ଚନ୍ଦୁ ସାହାଣୀ ମେମୋରିଆଲ କ୍ରିକେଟ : ଜୁନାଗଡ଼ କୁ ହରାଇଲା ନବରଙ୍ଗପୁର

ଜୁନାଗଡ଼, ୨୨/୧୨/୨୦୨୩ (ଓଡ଼ିଶା ସମାଚାର /ରାକେଶ ବେମାଲ)- ଅଲ ଓଡିଶା ଚନ୍ଦୁ ସାହାଣୀ ମେମୋରିଆଲ କ୍ରିକେଟ ଟୁର୍ନାମେଣ୍ଟ ରେ ଟସ ଜିତି ଜୁନାଗଡ଼ ପ୍ରଥମେ ବେଟିଙ୍ଗ କରି ୩୦ ଓଭର ରେ ୯ ଉଇକେଟ ହରାଇ ୧୫୬ ରନ କରିଥିଲେ । ଏହାର ଜବାବ ରେ ନବରଙ୍ଗପୁର ଦଳ ୨୩.୫ ବଲ ରେ ୫ ଉଇକେଟ ହରାଇ ବିଜୟ ହାସଲ କରିଥିଲେ । ଆସନ୍ତା କାଲି ନବରଙ୍ଗପୁର, ଟିଟିଲାଗଡ଼ କୁ ଭେଟିବ । ମେନ ଅଫ ଦି ମେଚ ରବି । ମୁଖ୍ୟ ଅତିଥି ଭାବେ ବିଧାୟକ ଦିବ୍ୟ ଶଙ୍କର ମିଶ୍ର ଓ ଡାକ୍ତର ଭଗବାନ ପଣ୍ଡା ଯୋଗଦାନ କରି ଖେଳାଳି ମାନଙ୍କୁ ଉତ୍ସାହିତ କରିଥିଲେ । ସ୍କୋର ରେ ମୁକେଶ ପୋଡ଼, କମେଣ୍ଟ୍ରି ନୀତିଶ ମହାପାତ୍ର, ମାନସ ସାହୁ, ବିଶ୍ୱ ସାହୁ ଦାୟିତ୍ୱ ତୁଲାଇ ଥିଲେ । ନିୟୁ ରେଡ ଷ୍ଟାର ସ୍ପୋର୍ଟ୍ସ କ୍ଲବ ସଭାପତି ହିମାଂଶୁ ବରାଡ଼, ଉପ ସଭାପତି ସରୋଜ ପଣ୍ଡା, ସମ୍ପାଦକ କାଳିନ୍ଦ୍ରି ପାଣିଗ୍ରାହୀ ଓ ତୃତୀୟ ଅମ୍ପାୟାର ଭାବେ ସମୀର ସାହୁ ଦାୟିତ୍ୱ ତୁଲାଇ ଥିଲେ ।

Leave a Reply

Your email address will not be published. Required fields are marked *