ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭୁବନେଶ୍ୱର ମୁଖ୍ୟ ଯୋଗାଣ ଅଧିକାରୀ ଙ୍କ ଘରେ ଭିଜିଲାନ୍ସ ପକ୍ଷରୁ ଚଢାଉ

ଭୁବନେଶ୍ୱର, ୨୧/୧୨/୨୦୨୩ (ଓଡ଼ିଶା ସମାଚାର)- ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭୁବନେଶ୍ୱର ମୁଖ୍ୟ ଯୋଗାଣ ଅଧିକାରୀ ପ୍ରଶାନ୍ତ ଗନ୍ତାୟତ ଙ୍କ ଘରେ ଭିଜିଲାନ୍ସ ପକ୍ଷରୁ ଚଢାଉ କରାଯାଇଛି। ମୋଟ ୮ଟି ସ୍ଥାନ ଭୁବନେଶ୍ୱର, ବ୍ରହ୍ମପୁରରେ ଥିବା ଘର ଓ କାର୍ଯ୍ୟାଳୟରେ ଚଢାଉ ଜାରି ରହିଛି। ଚଢାଉ ସମୟରେ ଭୁବନେଶ୍ୱରରେ ୩ଟି ବିଲ୍ଡିଂ ଥିବା ଜଣାପଡିଛି। ଜରୁରୀ କାଗଜପତ୍ର ସହ ପୁଳା ପୁଳା ସୁନା ଅଳଙ୍କାର, ନଗଦ ଟଙ୍କା ମଧ୍ୟ ଜବତ କରାଯାଇଛି। ଏହି ଚଢାଉରେ ୮ ଜଣ ଡିଏସପି, ୫ ଇନ୍ସପେକ୍ଟର ଓ ଅନ୍ୟ ଅଧିକାରୀ ସାମିଲ ରହିଛନ୍ତି।

ଭୁବନେଶ୍ୱର ଭିଜିଲାନ୍ସ ସ୍ପେଶାଲ ଜଜ୍‌ଙ୍କ ନିର୍ଦ୍ଦେଶ କ୍ରମେ ଭୁବନେଶ୍ୱର ପାଣ୍ଡରା ସ୍ଥିତ ପ୍ଲଟନମ୍ବର ୧୪୮୫ ସ୍ଥିତ ଗୋଟିଏ ମହଲା ଘର, ୧୪୮୪ରେ ଥିବା ତିନି ମହଲା ଘର, ଭବାନୀପୁରରେ ନୀଲାଚଳ ହାଇଟ୍ସର ବରହମପୁର-୨ରେ ଏକ ଆପାର୍ଟମେଣ୍ଟ, ଭୁବନେଶ୍ୱରର ଚନ୍ଦ୍ରଶେଖରପୁରରେ ଅବସ୍ଥିତ ଏକ ଦୁଇ ମହଲା କୋଠା, ଲକ୍ଷ୍ମୀ ସାଗର କେନାଲ ରୋଡରେ ଥିବା ନୀଳାଚଳ ସିଟିରେ ଏକ ଆପାର୍ଟମେଣ୍ଟ, ଭୁବନେଶ୍ବରରେ ଶ୍ରୀ ଗନ୍ତାୟତଙ୍କ ଅଫିସ୍ ଚାମ୍ବର, ଭୁବନେଶ୍ୱର ୟୁନିଟ ୩ ସ୍ଥିତ ସରକାରୀ ବାସଭବନ ଓ ବ୍ରହ୍ମପୁର ବୈଦନାଥପୁର ସ୍ଥିତ ତାଙ୍କ ପୈତୃକ ଘରେ ଚଢାଉ ଚାଲିଛି।

Leave a Reply

Your email address will not be published. Required fields are marked *