ଗ୍ରୋସରୀ ଦୋକାନରୁ ଲକ୍ଷାଧି୍କ ଟଙ୍କାର ସାମଗ୍ରୀ ଚୋରୀ

ପୂର୍ବରୁ ବନ୍ଧୁକ ଦେଖାଇ ୫୫ ହଜାର ଟଙ୍କା ଲୁଟିଥିଲେ
ଗରଦପୁର, ୧୬/୧୨/୨୦୨୩ (ଓଡ଼ିଶା ସମାଚାର)- କୁଦାନଗରୀ ଥାନା ଅନ୍ତର୍ଗତ ଅର୍ଜୁନପୁର ଗ୍ରାମର ରମାକାନ୍ତ ସାହୁଙ୍କ ଗ୍ରୋସରୀ ଦୋକାନ ଗ୍ରୀଲ ଓ ସଟର କାଟି ଗତକାଲି ରାତିରେ ଅନ୍ୟୁନ ୫ ଲକ୍ଷ ଟଙ୍କାର ସାମଗ୍ରୀ ସହ ନଗଦ ୧ ଲକ୍ଷ ଟଙ୍କା ଦୁର୍ବୃତମାନେ ଚୋରିକରି ନେଇଛନ୍ତି । ଏ ସମ୍ପର୍କରେ କୁଦାନଗରୀ ଥାନାରେ ଆଜି ଦୋକାନ ମାଲିକ ଶ୍ରୀ ସାହୁ ଅଭିଯୋଗ କରିଛନ୍ତି । କୁଦାନଗରୀ ଥାନା ପୋଲିସ ଏକ ମାମଲା ରୁଜୁ କରି ଘଟଣାର ଅନୁସନ୍ଧାନ କରୁଛି । ତେବେ ସୂଚନା ମୁତାବକ ଗତବର୍ଷ ସେହି ଦୋକାନୀଙ୍କ ଠାରୁ ଦୁର୍ବୃତମାନେ ବନ୍ଧୁକ ଦେଖାଇ ୫୫ ହଜାର ଟଙ୍କା ଲୁଟି ନେଇଥିଲେ । ଏହାଛଡ଼ା ୨ ବର୍ଷ ତଳେ ମଧ୍ୟ ଏହି ଦୋକାନରୁ ଚୋରି ହୋଇଥିଲା । ଦୋକାନରୁ ଖାଇବା ତେଲ ୧୦ ପେଟି ସହ କାଜୁ , ଗୁଜୁରାତି, ଜିରା, ଗୋଲମରିଚ, ହରଲିକ୍ସ, ସିଗାରେଟ ଭଳି ଅନେକ ଦାମି ଦରର ସାମଗ୍ରୀ ଚୋରିକରି ନେଇଥିବା ଶ୍ରୀ ସାହୁ କହିଛନ୍ତି । ଏହା ବ୍ୟତିତ ଦୋକାନରେ ବିକ୍ରି ହୋଇଥିବା ସାମଗ୍ରୀର ଟଙ୍କା ଘରକୁ ନେଇ ଗଲେ ବାଟରେ ଚୋରି ହେଉଥିବା କାରଣରୁ ସେ ଦେକାନରେ ୧ଲକ୍ଷ ଟଙ୍କା ବିଭିନ୍ନ ସ୍ଥାନରେ ରଖିଥିଲେ । ଯାହାକୁ ଦୁର୍ବୃତମାନେ ମଧ୍ୟ ଚୋରିକରି ନେଇଛନ୍ତି । ପୋଲସ ପେଟ୍ରୋଲିଂ ସୁବ୍ୟବସ୍ଥିତ ଢ଼ଙ୍ଗରେ କରିବାକୁ ଗ୍ରାମବାସୀ ପୋଲିସ ନିକଟରେ ଦାବି କରିଛନ୍ତି ।

Leave a Reply

Your email address will not be published. Required fields are marked *