ଓରବରସିଂହ କ୍ରିକେଟ ମ୍ୟାଚ ଉଦଯାପିତ – ଡି ଲାଏନସ ଚାମ୍ପିଅନ

ନିରାକାରପୁର, ୨୫/୧୨/୨୦୨୩ (ଓଡ଼ିଶା ସମାଚାର)- ଖୋରଧା ‌ନିର୍ବାଚନମଣ୍ଡଳୀ, ଓରବରସିଂହ ପଞ୍ଚାୟତ ଲିଗ ସିଜିନ ୦୨ ଆନୁକୂଲ୍ୟରେ ଆୟୋଜିତ କ୍ରିକେଟ ମ୍ୟାଚ ର ଅନ୍ତିମ ପର୍ଯ୍ୟାୟରେ ୧୫ ଓଭର ବିଶିଷ୍ଟ ଖେଳରେ ଏସକେ ଫାଇଟର ବନାମ ଡି ଲାଏନସ ମଧ୍ୟରେ ଅନୁଷ୍ଠିତ ହୋଇ  ନିର୍ଧାରିତ ଓଭର ରେ ଏସକେ ଫାଇଟର ୧୫୦ ରନ ସଂଗ୍ରହ କରିଥିବା ବେଳେ ଡି ଲାଏନସ ୧୮୧ ରନ ସଂଗ୍ରହ କରି ବିଜୟୀ ହୋଇଥିଲେ । ମୁଖ୍ୟ ଅତିଥି ଭାବରେ ରାଜ୍ୟ ବିଜୁ ମହିଳା ଜନତା ଦଳ ବରିଷ୍ଠ ଉପସଭାପତି ବାସନ୍ତୀ ମହାପାତ୍ର ଯୋଗଦେଇ ଅଭିଭାଷଣ ରେ କହିଥିଲେ ଯେ କ୍ରୀଡା ସୁନ୍ଦର ସ୍ୱାସ୍ଥ୍ୟ, ମାନସିକ ସ୍ଥିରତା, ଏକାଗ୍ରତା ଏବଂ ଭାଇଚାରା ଭାବସୃଷ୍ଟି କରିବାସହ ଖେଳ ଓ ଖେଳାଳି ମାନଙ୍କୁ ଉତ୍ସାହିତ କରି ଉଭୟ ଦଳକୁ ଟ୍ରଫି ପୁରସ୍କାର ପ୍ରଦାନ କରି ସମ୍ଭର୍ଦ୍ଧିତ କରିଥିଲେ । ଜୟପ୍ରକାଶ ବରିଷଲ, ୟୁବରାଜ ସିଂହ ଏବଂ ସଚିକାନ୍ତ ପାଇକରାୟ ଖେଳ ପରିଚାଳନା ରେ ପ୍ରମୁଖ ଅଂଶ ଗ୍ରହଣ କରିଥିଲେ ଏବଂ ଅମ୍ପୟାର ଭାବେ ସଞ୍ଜୟ ଜୟସିଂହ ଏବଂ ଶରତ ମହାରଣା କ୍ରୀଡା କୁ ପରିଚାଳନା କରିଥିଲେ  ।

Leave a Reply

Your email address will not be published. Required fields are marked *