ବାଇକ ଦୁର୍ଘଟଣା ରେ ଚାଲିଗଲା ଦୁଇ ଯୁବକ ଙ୍କ ଜୀବନ।

 ସାକ୍ଷୀଗୋପାଳ,୧୬/୧୨/୨୦୨୩ (ଓଡ଼ିଶା ସମାଚାର)-ଗତକାଲି ବିଳମ୍ବିତ ରାତିରେ ସାକ୍ଷୀଗୋପାଳ ଡେଲାଙ୍ଗ ରାସ୍ତାର ସତ୍ୟବାଦୀ ଥାନା ଅନ୍ତର୍ଗତ   ପକ୍ଷୀମୁଣ୍ଡ ବ୍ରିଜ ନିକଟରେ ଏକ ଦୁର୍ଘଟଣା ଘଟି ୨ ସାଙ୍ଗଙ୍କର ମୃତ୍ୟୁ ହୋଇଯାଇଛି । ଡେଲାଙ୍ଗ ଥାନା ଅନ୍ତର୍ଗତ ଇନ୍ଦି ପୁର ଗ୍ରାମର ୨ ସାଙ୍ଗ ଲିପୁନ ସେନାପତି ଓ ପୁପୁନା ପାଢ଼ୀ  ସାକ୍ଷୀଗୋପାଳରୁ ଏକ ବାଇକ ଯୋଗେ ଘରକୁ ଫେରୁଥିଲେ । ଘରକୁ ଫେରୁଥିବା ସମୟରେ ରାସ୍ତା ଉପରେ ଥିବା ବିଦ୍ୟୁତ ଖୁଣ୍ଟରେ  ବାଇକଟି ପିଟି ହୋଇଯାଇଥିଲା ବୋଲି ଅନୁମାନ କରାଯାଉଅଛି । ବାଇକ ସହିତ ୨ ସାଙ୍ଗ ରାସ୍ତା ପାର୍ଶ୍ଵ ନାଳକୁ ଖସି ପଡ଼ିଥିଲେ । ରାତିସାରା ଘଟଣା ସ୍ଥଳରେ ଆଚେତ ହୋଇ ପଡିରହିଥିଲେ  ।  ସକାଳୁ ସକାଳୁ ରାସ୍ତା ଦେଇ ଯାଉଥିବା ବାଟୋଇ ଙ୍କ ନଜର ପଡିବା ପରେ ଜଣା ପଡିଥିଲା । ଖବର ପାଇ ସତ୍ୟବାଦୀ ପୋଲିସ ଘଟଣା ସ୍ଥଳରେ ପହଞ୍ଚିଥିଲେ । ଉଭୟଙ୍କୁ ସାକ୍ଷୀଗୋପାଳ ଡାକ୍ତରଖାନାରେ ଭର୍ତ୍ତି କରା ଯାଇଥିଲା । କାର୍ଯ୍ୟରତ ଡାକ୍ତର ଉଭୟଙ୍କୁ ମୃତ ଘୋଷଣା କରିଥିଲେ । ସତ୍ୟବାଦୀ ପୋଲିସ ଶବ ଦ୍ବୟ ଜବତ କରି ବ୍ୟବଚ୍ଛେଦ ନିମନ୍ତେ ପୁରୀ ପଠାଇଥିଲେ । ବାଇକଟିକୁ ଜବତ କରି ସତ୍ୟବାଦୀ ପୋଲିସ ଏକ ମୋକଦ୍ଦମା ରୁଜୁ କରିଛନ୍ତି । ଘଟଣାର ତଦନ୍ତ ଚାଲିଛି । ମୃତ ୨ ସାଙ୍ଗଙ୍କ ଆତ୍ମୀୟ ସ୍ୱଜନ ଓ ବନ୍ଧୁ ବାନ୍ଧବଙ୍କ କାନ୍ଦ ବୋବାଳିରେ ଡାକ୍ତରଖାନା ପରିସରରେ ଏକ ଶୋକାକୁଳ ପରିସ୍ଥିତି ସୃଷ୍ଟି ହୋଇଥିଲା ।

Leave a Reply

Your email address will not be published. Required fields are marked *