ନିରାକାରପୁର କଲେଜରେ ଯୁବ ଓଡିଶା-ନବୀନ ଓଡିଶା ଉଦଘାଟିତ

ନିରାକାରପୁର, ୧୮/୧୨/୨୦୨୩ (ଓଡ଼ିଶା ସମାଚାର)- ଆଗାମୀ ଦିନରେ ନୂତନ ରାଷ୍ଟ୍ର ନିର୍ମାଣରେ ଯୁବ ଗୋଷ୍ଠି ସାଜିବେ ବିଶ୍ଵକର୍ମା । ଦେଶ, ଜାତୀର ଭବିଷ୍ୟତ ଯୁବ ସମାଜର ଦାୟିତ୍ୱ ଓ ଏହାର ନିର୍ବାହ ପୂର୍ବକ ଦେଶକୁ ନେତୃତ୍ୱ ଦେବେ ଯୁବବର୍ଗ  ।ତେଣୁ ଏହି ବାର୍ତ୍ତାକୁ ଶିକ୍ଷାର୍ଥୀଙ୍କ ପାଖରେ ପହଞ୍ଚାଇ ନବୀନ ଓଡିଶା ଗଠନରେ ତରୁଣ ଓ ଯୁବ ବର୍ଗକୁ ସଂଯୁକ୍ତ କରାଇବା ପାଇଁ ଆହ୍ୱାନ ଦେଇଛନ୍ତି ଆମନ୍ତ୍ରିତ ଅତିଥିଗଣ  । କ୍ଷେତ୍ରବାସୀ ଡ଼ିଏଭି ମହାବିଦ୍ୟାଳୟ ନିରାକାରପୁରରେ” ଯୁବ ଓଡିଶା -ନବୀନ ଓଡିଶା”କାର୍ଯ୍ୟକ୍ରମର ଶୁଭାରମ୍ଭ କରି ବିଶିଷ୍ଟ ଶିକ୍ଷାବିତ୍ ମେଜର ପ୍ରଫେସର କ୍ଷୀରୋଦ ପ୍ରସାଦ ମହାନ୍ତି ଯୁବ ବର୍ଗକୁ କର୍ମନିଷ୍ଠ ଓ ଅଧ୍ୟବସାୟୀ ହେବାକୁ ପ୍ରେରିତ କରିଛନ୍ତି  । ଏହି କାର୍ଯ୍ୟକ୍ରମରେ ମହାବିଦ୍ୟାଳୟ ପରିଚାଳନା ସମିତି ସଭାପତି ଡ଼ ସଞ୍ଜୟ କୁମାର ମହାପାତ୍ର ପୌରୋହିତ୍ୟ କରିଥିଲେ । ମହାବିଦ୍ୟାଳୟର ଅଧକ୍ଷା ବ୍ରତତୀ ମିଶ୍ର ସ୍ୱାଗତ ଭାଷଣ ରଖିଥିବାବେଳେ ଜିଲ୍ଲା ପରିଷଦ ସଭ୍ୟ ବିଜୟ କୁମାର ପାଲଟାସିଂ, ଯୁବସଂଗଠକ ଶୁଭମ ଦାଶ ପ୍ରମୁଖ ଉପସ୍ଥିତ ଥିଲେ  । କାର୍ଯ୍ୟକ୍ରମକୁ ପ୍ରାଧ୍ୟାପିକା କାଦମ୍ବିନୀ ସାହୁ ସଂଯୋଜନା କରିଥିବା ବେଳେ ଅଧ୍ୟାପକ ଡ଼ ମୃତ୍ୟୁଞ୍ଜୟ ରଥ ମଞ୍ଚ ପରିଚାଳନା କରିଥିଲେ  । ଅଧ୍ୟାପକ ଡ଼ ପ୍ରଭାତ କୁମାର ଦାଶ, ଡ଼ ଜୟନ୍ତ ବାନାର୍ଜୀ, ଅଧ୍ୟାପକ ସୌରଭ ମହାପାତ୍ର, ଅଧ୍ୟାପକ ଚନ୍ଦନ ମିଶ୍ର, ପୁଣ୍ୟଦର୍ଶନ ମିଶ୍ର, ଦୁର୍ଗା ପ୍ରସାଦ ମିଶ୍ର ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ  । ଏହି କାର୍ଯ୍ୟକ୍ରମଟି କଲେଜରେ ୨ ସପ୍ତାହ ଵ୍ୟାପୀ ଚାଲୁ ରହିବ  । ଆସନ୍ତା ୨୯ତାରିଖରେ ଏହାର ଉଦଯାପନୀ ଉତ୍ସବ ପାଳିତ ହେବ ବୋଲି ଅଧ୍ୟକ୍ଷା ଶ୍ରୀମତୀ ମିଶ୍ର ସୂଚନା ଦେଇଛନ୍ତି  ।

Leave a Reply

Your email address will not be published. Required fields are marked *