ଐତିହ୍ୟ ସୁରକ୍ଷା ଓ ସଚେତନତା ଅଭିଯାନ

ଖୋର୍ଦ୍ଧା,୨୩/୧୨/୨୩(ଓଡିଶା ସମାଚାର/ଦୀପକ ପ୍ରଧାନ)- ଖୋର୍ଦ୍ଧା ଜିଲ୍ଲା ନିରାକାରପୁର ସ୍ଥିତ  କ୍ଷେତ୍ରବାସୀ ଡିଏଭି ମହାବିଦ୍ୟାଳୟ ର ଛାତ୍ର- ଛାତ୍ରୀ ମାନଙ୍କ ଦ୍ବାରା ଡିଆ  ଶ୍ରା ଶ୍ରୀ ବାବା କପିଳେଶ୍ୱର ଦେବଙ୍କ ପ୍ରାଙ୍ଗଣରେ ପହଞ୍ଚି  ଐତିହ୍ୟ ସୁରକ୍ଷା  ସମ୍ପର୍କ ରେ ଏକ ସଚେତନତା କାର୍ଯ୍ୟକ୍ରମ ପାଳିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମ ରେ କ୍ଷେତ୍ରବାସୀ ଡିଏଭି ମହାବିଦ୍ୟାଳୟ ର ଵିଜୁଛାତ୍ର ଜନତା ଦଳର ସଭାପତି କାର୍ତ୍ତିକ ସାମନ୍ତରାୟ ଙ୍କ ଆଵଆହକତ୍ବ ରେ ଏକ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି । ଛାତ୍ର ଛାତ୍ରୀ ମାନେ କ୍ଷେତ୍ରବାସୀ ଡିଏଭି ମହାବିଦ୍ୟାଳୟ ଠାରୁ ହାତରେ  ପ୍ଳାକାର୍ଡ  ଧରି ସ୍ଲୋଗାନ ଦେଇ ନିରାକାରପୁର ବଜାର ମଧ୍ୟ ଦେଇ ଡ଼ିଆ ସ୍ଥିତ ବାବା ଶ୍ର ଶ୍ରୀ କପିଳେଶ୍ୱର ଙ୍କ ପୀଠରେ ପହଞ୍ଚି ସେଠାରେ ଥିବା ପାର୍ଶ୍ଵ ଦେବଦେବୀ ମନ୍ଦିର ଚାରିପଟେ ଥିବା ଏକ ମୂର୍ତ୍ତି ମାନଙ୍କ ଐତିହ୍ୟ ବିଷୟ ରେ କ୍ଷେତ୍ରବାସୀ ଡିଏଭି ମହାବିଦ୍ୟାଳୟ ର ଅବସର ପ୍ରାପ୍ତ ଅଧ୍ୟକ୍ଷ ତଥା ମହାବିଦ୍ୟାଳୟ ପରିଚାଳନା ସଭାପତି ଡଃ ସଂଜୟ କୁମାର ମହାପାତ୍ର ଛାତ୍ର ଛାତ୍ରୀ ମାନଙ୍କୁ ଐତିହ ବିଷୟ ରେ ବୁଝାଇଥିଲେ । ଆଜି ରାଜ୍ୟର ପ୍ରତ୍ୟକ ଧାର୍ମିକ ଅନୁଷ୍ଠାନରେ ଏହି ଐତିହ୍ୟ ସୁରକ୍ଷା ଅଭିଯାନ  ପାଳିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମ କ୍ଷେତ୍ରବାସୀ ଡିଏଭି ମହାବିଦ୍ୟାଳୟ ର ଅଧ୍ୟାପକ ଡ଼ଃ ଜଗଦିଶ କୁମାର କର, ଡ଼ଃ ଅନୁଯା ମିଶ୍ର , ଡ଼ଃ ମାଧବ ମାଝୀ, ଡ଼ଃ ସର୍ବେଶ୍ଵର ଦାଶ, ଡ଼ଃ ଦେବେନ୍ଦ୍ର ପ୍ରଧାନ ପ୍ରମୁଖ ଙ୍କ ପରିଚାଳନା ରେ କରାଯାଇଥିଲା।

Leave a Reply

Your email address will not be published. Required fields are marked *