କଟକ ସଦର ପଞ୍ଚାୟତ ସମିତି ଅଧ୍ୟକ୍ଷା ଭାଗ୍ୟଲକ୍ଷ୍ମୀ ରାଉତଙ୍କୁ ଭଵ୍ୟ ସମ୍ବର୍ଦ୍ଧନା

କଟକ ସଦର,୧୮/୧୨/୨୦୨୩ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): କଟକ ସଦର ପଞ୍ଚାୟତ ସମିତି ଅଧ୍ୟକ୍ଷା ଭାଗ୍ୟଲକ୍ଷ୍ମୀ ରାଉତଙ୍କୁ କଟକ ସଦର ୫ ନମ୍ବର ଜିଲ୍ଲା ପରିଷଦ ଜୋନ୍ ର ପରମହଂସନାଥଙ୍କ ମନ୍ଦିର ପ୍ରାଙ୍ଗଣରେ ଆଜି ସୋମବାର ଦିନ ଭଵ୍ୟ ନାଗରିକ ସମ୍ବର୍ଦ୍ଧନା ଦିଆଯାଇଛି। ଏହି ଉପଲକ୍ଷେ କଟକ ସଦର ବିକାଶ ମଞ୍ଚ ସଭାପତି ସୁବୋଧ ବେହେରାଙ୍କ ଆବାହକତ୍ୱ ଓ ପରମହଂସ ସରପଞ୍ଚ ଅଶୋକ ପାତ୍ରଙ୍କ ସଂଯୋଜନାରେ ଆୟୋଜିତ ସମ୍ବର୍ଦ୍ଧନା ସଭାରେ ଵିଜେଡି ରାଜ୍ୟ ସାଧାରଣ ସଂପାଦକ ପ୍ରଫୁଲ୍ଲ ସିଂହ,ସଦର ବ୍ଲକ ଆତ୍ମା ସଭାପତି ରଜନୀ କାନ୍ତ ସାହୁ, ଡ଼ାଃ ବସନ୍ତ ସାହୁ, ଡ଼ାଃ ଶୁଭାଶିଷ ଶତପଥୀ, ଡ଼ାଃ ଦେଵଵ୍ରତ ନନ୍ଦ,ବିଳାସ ମଲ୍ଲିକ,ଅକ୍ଷୟ ପରିଡ଼ା, ସ୍ଥାନୀୟ ଜିଲ୍ଲା ପରିଷଦ ସଭ୍ୟ ପ୍ରଦୀପ୍ତ ମହାଳି, ଦଇତାରୀ ବେହେରା, ଜଗନ୍ନାଥ ପଣ୍ଡା ପ୍ରମୁଖ ବହୁ ବ୍ୟକ୍ତିବିଶେଷଙ୍କ ସହ ସରପଞ୍ଚ ଓ ସମିତି ସଭ୍ୟ/ସଭ୍ୟା ମାନେ ଯୋଗ ଦେଇଥିଲେ। ଆଗାମୀ ଦିନରେ ପଞ୍ଚାୟତ ସମିତି ଅଧିନସ୍ଥ ସମସ୍ତ ପଞ୍ଚାୟତରେ ସରକାରଙ୍କ ଜନକଲ୍ୟାଣକାରୀ ଯୋଜନାକୁ ସଫଳ ରୂପାୟନ କରିବା ସହିତ ଲୋକମାନଙ୍କ ସମସ୍ୟାର ସମାଧାନ ଦିଗରେ ପ୍ରାଥମିକତା ଦେଵେ ଵୋଲି ଭାଗ୍ୟଲକ୍ଷ୍ମୀ ସମ୍ବର୍ଦ୍ଧନାର ଉତ୍ତରରେ କହିଛନ୍ତି ।

Leave a Reply

Your email address will not be published. Required fields are marked *