ଅଜନ୍ତା ଫୁଟକେୟାର ର ଭୁବନେଶ୍ୱରରେ ପ୍ରଥମ ଫ୍ଲାଗଶିପ ଷ୍ଟୋର

ଭୁବନେଶ୍ୱର,୧୫/୧୨/୨୦୨୩ (ଓଡ଼ିଶା ସମାଚାର)-ମଲ୍ଟିବ୍ରାଣ୍ଡ ଆଉଟଲେଟ ପ୍ୟାନ ଇଣ୍ଡିଆରେ ୧୯୫୬ ଠାରୁ ଗତ ୬୭ ବର୍ଷ ଧରି ଫୁଟକେୟାର ବ୍ରାଣ୍ଡରେ ନିଜର ଉପସ୍ଥିତି ଜାହିର କରିଥିବା ଅଜନ୍ତା ସୁଜ୍ ର ସ୍ୱତନ୍ତ୍ର ଖୁଚୁରା ଚେନ ଭୁବନେଶ୍ୱରର ଅଶୋକନଗରରେ ଏହାର ପ୍ରଥମ ଫ୍ଲାଗଶିପ ଷ୍ଟୋର ଆରମ୍ଭ କରିଛି ।ଏହି ଷ୍ଟୋରକୁ ଓଡିଆ ଅଭିନେତ୍ରୀ ଏଲିନା ସାମନ୍ତରାୟ ଅଜନ୍ତା ସୁଜ୍ ର ଏମଡି ସୁଶ୍ରୀ ସୌମୀବଣିକଙ୍କ ଉପସ୍ଥିତିରେ ଉଦଘାଟନ କରିଛନ୍ତି ।

୮୦୦ ବର୍ଗଫୁଟ ଅଂଚଳରେ ପରିବ୍ୟାପ୍ତ ଅଶୋକନଗରରେ ଥିବା ଏହି ଷ୍ଟୋରର ଗୋଟିଏ ଛାତତଳେ ଷ୍ଟାଇଲଏବଂ ଆରାମ ଦାୟକ ବିଭିନ୍ନ ପ୍ରକାର ସୁଜ୍ ଉପଲବ୍ଧ ହେଉଛି ।ସମସ୍ତଙ୍କର ପସନ୍ଦ ଏବଂ ପକେଟକୁ ସୁହାଇଲା ଭଳି ଷ୍ଟୋରରେ ଜୋତା, ସାଣ୍ଡାଲ ଏବଂ ସ୍ଲିପରର ବିଭିନ୍ନ ବର୍ଗ ମହଜୁଦ ରହିଛି ।

ଯେହେତୁ ଅଶୋକନଗରକୁ ଜୋତା ହବ ଭାବରେ ବିବେଚନା କରାଯାଏ, ଭୁବନେଶ୍ୱରର ଅନ୍ୟ ଜୋତା ବ୍ରାଣ୍ଡ ର ଉପସ୍ଥିତି ସହିତ, ଅଜନ୍ତା ଫୁଟକେୟାରଏହି ସ୍ଥାନକୁ ଓଡ଼ିଶା ବଜାରରେ ଗ୍ରାହକମାନଙ୍କ ସହିତ ଅଦ୍ୱିତୀୟ ଶପିଂ ଅଭିଜ୍ଞତା ପ୍ରଦାନ କରିବାକୁ ଚୟନ କରିଛି ।ଏହି ବ୍ରାଣ୍ଡ ଏହାର ସଫଳ ଫା୍ରଚାଂଇଜ ମଡେଲ ମାଧ୍ୟମରେ  ଓଡ଼ିଶା ରେ ଏହାର ନେଟସ୍ୱାର୍କକୁ ବିସ୍ତାର କରିବାକୁ ଯୋଜନା କରୁଛି ।ତେଣୁ ଉଦ୍ୟୋଗୀ ମାନଙ୍କ ଠାରୁ  ୫୦୦ବର୍ଗଫୁଟ ସ୍ଥାନ ଆବଶ୍ୟକ କରୁଛି ।

