ଦୟାନିଧି ପ୍ରତିଭା ବିକାଶ ପ୍ରତିଷ୍ଠାନ ପକ୍ଷରୁ ପ୍ରତିଭା ଧରଙ୍କୁ ଦୟାନିଧି ସମ୍ମାନରେ ସମ୍ମାନିତ

କଟକ ସଦର, ୨୨/୧୨/୨୦୨୩ (ଓଡ଼ିଶା ସମାଚାର/ବିଷ୍ଣୁ ବେହେରା): କଟକ ସଦର ଅନ୍ତର୍ଗତ ୪୨ ମୈ।ଜା ପାଟଣାର ଅଗ୍ରଣୀ ସାରସ୍ଵତ ‘ଦୟାନିଧି ପ୍ରତିଭା ବିକାଶ ପ୍ରତିଷ୍ଠାନ ପକ୍ଷରୁ ଆଜି ଶୁକ୍ରବାର ଅପରାହ୍ନରେ ପାରାଵିଲ୍ ଠାରେ ଏକ ସମ୍ବର୍ଦ୍ଧନା ପର୍ବ ଅନୁଷ୍ଠିତ ହୋଇଯାଇଛି। ଏହି ଉପଲକ୍ଷେ ରାଧାମାଧଵ ମନ୍ଦିର ପ୍ରାଙ୍ଗଣରେ ଆୟୋଜିତ ସମାରୋହରେ ପ୍ରତିଷ୍ଠାନର ସଭାପତି ନଳିନୀ ପରିଜାଙ୍କ ପରାମର୍ଶ କ୍ରମେ କାର୍ଯ୍ୟକାରୀ ସଭାପତି ଅଭୟ କୁମାର ଦାସ, ଉପସଭାପତି ଉପେନ୍ଦ୍ର ଵାରିକ ଓ ସଂପାଦକ ନାରାୟଣ ଚନ୍ଦ୍ର ମହାନ୍ତି ପ୍ରମୁଖ ଯୋଗ ଦେଇ ପାରାଵିଲ୍ ଗ୍ରାମ କମିଟିର ସଭାପତି ତଥା ବରିଷ୍ଠ ଶିକ୍ଷାବିତ ଧରଣୀଧର ବେହେରା, କାର୍ଯ୍ୟକାରୀ ସଭାପତି ବରିଷ୍ଠ ଶିକ୍ଷାବିତ ଗୋକୁଳାନନ୍ଦ ବୈଶାଖ, ଉପସଭାପତି ବରିଷ୍ଠ ଶିକ୍ଷାବିତ ଜୟରାମ ପରିଡ଼ା, ସାଧାରଣ ସଂପାଦକ ବରିଷ୍ଠ ସାମ୍ବାଦିକ ବିଷ୍ଣୁ ଚରଣ ବେହେରା, ବରିଷ୍ଠ ଶିକ୍ଷାବିତ ଶାନ୍ତିଲତା ରାଉତରାୟ, ବରିଷ୍ଠ ଶିକ୍ଷାବିତ ତ୍ରୈଲୋକ୍ୟନାଥ ରାଉତରାୟଙ୍କୁ ଉପଢୌକନ ଓ ମାନପତ୍ର ଦେଇ ଦୟାନିଧି ସମ୍ମାନରେ ସମ୍ମାନିତ କରିଥିଲେ। ହେଲେ ସମ୍ବର୍ଦ୍ଧିତ ବ୍ୟକ୍ତିବିଶେଷଙ୍କୁ ସମ୍ବର୍ଦ୍ଧନା ସଭାରେ ସମ୍ବର୍ଦ୍ଧିତ କରାଯିଵା ପ୍ରଥା ପ୍ରଚଳିତ ଥିବା ବେଳେ ଦୟାନିଧି ପ୍ରତିଷ୍ଠାନ ଆଉ ପାଦେ ଆଗକୁ ଯାଇଁ ଗ୍ରାମରେ ପହଞ୍ଚି ପ୍ରତିଭା ଧରଙ୍କୁ ଖୋଜି ସମ୍ବର୍ଦ୍ଧିତ‌ କରିଵାକୁ ନେଇ ସାଧାରଣରେ ପ୍ରଶଂସାର ପାତ୍ର ହୋଇପାରିଛନ୍ତି।

Leave a Reply

Your email address will not be published. Required fields are marked *