ଗତିରାଉତପାଟଣା ସରସ୍ଵତୀ ବିଦ୍ୟାମନ୍ଦିର (ଆବାସିକ)ର ୩୬ ତମ ବାର୍ଷିକୋତ୍ସବ

କଟକ ସଦର , ୨୩/୧୨/୨୦୨୩ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): ଓଡ଼ିଶା ଶିକ୍ଷା ବିକାଶ ସମିତି ଅଧିନସ୍ଥ କଟକ ସଦର ଅନ୍ତର୍ଗତ ଗତିରାଉତପାଟଣା କେଶଵଧାମ ଠାରେ ଅବସ୍ଥିତ ଅଗ୍ରଣୀ ସରସ୍ଵତୀ ବିଦ୍ୟାମନ୍ଦିର (ଆବାସିକ) ର ୩୬ ତମ ବାର୍ଷିକ ମହୋତ୍ସବ ଆଜି ଶନିବାର ଦିନ ପରିଚାଳନା କମିଟି ସଭାପତି ଡ଼ଃ ହେମେନ୍ଦ୍ର ନାରାୟଣ ଦାସଙ୍କ ପୈ।ରୋହିତ୍ୟରେ  ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ପୁରୀ ହରିହରାନନ୍ଦ ଗୁରୁକୂଳ ଆଶ୍ରମର ପୂଜ୍ୟ ସ୍ୱାମୀଜୀ ପରମହଂସ ପ୍ରଜ୍ଞାନନ୍ଦ ମହାରାଜ,ପ୍ରାନ୍ତ ପ୍ରଚାର ପ୍ରମୁଖ,ପୂର୍ଵପ୍ରାନ୍ତ, ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ ରଵି ନାରାୟଣ ପଣ୍ଡା ପ୍ରମୁଖ ଯୋଗ ଦେଇ ଶିକ୍ଷା, ସଂସ୍କୃତି ଓ ସଂସ୍କାର ଉପରେ ଆଲୋକପାତ କରିଥିଲେ। ପ୍ରଧାନ ଆଚାର୍ଯ୍ୟ ସନ୍ତୋଷ କୁମାର ପଣ୍ଡା ସ୍ୱାଗତ ଅଭିଭାଷଣ ରଖିଥିବା ଵେଳେ ସଂପାଦକ ଉମେଶ ଚନ୍ଦ୍ର ଦାଶ ସଂପାଦକୀୟ ଵିଵରଣୀ ପ୍ରଦାନ କରିଥିଲେ। ଏହି ଅବସରରେ ବିଦ୍ୟାମନ୍ଦିରର ମୁଖପତ୍ର ଉନ୍ମୋଚନ ହୋଇଥିବା ବେଳେ ପିଲାଙ୍କ ଦ୍ୱାରା ପରିବେଷଣ ହୋଇଥିବା ସାଂସ୍କୃତିକ କାର୍ଯ୍ୟକ୍ରମ ବେଶ୍ ଉପଭୋଗ୍ୟ ହୋଇଥିଲା। ପରିଚାଳନାରେ ସମସ୍ତ ଗୁରୁଜୀ ଗୁରୁମା ଙ୍କ ସମେତ ସହକାରୀ ପ୍ରଧାନ ଆଚାର୍ଯ୍ୟ ଜୀତେନ୍ଦ୍ର କୁମାର ସାହୁ,ଭରତ ଚନ୍ଦ୍ର ସେନ୍, ଜନ୍ମେଜୟ ମିଶ୍ର, ମନମୋହନ ସାମଲ ପ୍ରମୁଖ ସହାୟତା କରିଥିଲେ  ।

Leave a Reply

Your email address will not be published. Required fields are marked *