ଓଡିଶାରଏହି ପ୍ରଥମ ଷ୍ଟୋର ସହିତ ବ୍ରାଣ୍ଡକ୍ରୀଡା ଏବଂ ମହିଳାଙ୍କ ଉପଯୋଗୀ ସୁଜ୍ ଉପରେ ଧ୍ୟାନ ଦେଉଛି ଯାହା ଅନ୍ୟ ବର୍ଗତୁଳନାରେ ଦ୍ରୁତଗତିରେ ବୃଦ୍ଧି ପାଉଛି ।ଭୁବନେଶ୍ୱର ପୂର୍ବାଂଚଳର ସର୍ବଶେଷ କ୍ରୀଡ଼ା ରାଜଧାନୀ ହୋଇଥିବାରୁଏହି ବ୍ରାଣ୍ଡ କ୍ରୀଡା ପୋଷାକ ଇମ୍ପାକ୍ଟୋ ୬୯୯ ଟଙ୍କାରୁ  ୧୯୯୯ ଟଙ୍କା ମଧ୍ୟରେ କ୍ରୀଡା ଜୋତା ଉପରେଗୁରୁତ୍ୱ ଦେଉଛି । ଚାଲିଥିବା ବିବାହ ଋତୁ ସହିତ ଏହି ବ୍ରାଣ୍ଡରେ କିଆରା ସୁନ୍ଦର ମହିଳା ଷ୍ଟିଲେଟୋ, ସ୍ଲିପର,ବ୍ୟାକବେଲ୍ଟ ଏବଂ କାଜୁଆଲ ଜୋତା ଷ୍ଟୋରରେ ଉପଲବ୍ଧ  ହେଉଛି ।ଏହାର ଦାମ ୬୯୯ ଟଙ୍କାରୁ  ୧୬୯୯ ଟଙ୍କା ମଧ୍ୟରେ ରହିଛି । ବର ପାଇଁ ଇମ୍ପ୍ରିଓ ଫର୍ମାଲ ଜୋତା ଏବଂ ଉକ୍ରୃଷ୍ଟ ଚମଡ଼ା ସାମଗ୍ରୀ ୬୯୯ ଟଙ୍କାରୁ  ୨୯୯୯ ଟଙ୍କା ମଧ୍ୟରେ ଉପଲବ୍ଧ ହେଉଛି ।ଷ୍ଟୋରରେ ବିଭିନ୍ନ ସମୟରେ ବ୍ୟବହାର କରାଯାଉଥିବା ସମସ୍ତ ରେଞ୍ଜରେ ବ୍ରାଇଡାଲ ବ୍ୟାଗ, ଭେନିଟି ବ୍ୟାଗ ଭଳି ଆସେସୋରିଜ ମଧ୍ୟ ରହିଛି ।

