କସର୍ଦା କଲେଜ ରେ ଯୁବ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମ ଅନୁଷ୍ଠିତ

ନିଆଳୀ ୧୮/୧୨/୨୦୨୩ (ଓଡ଼ିଶା ସମାଚାର)-ନିଆଳୀ ନିର୍ବାଚନ ମଣ୍ଡଳୀ ଦ୍ଵୀପାଞ୍ଚଳ ସ୍ଥିତ ଦୋଳ ଗୋବିନ୍ଦ ବ୍ରଜ କିଶୋର ମହାବିଦ୍ୟାଳୟ କସର୍ଦା ପରିସରରେ ନୂଆ ଓ ବା ଯୁବ ଓଡିଶା ନବୀନ ଓଡିଶା  କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି. ଅନୁଷ୍ଠାନ ର ଅଧ୍ୟକ୍ଷ ପ୍ରଫେସର ଶାନ୍ତନୁ ମିଶ୍ର ଙ୍କ ସଭାପତିତ୍ୱ ରେ ମୁଖ୍ୟଅତିଥି ରୂପେ ନିଆଳୀ ବ୍ଲକ ଅଧ୍ୟକ୍ଷ ଉମେଶ ଚନ୍ଦ୍ର ବେହେରା, ମୁଖ୍ୟ ବକ୍ତା ରୂପେ ରାଣୀଓଳା ସରପଞ୍ଚ ତ୍ରିନାଥ ମହାନ୍ତି ସମ୍ମାନିତ ଅତିଥି ରୂପେ ଜିଲ୍ଲା ପରିଷଦ ସଭ୍ୟା ସୌଦାମିନୀ ମହାପାତ୍ର, କସର୍ଦା ଗ୍ରାମ ପଞ୍ଚାୟତ ର ସରପଞ୍ଚ ସୁରେଶ ପଟନାୟକ, +3 ନୋଡାଲ ଅଫିସର ଶିକ୍ଷା ବିଭାଗ ର ମୁଖ୍ୟ ପ୍ରଫେସର ବିଜୟ କୁମାର ମିଶ୍ର, ସମ୍ମାନିତ ରୂପେ ଇତିହାସ ବିଭାଗ ର ମୁଖ୍ୟ ପ୍ରଫେସର ନୃସିଂହ ଚରଣ ମିଶ୍ର, ଅର୍ଥନୀତି ବିଭାଗ ର ମୁଖ୍ୟ ତଥା +2ନୋଡାଲ ଅଫିସର ପ୍ରଫେସର ଶିବ ପ୍ରସାଦ ସେନାପତି ପ୍ରମୁଖ ଯୋଗ ଦେଇ ଓଡିଶା ସରକାର ଯୁବ ଓଡିଶା ନବୀନ ଓଡିଶା ଉପରେ ମତ ପୋଷଣ କରିଛନ୍ତି । ଅନ୍ୟ ମାନଙ୍କ ମଧ୍ୟରେ ଅବସର ପ୍ରାପ୍ତ କ୍ରୀଡା ଶିକ୍ଷକ ଜଗଦୀଶ ପାଢ଼ୀ,ଡ଼ ପିତାମ୍ବର ସାହୁ, ଅଧ୍ୟାପକ ପ୍ରଣବ କୁମାର ସ୍ୱାଇଁ, ପ୍ରଫେସର ସ୍ନେହଲତା ସାହୁ, ବିକ୍ରମ କୁମାର ପହରାଜ, ରାଜକିଶୋର ବାରିକ, ଡ଼ ସମରେନ୍ଦ୍ର ନାରାୟଣ ପଣ୍ଡା, ସୁପ୍ରଭାତ ବେହେରା, ଶର୍ମିଷ୍ଠା ସ୍ୱାଇଁ ମମତା ସ୍ୱାଇଁ, ସୁଶ୍ରୀ ସଂଗୀତା ପଣ୍ଡା, ପିଉସା ପ୍ରିୟ ଦର୍ଶନୀ ସାହୁ, ନନ୍ଦିନୀ ତାଣ୍ଡି, ବର୍ଷା ପ୍ରିୟ ଦର୍ଶନୀ ମହାନ୍ତି, ପ୍ରିୟଙ୍କା ସାହୁ, ସ୍ଵାଗତିକା ସାହୁ ପ୍ରମୁଖ ଅଧ୍ୟାପକ ଅଧ୍ୟାପିକା ମାନେ ସହଯୋଗ କରିଥିଲେ  ମହାବିଦ୍ୟାଳୟ ପରିସରରେ କ୍ରୀଡା, ଉତ୍ସବ, ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ସୁଜନଶୀଳ, ଶୁଙ୍ଖଳା ଜ୍ଞାନ, ସଂସ୍କୃତିକ କାର୍ଯ୍ୟକ୍ରମ ଦକ୍ଷତା ବିକାଶ କାର୍ଯ୍ୟକ୍ରମ ଭୋଟର ସଚେତନତା କାର୍ଯ୍ୟକ୍ରମ  ରୋଡ଼ ସେପ୍ଟି, ସୁନ୍ଦର ସ୍ୱାସ୍ଥ୍ୟ ପାଇଁ ଯୋଗ ପରି ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ବୋଲି ଅଧ୍ୟକ୍ଷ ପ୍ରଫେସର ମିଶ୍ର ଅନ୍ୟ ମାନଙ୍କ ମଧ୍ୟରେ ସନ୍ତୋଷ କୁମାର ମହାପାତ୍ର, ସୁବାଷ ଚନ୍ଦ୍ର ସାହୁ, ଛାତ୍ର ବିଦ୍ୟସିଂହ ସେଠି, ଜଗନ୍ନାଥ ଜେନା, ସୋହମ ପରିଡା, ପ୍ରୀତିପ୍ରଜ୍ଞା ପଟନାୟକ, ଦିବ୍ୟଜ୍ୟୋତି ମଲ୍ଲିକ ପ୍ରମୁଖ ସହଯୋଗ କରିଥିଲେ ।

Leave a Reply

Your email address will not be published. Required fields are marked *