାଇଲୋ ସମିତିସଭ୍ୟ ପ୍ରଶାନ୍ତ ପାଢୀ,ଗୋବିନ୍ଦପୁର ସମିତିସଭ୍ୟା ସନ୍ଧ୍ୟାରାଣୀ ଦାସ, ଝାରପଡା ସମିତିସଭ୍ୟ ଜଗନ୍ନାଥ ସାହୁ, ପୋସ୍ତଳ ସମିତିସଭ୍ୟା ସସ୍ମିତା ଦାସ, ଡିମିରି ସମିତିସଭ୍ୟା ପୁଷ୍ପଲତା ବାରିକ, ଅଡଶପୁର ସମିତିସଭ୍ୟା ସୁମିତ୍ରା ଚାତରଙ୍କ ସହ କଣ୍ଟାପଡା ବ୍ଳକ ବିଜୁ ଜନତା ଦଳର ସମସ୍ତ ନେତ୍ରୁମଣ୍ଡଳୀ, ପଞ୍ଚାୟତ ସଭାପତି,ଯୁବ,ଛାତ୍ର, ମହିଳା,ବରିଷ୍ଠ ଓ ବିଜୁ ପ୍ରେମୀ ମାନେ ଉପସ୍ଥିତ ଥିଲେ। ଏଠାରେ ରକ୍ତ ଦାନ କରିଥିବା ବିଜୁ ଜନତା ଦଳର କର୍ମୀ ଏବଂ ରକ୍ତଦାତାମାନଙ୍କୁ ମାନ୍ୟବର ବିଧାୟକ ଧନ୍ୟବାଦ ଜଣାଇଛନ୍ତି।

Leave a Reply

Your email address will not be published. Required fields are marked *