ଏହି ଅବସରରେ ଅଜନ୍ତା ଫୁଟକେୟାରର ପରିଚାଳନା ନିର୍ଦ୍ଧେଶକ ସୁଶ୍ରୀ ସୌମିବଣିକ କହିଛନ୍ତି,ଏହି ଫ୍ଲାଗଶିପ ଷ୍ଟୋର ସହିତ ଭୁବନେଶ୍ୱରରେ ଆମର ପ୍ରବେଶ ଘୋଷଣା କରିଥିବାରୁ ଆମେ ବେଶ ଉତ୍ସାହିତ ।ଏହାଭାରତରେ ଆମର୧୫୧ତମ ଷ୍ଟୋର । ବ୍ୟବସାୟରେ ୬୭ ବର୍ଷର ପରମ୍ପରା ବଜାଇରଖିଥିବା ଅଜନ୍ତା ଫୁଟକେୟାର,ନୂତନତ୍ୱ ଏବଂ ବିଶ୍ୱାସର ଶକ୍ତି ଉପରେ ବିଶ୍ୱାସ କରେ । ଏକ ସୁଲଭ ମୂଲ୍ୟର ସୀମାକୁ ମନେ ରଖି ଗୁଣବତା ଉପରେ ଆପୋଷ ବୁଝାମଣା ନ କରି ଆମର ବୃହତ ଉପଭୋକ୍ତା ଆଧାରକୁ ଆରାମଦାୟକ ଏବଂ ଷ୍ଟାଇଲିସ ଉତ୍ପାଦ ପ୍ରଦାନ କରିବାକୁ ଆମେ ସର୍ବଦା ଚେଷ୍ଟା କରିଥାଊ । ଆମେ ଏକ ସ୍ଥାୟୀ ବିକାଶ ପଥରେ ଅଛୁ ଏବଂ ଜଳବାୟୁ ନିରପେକ୍ଷ ଫୁଟୱେୟାର ସୃଷ୍ଟି କରିବା ଜାରି ରଖିଛୁ ।ଭୁବନେଶ୍ୱରରେଏହି ଉଦ୍ୟମ ସହିତ, ଆମେ ଅଂଶୀଦାର ହୋଇଥିବାରୁ ଆନନ୍ଦିତ ।  ଆମେ ଏକ ସମ୍ପ୍ରସାରଣ ଧାରାରେ ଅଛୁ ଏବଂ ଆଗାମୀ ଦୁଇବର୍ଷ ମଧ୍ୟରେ କଟକ, ସମ୍ବଲପୁର, ରାଉରକେଲା, ଅନୁଗୋଳ ଏବଂ ବ୍ରହ୍ମପୁର ଭଳି ସହରରେ ଆମର ପ୍ରବେଶ ଯୋଜନା କରୁଛୁ । ଏକ ବ୍ରାଣ୍ଡ ଭାବରେ ଆମର ଧ୍ୟାନ ମଧ୍ୟ ରହିଛି ଆମେ ଆସାମର ଉତର ପୂର୍ବ ବଜାରରେ ବାରପେଟ୍ଟା ରୋଡ ଏବଂ ଦିବ୍ରୁଗଡରେ ଶୀଘ୍ର ଷ୍ଟୋରଖୋଲିବୁ । ଆମେ ଆମର ସମସ୍ତ ପୃଷ୍ଠପୋଷକଙ୍କୁ ସହରର ଏହି ନୂତନ ଷ୍ଟୋର୍ ପରିଦର୍ଶନ କରିବାକୁ ଏବଂ ଆମର ବ୍ୟାପକ ଉତ୍ପାଦ ତାଲିକାରୁ ସେମାନଙ୍କର ପ୍ରିୟ ଫୁଟୱେର ବାଛିନେବାକୁ ସ୍ୱାଗତକରୁଛୁ  ।

ଏହି ଅବସରରେ ଓଡିଆ ଅଭିନେତ୍ରୀ ଏଲିନା ସାମନ୍ତରାୟ କହିଛନ୍ତି, ଅଜନ୍ତା ଫୁଟକେୟାର ର ଭୁବନେଶ୍ୱରର ଅଶୋକନଗରର ଏହି ନୂତନ ଷ୍ଟୋରର ଉଦଘାଟନ ସମୟରେ ମୁଁ ଉପସ୍ଥିତ ଥିବାରୁ ଆନନ୍ଦିତ । ଗୁଣବତା ଏବଂ ବ୍ରାଣ୍ଡ ପ୍ରତିଶ୍ରୁତି ବିଷୟରେ ମୁଁ ଏହି ବ୍ରାଣ୍ଡକୁ ବହୁ ପୂର୍ବରୁ ଜାଣିଛି ।ଏଠାରେ ଥିବା ପରିସର ବାସ୍ତବରେ ଆଶ୍ଚର୍ଯ୍ୟଜନକ ