ଧାଡିରୁଆ ଚାଷୀ ପ୍ରୋତ୍ସାହନ ବୈଠକ

ଖୋର୍ଦ୍ଧା,୨୦/୧୨/୨୩(ଓଡିଶା ସମାଚାର/ଦୀପକ ପ୍ରଧାନ)-ତୋଟା ଭଗବତୀ ଙ୍କ ପୀଠରେ ନିରାକାରପୁର ଅଂଚଳର ଚାଷୀ ମାନଙ୍କର ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ବ୍ଲକ ବିଜୟ ଲକ୍ଷ୍ମୀ ସ୍ବେଛାସେବୀ  ଅନୁଷ୍ଠାନ ଆନୁକୁଲ୍ୟରେ କୃଷକ ମାନଙ୍କ କୃଷି ସମ୍ବନ୍ଧୀୟ ଏକ ବୈଠକ ମା ତୋଟା ଭଗବତୀ ଙ୍କ ପୀଠରେ ଅନୁଷ୍ଠିତ ହୋଇଯାଇଛି। ଅତିରିକ୍ତ ଜିଲ୍ଲା କୃଷି ଅଧିକାରୀ ପ୍ରସନ୍ନ କୁମାର ମିଶ୍ର ଙ୍କ ଉପସ୍ଥିତି ରେ ଅନୁଷ୍ଠିତ ବୈଠକ ରେ ଟାଙ୍ଗୀ ବ୍ଲକ କୃଷି ଅଧିକାରୀ ଯାଜ୍ଞଶେନୀ ନାୟକ, ବ୍ଲକ ଅତିରିକ୍ତ କୃଷି ଅଧିକାରୀ ଅକ୍ଷୟ ସାହୁ, ସ୍ବେଛାସେବୀ ଅନୁଷ୍ଠାନ ର କୋଅଡିନେଟର ଅକ୍ଷୟ କୁମାର ପାଇକରାୟ, ସଂଯୋଜକ କାର୍ତ୍ତିକ ସାମନ୍ତରାୟ  ଯୋଗଦେଇଥିବା ବେଳେ ନିରାକାରପୁର ଆଞ୍ଚଳିକ ଚାଷୀ କମିଟି ର ସଭାପତି ବିପିନ କୁମାର ଜୟସିଂହ, ୧୨ ନମ୍ବର ଜୋନ ଜିଲ୍ଲା ପରିଷଦ ସଭ୍ୟ ବିଜୟ କୁମାର ପାଲଟାସିଂହ,ବଳରାମ ରାଉତରାୟ,ଡମ୍ବରୁଧର ପରିଡା, ଯୋଗୀ ମାଝି ଙ୍କ ସମେତ ନିରାକାରପୁର ର ଶତାଧିକ ଚାଷୀ ଯୋଗଦେଇ ଥିଲେ । ଏହି ବୈଠକରେ ଖରିଫ୍ ଋତୁରେ ଧାଡ଼ି ବୁଣା ଓ ଧାଡିରୁଆ ଧାନଚାଷ ଓ ମୁଗଚାଷ ନିମନ୍ତେ ଚାଷୀ ମାନଙ୍କୁ ପରାମର୍ଶ ଦେଇ ସଚେତନତା କରାଯାଇଥିଲା।

Leave a Reply

Your email address will not be published. Required fields are marked *