ଅଜଣା ଗାଡି ଧକ୍କା ରେ ଜଣେ ବ୍ୟକ୍ତିଙ୍କ ମ୍ରୁତ୍ୟୁ

ଖୋର୍ଦ୍ଧା,୨୦/୧୨/୨୩(ଓଡିଶା ସମାଚାର/ଦୀପକ ପ୍ରଧାନ) – ଖୋର୍ଦ୍ଧା ଜିଲ୍ଲା ଜଂକିଆ ଥାନା ଅନ୍ତର୍ଗତ ଓଳସିଂହ ଠାରେ ଅଜଣା ଗାଡି ଧକ୍କା ରେ ଜଣେ ବ୍ୟକ୍ତି ଙ୍କ ମ୍ରୁତ୍ୟୁ ଘଟିଛି। ମ୍ରୁତ୍ୟୁ ଜଣକ ଡମଣଭୂମି ଗ୍ରାମର ବଳଭଦ୍ର ରାଉଳ। ବଳଭଦ୍ର ଓଳସିଂହ ରୁ ଆଜି ଅପରାହ୍ନ ରେ  ଓଡି ୦୨ ବିଇ ୯୬୧୦ ନମ୍ବର  ବାଜାଜ ପଲସର ବାଇକ ରେ ନିଜ ଗ୍ରାମ ଡମଣଭୂମି ଫେରୁଥିବା ବେଳେ ଏକ ଅଜଣା ଗାଡି ଓଳସିଂହ କଲେଜ ଠାରେ ଧକ୍କା ଦେଇଥିଲା। ଫଳରେ ବଳଭଦ୍ର ଙ୍କୁ ଗୁରୁତର ଆହତ ଅବସ୍ଥା ରେ ସ୍ଥାନୀୟ ଲୋକ ଉଦ୍ଧାର କରି ଖୋର୍ଦ୍ଧା ହସପିଟାଲ ନେଇଥିଲେ ,ମାତ୍ର ଡାକ୍ତର ତାଙ୍କୁ ମ୍ରୁତ ଘୋଷଣା କରିଥିଲେ। ଘଟଣାସ୍ଥଳରେ ଜଂକିଆ ପୋଲିସ ପହଞ୍ଚି ତଦନ୍ତ ଜାରୀ ରଖିଥିବା ବେଳେ ମ୍ରୁତକଙ୍କ ଭାଇ ଜଗନ୍ନାଥଙ୍କ ଲିଖିତ ଅଭିଯୋଗ କୁ  ନେଇ ୪୬୩/୨୩ ରେ ଏକ ମାମଲା ରୁଜୁ ହୋଇଥିବା ଜଂକିଆ ଥାନା ନିରିକ୍ଷକ ସୂଚନା ଦେଇଛନ୍ତି।

Leave a Reply

Your email address will not be published. Required fields are marked *