ଚନ୍ଦୁ ସାହାଣୀ ଅଲ ଓଡିଶା କ୍ରିକେଟ ଟୁର୍ନାମେଣ୍ଟ

ସମ୍ବଲପୁର କୁ ହରାଇ ଫାଇନାଲ ରେ ନବରଙ୍ଗପୁର

ଜୁନାଗଡ଼, ୨୬/୧୨/୨୦୨୩ (ଓଡ଼ିଶା ସମାଚାର /ରାକେଶ ବେମାଲ) -ଜୁନାଗଡ଼ ଠାରେ ଚାଲି ଥିବା ଚନ୍ଦୁ ସାହାଣୀ ମେମୋରିଆଲ ଅଲ ଓଡିଶା କ୍ରିକେଟ ଟୁର୍ନାମେଣ୍ଟ ରେ ସମ୍ବଲପୁର କୁ ହରାଇ ନବରଙ୍ଗପୁର ଫାଇନାଲ ରେ ପ୍ରବେଶ କରି ଆସନ୍ତା କାଲି ଫାଇନାଲ ରେ ଜୟପୁର ସହ ଖେଳିବ । ଆଜିର ଖେଳ ରେ ସମ୍ବଲପୁର ଟସ ଜିତି ,୨୯.୪ ଓଭର ରେ ୧୦ ଉଇକେଟ ହରାଇ ୧୬୪ ରନ କରିଥିଲେ । ଏହାର ଜବାବ ରେ ନବରଙ୍ଗପୁର ଟିମ ଏକ ସଙ୍ଘର୍ଷମୟ ଖେଳ ରେ ୧୮.୨ ବଲ ରେ ୪ ଉଇକେଟ ବଦଳ ରେ ବିଜୟ ଲକ୍ଷ୍ୟ ହାସଲ କରି ଥିଲେ । ନବରଙ୍ଗପୁର ର ପୂର୍ଣ୍ଣ ମାଝୀ ୪୧ ବଲ ରେ ୮୧ରନ କରି ମେନ ଅଫ ଦି ମ୍ୟାଚ ହୋଇଥିଲେ । ଆଜିର ଖେଳ ରେ ପୂର୍ବତନ ମନ୍ତ୍ରୀ ହିମାଂଶୁ ଶେଖର ମେହେର ମୁଖ୍ୟ ଅତିଥି ଭାବେ ଯୋଗଦାନ କରିଥିବା ବେଳେ ସମ୍ମାନିତ ଅତିଥି ଭାବେ ପୂର୍ବତନ ବ୍ଲକ ଅଧ୍ୟକ୍ଷ ମୋନାଜ ମେହେର ଯୋଗଦାନ କରିଥିଲେ । ନିୟୁ ରେଡ ଷ୍ଟାର କ୍ରିକେଟ କ୍ଲବ ସଭାପତି ହିମାଂଶୁ ଶେଖର ବରାଡ଼, ଉପ ସଭାପତି ସରୋଜ ପଣ୍ଡା ସମ୍ପାଦକ କାଳିନ୍ଦୀ ପାଣିଗ୍ରାହୀ ଓ ଆମ୍ପାୟର ଭାବେ ନିଳୁ ପଣ୍ଡା, ନୀତିଶ ମହାପାତ୍ର ଓ ତୃତୀୟ ଆମ୍ପାୟର ଭାବେ ମାନସ ସାହୁ କାର୍ୟ୍ୟ ତୁଲାଇ ଥିଲେ । କମେଣ୍ଟ୍ରି ରେ ନୀତିସ, ବିନୟ ସାହୁ,ସତୀଶ ପ୍ରଧାନ, ସନ୍ତୋଷ ପୃଷ୍ଟି ଓ ସ୍କୋର ରେ ମୁକେଶ ପୋଡ଼ ଦାୟିତ୍ୱ ତୁଲାଇ ଥିଲେ ।

Leave a Reply

Your email address will not be published. Required fields are marked *