ରାଜ୍ୟସ୍ତରୀୟ ମାତୃ ସମ୍ମିଳନୀ ଉଦଯାପିତ

ଭୁବନେଶ୍ୱର,୨୦/୧୨/୨୦୨୩(ଓଡ଼ିଶା ସମାଚାର)- ରାଜ୍ୟର ଅଗ୍ରଣୀ ସ୍ୱେଚ୍ଛାସେବୀସଂଗଠନ “ଓମେନ୍ସ୍” ନାରୀ ସଂଗଠନ ପକ୍ଷରୁ ୨ ଦିନିଆ ରାଜ୍ୟସ୍ତରୀୟ ମାତୃ ସମ୍ମିଳନୀ ଶ୍ରୀମତୀ ସରୋଜିନୀ ମହାନ୍ତି ଙ୍କ ନେତୃତ୍ୱରେ ଶଙ୍ଖକ୍ଷେତ୍ର ପୁରୀ ଠାରେ  ଉଦଯାପିତ ହୋଇଛି । ପ୍ରଥମ ଦିନରେ ଭୁବନେଶ୍ୱରସ୍ଥିତ ଜୟଦେବ ଭବନଠାରେ ଆୟୋଜିତ ମାତୃ ସମ୍ମିଳନୀକୁ ପ୍ରଖ୍ୟାତ ସମାଜ ସେବୀ ଡଃ ଅରୁନ୍ଧତୀ ଦେବୀ ଉଦ୍ଘାଟନ କରିଥିଲେ । ଭୁବନେଶ୍ୱର ମଧ୍ୟ ବିଧାୟକ ଶ୍ରୀ ଅନନ୍ତ ନାରାୟଣ ଜେନା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କୃତି ପ୍ରତିଭାମାନଙ୍କୁ ନାରୀରତ୍ନ ଓ କଳିଙ୍ଗରତ୍ନ ସମ୍ମାନରେ ସମ୍ମାନିତ କରିଥିଲେ । ଶ୍ରୀମତୀ ସରୋଜିନୀ ମହାନ୍ତିଙ୍କ ପୌରହିତ୍ୟରେ ଅନୁଷ୍ଠିତ ସମ୍ମିଳନୀରେ ଶ୍ରୀ ସୁଧାଂଶୁ ଶେଖର ମହାପାତ୍ର ସ୍ୱାଗତ ଭାଷଣ ଓ ଶ୍ରୀମତୀ  କସ୍ତୁରୀ ମହାପାତ୍ର ମୁଖ୍ୟବକ୍ତା ଭାବେ ଯୋଗ ଦେଇ ନାରୀମାନଙ୍କୁ ସ୍ୱାଭିମାନୀ ହେବା ପାଇଁ ଆହ୍ୱାନ ଦେଇଥିଲେ । ସମ୍ମାନୀୟ ଅତିଥି ଭାବରେ ନାଗପୁରରୁ ଆସିଥିବା ବରିଷ୍ଠ ସାମ୍ବାଦିକା ଶ୍ରୀମତୀ ପ୍ରମିଳା ରାୱତ, ବିଶିଷ୍ଟ ସମାଜସେବୀ ଶ୍ରୀ ପରମେଶ୍ୱର ଦାସ,ଶ୍ରୀମତୀ ପଦ୍ମଜା ଦେବତା, ବିଶିଷ୍ଟ ନାରୀ ନେତ୍ରୀ ଶ୍ରୀମତୀ ସୁମିତ୍ରା ଜେନା ଓ ସୁଷମା ପଟ୍ଟନାୟକ ଯୋଗ ଦେଇଥିଲେ । ପରିଶେଷରେ ଇଂ କୃଷ୍ଣପ୍ରସାଦ ବାରିକ ଧନ୍ୟବାଦ ଅର୍ପଣ କରିଥିଲେ । କାର୍ଯ୍ୟକ୍ରମର ଦ୍ୱିତୀୟ ଦିନରେ ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ଆସିଥିବା ମହିଳାମାନଙ୍କ ଦ୍ୱାରା ଶଙ୍ଖକ୍ଷେତ୍ର ପୁରୀଠାରେ ସଂକୀର୍ତନ ଓ ସମୁହ ଦ୍ୱୀପ ପ୍ରଜ୍ଜ୍ୱଳନ କରି ଜଗତର ମଙ୍ଗଳ ପାଇଁ ପ୍ରଭୁଜଗନ୍ନାଥଙ୍କ ଠାରେ ପ୍ରାର୍ଥନାକରି ୨ ଦିନିଆ ମାତୃସମ୍ମିଳନୀକୁ ବିଧିବଦ୍ଧଭାବରେ ଉଦଯାପନ କରିଥିଲେ ।

Leave a Reply

Your email address will not be published. Required fields are marked *