ଚିଲିକା ବିଜୁ ଜନତା ଦଳ ପକ୍ଷରୁ ବିଜେଡି ର ୨୭ ତମ ପ୍ରତିଷ୍ଠା ଦିବସ ପାଳିତ

 ବାଣପୁର ୨୬/୧୨/୨୦୨୩ (ଓଡ଼ିଶା ସମାଚାର/ଦୀପ୍ତିରଂଜନ କାନୁନଗୋ)-ବାଣପୁର ବିଜ୍ଞାପିତ ଅଞ୍ଚଳରେ ଚିଲିକା ବିଜୁ ଜନତା ଦଳ ପକ୍ଷରୁ ବିଜେଡି ର ୨୭ ତମ ପ୍ରତିଷ୍ଠା ଦିବସ ମହା ସମାରୋହ ରେ ପାଳିତ ହୋଇଛି। ଏହି ଅବସରରେ ବାଣପୁର ମାଆ ଭଗବତୀ ଙ୍କ ମନ୍ଦିର ଠାରୁ ବିଜୁ ଜନତା ଦଳ ପକ୍ଷରୁ ବିଶାଳ ଗଣ ଦୌଡ଼ ଆରମ୍ଭ ହୋଇ ବଡ଼ହନ୍ତୁଆଡ ମାଆ ଟିକିରାଇଁ ମନ୍ଦିର ନିକଟରେ ସମାପ୍ତ ହୋଇଥିଲା। ଏଥିରେ ମୁଖ୍ୟ ଅତିଥି  ଭାବେ ରାଜ୍ୟ ସଭା ସାଂସଦ ମାନସ କୁମାର ମଙ୍ଗରାଜ ଯୋଗଦେଇ ଗଣ ଦୌଡ଼ରେ ସାମିଲ ହୋଇଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ଚିଲିକା ପର୍ଯ୍ୟବେକ୍ଷକ ରାଜା ଚକ୍ର , ବିଜ୍ଞାପିତ ଅଞ୍ଚଳର ଅଧ୍ୟକ୍ଷ ମିଟୁ ନାୟକ, ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ଗୋପୀନାଥ ମହାରଣା ଙ୍କ ସମେତ ବାଣପୁର ବ୍ଲକର ବିଭିନ୍ନ ପଞ୍ଚାୟତର ବିଜେଡି ସରପଞ୍ଚ, ସମିତି ସଭ୍ୟ ଓ ବିଜ୍ଞାପିତ ଅଞ୍ଚଳ ପରିଷଦ ପରୁଷଦର ସମସ୍ତ ବିଜେଡି କାଉନସିଲ ଙ୍କ ସମେତ ଚିଲିକା ନିର୍ବାଚନ ମଣ୍ଡଳୀର ବହୁ ବିଜେଡି କର୍ମୀ ସାମିଲ ହୋଇଥିଲେ। ଓ ପରେ  ଶ୍ରୀ ମଙ୍ଗରାଜ  ବାଣପୁର ବିଜ୍ଞାପିତ ଅଞ୍ଚଳ ପରିସର ରେ ଥିବା ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକ ଙ୍କ ପତିମୂର୍ତ୍ତି ରେ ପୁଷ୍ପମାଲ୍ୟ ଅର୍ପଣ କରିବା ସହ ବାଣପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଫଳ ବଣ୍ଟନ କରି ବାଣପୁର ବିଜ୍ଞାପିତ ଅଞ୍ଚଳ ରେ ଦୁଇଟି ବହୁମୁଖୀ ବ୍ୟବହାରିକ ଭବନ ସହିତ  ବିଭିନ୍ନ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିବା ସହ ବାଲୁଗାଁ ଠାରେ ବିଜୁ ଜନତା ଦଳର ଏକ ସଭା ରେ ଯୋଗଦେଇ ସରକାରର ଉନ୍ନତି ମୂଳକ କାର୍ଯ୍ୟ ସମ୍ପର୍କରେ ଆଲୋଚନା କରିଥିଲେ ସାଂସଦ ।

Leave a Reply

Your email address will not be published. Required fields are marked *