ବାଜପେୟୀଙ୍କ ଜନ୍ମ ଦିନକୁ ସୁଶାସନ ଦିବସ ଭାବେ ପାଳନ କଲା କଟକ ସଦର ଭାରତୀୟ ଜନତା ପାର୍ଟି

କଟକ ସଦର,୨୫/୧୨/୨୦୨୩ (ଓଡ଼ିଶା ସମାଚାର/ବିଷ୍ଣୁ ବେହେରା): ଭାରତୀୟ ରାଜନୀତିରେ ସର୍ଵମାନ୍ୟ ରାଷ୍ଟ୍ରଵାଦୀ ନେତା,ଅଜାତଶତୃ ବିକାଶ ପୁରୁଷ,ସ୍ୱର୍ଣ୍ଣ ଚତୁର୍ଭୁଜ ଯୋଜନାର ଜନକ, ଭାରତରତ୍ନ, ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ୱର୍ଗତ ଅଟଳ ବିହାରୀ ବାଜପେୟୀଙ୍କ ଜନ୍ମ ଦିନକୁ ଆଜି ସୋମବାର ଦିନ କଟକ ସଦର ଵିଜେପି ସୁଶାସନ ଦିବସ ଭାବେ ପାଳନ କରିଛି। ଏହି ଉପଲକ୍ଷେ ସଦର ଵିଜେପି ନେତା ଇଂ ପ୍ରକାଶ ଚନ୍ଦ୍ର ସେଠୀଙ୍କ ନେତୃତ୍ୱରେ କାର୍ଯ୍ୟକର୍ତ୍ତା ମାନେ ଈଶାଣିଵ୍ରହ୍ମପୁର ଠାରେ ଥିବା ଜରାନିଵାସ ଆଶ୍ରୟ କୁ ଯାଇଁ ଅନ୍ତେବାସୀଙ୍କୁ ଫଳ ବଣ୍ଟନ କରିଥିଲେ। ଏଥିସହିତ କିଶନନଗର ଠାରେ ଏକ ଶ୍ରଦ୍ଧାଞ୍ଜଳି ସଭା କରି ବାଜପେୟୀଙ୍କ ଫଟୋ ଚିତ୍ରରେ ମାଲ୍ୟାର୍ପଣ କରି ଶ୍ରଧାସୁମନ ଅର୍ପଣ କରିଥିଲେ। ବାଜପେୟୀଙ୍କ ରାଷ୍ଟ୍ର ପ୍ରତି ସମର୍ପିତ ଜୀଵନ ଉପରେ ଆଲୋକପାତ କରି ତାଙ୍କ‌ କାର୍ଯ୍ୟଧାରାକୁ ଆପଣେଇବାକୁ ଉପସ୍ଥିତ କାର୍ଯ୍ୟକର୍ତ୍ତା ମାନଙ୍କୁ ପ୍ରକାଶ ସେଠୀ କହିଥିଲେ। ଏଥିରେ ଅନ୍ୟମାନଙ୍କ ମଧ୍ୟରେ ଗୋକୁଳ ଚନ୍ଦ୍ର ପ୍ରଧାନ, ଅଭିମନ୍ୟୁ ସାହୁ, ସଞ୍ଜୟ ସାହୁ,ବିମଳ ପଣ୍ଡା, ମଣ୍ଡଳ ସଭାପତି ଚିତ୍ତରଂଜନ ସାହୁ, ପୂର୍ବତନ ସଭାପତି ଦେବେନ୍ଦ୍ର ଜେନା, ବାଉରୀବନ୍ଧୁ ମହାନ୍ତି, କେଳୁଚରଣ ମହାଳି, ବେଣୁଧର ବିଶ୍ୱାଳ, ଜାମିନ ମୋହନ ସାହୁ ପ୍ରମୁଖ ବହୁ କାର୍ଯ୍ୟକର୍ତ୍ତା ଯୋଗ ଦେଇଥିଲେ  ।

Leave a Reply

Your email address will not be published. Required fields are marked *