ଘରୋଇ କଳିରୁ ମହିଳାଙ୍କ ଜୀବନ ଗଲା

ନିରାକାରପୁର, ୨୦/୧୨/୨୦୨୩ (ଓଡ଼ିଶା ସମାଚାର)- ଖୋର୍ଦ୍ଧା ଜିଲ୍ଲା ଜଂକିଆ ଥାନା ଅନ୍ତର୍ଗତ ଟାଙ୍କୋଳ ଗ୍ରାମର ଜଣେ ମହିଳା ଘରୋଇ କଳି ଯୋଗୁ ମୃତ୍ୟୁ ବରଣ କରିଥିବା ଜଣାପଡିଛି।ସୂଚନା ଯୋଗ୍ୟ କି ଗ୍ରାମର ରବିନ୍ଦ୍ର ଜୟସିଂହ ଙ୍କ ପତ୍ନୀ ସୀତା ଜୟସିଂହ ଗତକାଲି କୌଣସି କାରଣରୁ କଳିକଜିଆ କରି ନଖାଇ ନପିଇ ଉପବାସ ରେ ଶୋଇଥିଲେ। ପରେ ସକାଳୁ ଅସୁସ୍ଥ ହେବାରୁ ପ୍ରଥମେ ପାଟଣା ପରେ ଖୋର୍ଦ୍ଧା ନେଇ ଚିକିତ୍ସା କରାଯାଇଥିଲା। କିନ୍ତୁ ଚିକିତ୍ସା ଅବସ୍ଥାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଜଂକିଆ ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଚଳାଇଛି।

Leave a Reply

Your email address will not be published. Required fields are marked *