ଗୁରୁବାର ମାଣବସାରେ ଅଘଟଣ — ଅଗ୍ନିକାଣ୍ଡରେ ପ୍ରାୟ ୧୦ ହଜାର କଲେଇ ପୋଡ଼ି ପାଉଁଶ

ନିରାକାରପୁର ୨୧/୧୨/୨୦୨୩ (ଓଡ଼ିଶା ସମାଚାର)- ଆଜି ପବିତ୍ର ଗୁରୁବାର ମାଣବସାରେ ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ବ୍ଲକ ଛଣଗିରି ପଞ୍ଚାୟତ ରମାବିଲି ଗ୍ରାମରେ ଏକ ଅଘଟଣ ଘଟିଛି। କ୍ଷେତ ରୁ ଧାନ କଲେଇ ଆଣି ଅମଳ ପାଇଁ ଖଳା ବାଡ଼ିରେ ଚାଷୀ ରଖିଥିବାବେଳେ କେହି ଦୁର୍ବୃତ୍ତ ଏଥିରେ ଅଗ୍ନି ସଂଯୋଗ କରିବା ଫଳରେ ବର୍ଷକ ର ଆହରରେ ସତେ ଯେମିତି କାହାର ନଜର ପଡ଼ିଗଲା ଭଳି ମନେହେଉଛି। ଗ୍ରାମର ୫ ଜଣ ଚାଷୀ ଏବେ ସର୍ବସ୍ବାନ୍ତ। ସୂଚନାଯୋଗ୍ୟ କି ଗ୍ରାମର ହେମନ୍ତ ଜେନା, ପ୍ରମୋଦ ଜେନା, ସୌରୀ ଜେନା, ସୁକାନ୍ତ ଜେନା, ସନ୍ତୋଷ ରଣସିଂହ ଓ ମଙ୍ଗୁଳି ଜେନା ନିଜର ସୁନାର ଫସଲ ଅମଳ ପାଇଁ ଗ୍ରାମର ଏକ ଧାନ ଖଳାରେ ଆଣି ୧୦ ହଜାର ଧାନ କଲେଇ ଆଣି ରଖିଥିଲେ। କିନ୍ତୁ ଭାଗ୍ୟର ବିଡମ୍ବନା କେହି ଦୁର୍ବୃତ୍ତ ବୁଧବାର ବିଳମ୍ବିତ ରାତିରେ କଳେଇ ଗଦା ରେ ନିଆଁ ଲଗାଇଦେବାରୁ ସମ୍ପୂର୍ଣ ଧାନ କଲେଇ ଗୁଡ଼ିକ ପୋଡ଼ି ପାଉଁଶ ହୋଇଯାଇଛି। ଖବର ପାଇ ଟାଙ୍ଗୀ ଦମକଳ ବାହିନୀ ଘଟଣାସ୍ଥଳରେ ପହଂଚି ନିଆଁ କୁ ଆୟତ କରିବା ସହିତ କ୍ଷୟକ୍ଷତିର ଆକଳନ କରିଛନ୍ତି। ପୋଡ଼ି ଯାଇଥିବା ପ୍ରାୟ ୫୦୦ କୁଇଣ୍ଟାଲ ଧାନ ର ଆନୁମାନିକ ମୂଲ୍ୟ ୧୧ ଲକ୍ଷ ଟଙ୍କା ହେବ ବୋଲି ଜଣାପଡିଛି।

Leave a Reply

Your email address will not be published. Required fields are marked *