କଟକ ସଦର ଵିଜେପି ପକ୍ଷରୁ ବିଶ୍ୱକର୍ମା ଯୋଜନା କର୍ମଶାଳା

କଟକ ସଦର , ୨୪/୧୨/୨୦୨୩ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିଶ୍ୱକର୍ମା ଯୋଜନାର ସଫଳ ରୂପାୟନ ଓ ଅଧିକରୁ ଅଧିକ ଲୋକେ କିଭଳି ଏହାର ସୁଯୋଗ ନେଇପାରିବେ ସେଥିପାଇଁ କଟକ ସଦର ଵିଜେପି ପକ୍ଷରୁ ଯୁବ ନେତା ଇଂ ପ୍ରକାଶ ଚନ୍ଦ୍ର ସେଠୀଙ୍କ ପରିଚାଳନାରେ ଆଜି ରବିବାର ଦିନ କନ୍ଦରପୁର ମଣ୍ଡଳର କନ୍ଦରପୁର ଉମାକାନ୍ତ ମଣ୍ଡପ ଠାରେ ଏକ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ଏଥିରେ ଅନ୍ୟମାନଙ୍କ ମଧ୍ୟରେ ଅଶୋକ ସାହୁ, ଅଭିମନ୍ୟୁ ସାହୁ, ଅଶୋକ ପଟ୍ଟନାୟକ, ଲକ୍ଷ୍ମୀଧର ଜେନା ପ୍ରମୁଖ ଯୋଗଦେଇ ଯୋଜନା ସମ୍ପର୍କରେ ଆଲୋକପାତ କରିଥିଲେ। ଏହି ଅବସରରେ ପ୍ରକାଶ ସେଠୀଙ୍କ ନେତୃତ୍ୱରେ ପରମହଂସ ପଞ୍ଚାୟତର ଅନେକ ୱ।ର୍ଡ ସଭ୍ୟଙ୍କ ସମେତ ଅନେକ ଅନ୍ୟ ଦଳର କର୍ମୀ ଵିଜେପିରେ ସାମିଲ ହୋଇଥିଲେ  ।

Leave a Reply

Your email address will not be published. Required fields are marked *