ଶିକ୍ଷକ ଅଭାବ ପୂରଣ ଦାବିରେ  ବିଦ୍ୟାଳୟରେ ତାଲା , ରାସ୍ତା ଅବରୋଧ କରି ଧାରଣାରେ ଛାତ୍ରଛାତ୍ରୀ ।

 ନିରାକାରପୁର, ୧୫/୧୨/୨୦୨୩ (ଓଡ଼ିଶା ସମାଚାର)- ଶିକ୍ଷକ ଅଭାବ ପୂରଣ ଓ ନୂତନ ଗୃହ ନିର୍ମାଣ ଦାବି କରି  ବିଦ୍ୟାଳୟରେ ତାଲା ପକାଇ ରାସ୍ତା ଉପରେ ଧାରଣାରେ ଛାତ୍ରଛାତ୍ରୀ ଓ ଅଭିଭାବକ ଆଜି ବସିଲା ପରେ ପ୍ରତିଶ୍ରୁତି ପରେ ରାସ୍ତା ଅବରୋଧ ହଟିଥିଲା।ଏଭଳି ଘଟଣା ଦେଖିବାକୁ ମିଳିଛି ଖୋର୍ଦ୍ଧା ଜିଲ୍ଲା ଟାଗିଂ ବ୍ଲକ ଛଣଗିରି ଗ୍ରାମପଞ୍ଚାୟତ ସରକାରୀ ଉଚ୍ଚ ବିଦ୍ୟାଳୟ ଛଣଗିରିରେ।ଛଣଗିରି ଉଚ୍ଚ ବିଦ୍ୟାଳୟ ର ୧ମରୁ ଓ ୧୦ମ ଶ୍ରଣୀର ୪୫୫ ଜଣ ଛାତ୍ରଛାତ୍ରୀ ପଢୁଥିବା ବେଳେ ଆବଶ୍ୟକ ଅନୁଯାୟୀ ଶିକ୍ଷକ ନାହାନ୍ତି।ବିଦ୍ୟାଳୟରେ ୧୯ଜଣ ଶିକ୍ଷକ ନିଯୁକ୍ତି ପାଇବା କଥା ହେଲେ ୧୧ଜଣ ଶିକ୍ଷକ ରେ ଚାଲିଛି ବିଦ୍ୟାଳୟ। ଖେଳ ଶିକ୍ଷକ,ବିଜ୍ଞାନ ଶିକ୍ଷକ ୧ ଓ ଇଂରାଜୀ ଜଣେ,କ୍ଲର୍କ ପଦବୀ ୧ ଦୀର୍ଘ ୮ବର୍ଷ ହେବ ଖାଲି ପଡିଛି ଏହି ପଦବୀରେ କାହାରିକୁ ନିଯୁକ୍ତି ଦିଆ ଯାଇନାହିଁ।ବିଦ୍ୟାଳୟରେ ଶ୍ରେଣୀ ଗୃହ ଅଭାବ ଅଛି।ବିଦ୍ୟାଳୟରେ ଶିକ୍ଷକ ନଥିବାରୁ ପାଠପଢାରେ ବ୍ୟାଘାତ ସୃଷ୍ଟି ହେଉଛି। ଛାତ୍ରଛାତ୍ରୀ ମାନେ ପାଠ ପଢାରୁ ବଂଚିତ ହେଉଛନ୍ତି। ଶିକ୍ଷକ ପଦ ପୂରଣ ପାଇଁ ଏସ୍ଏମସି କମିଟି ଓ ସ୍ଥାନୀୟ ଲୋକପ୍ରତିନିଧିଙ୍କ ପକ୍ଷରୁ ବାରମ୍ବାର ବ୍ଲକ ଶିକ୍ଷାଧିକାରୀ,ଜିଲ୍ଲା ଶିକ୍ଷାଧିକାରୀ ଓ ଖୋର୍ଦ୍ଧା ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରିଛନ୍ତି ହେଲେ ଦାବି ପୂରଣ ହୋଇନାହିଁ।ଏନେଇ ସ୍ଥାନୀୟ ଅଭିଭାବକ ମାନେ ଅସନ୍ତୋଷ ପ୍ରକାଶ କରି ବିଦ୍ୟାଳୟ ମୂଖ୍ୟ ଫାଟକରେ ତାଲା ପକାଇ ନୂଆ ଜଗନ୍ନାଥ ସଡକ ଉପରେ ଛାତ୍ରଛାତ୍ରୀ ଓ ଅଭିଭାବକ ମାନେ ବସି ଆନ୍ଦୋଳନ ଓ ପ୍ରତିବାଦ କରିଛନ୍ତି।ଘଟଣା ସ୍ଥଳରେ ଟାଗିଂ ବ୍ଲକ  ବିଇଓ ସୁରେନ୍ଦ୍ର କୁମାର ସାହୁ  ପହଂଚି ଆସନ୍ତା ୨୫ ତାରିଖ ମଧ୍ୟରେ ଶିକ୍ଷକ ଅଭାବ ପୂରଣ ସହିତ ଶ୍ରେଣୀ ଗୃହ ନିର୍ମାଣ ପାଇଁ ବିଡ଼ିଓ ଙ୍କୁ ଲିଖିତ ଜଣାଇବେ ବୋଲି ପ୍ରତିଶ୍ରୁତି ଦେବାପରେ ଦିନ ସାଢେ଼ ୧୨ ଟା ବେଳକୁ ଅବରୋଧ ହଟିଥିଲା।

Leave a Reply

Your email address will not be published. Required fields are marked *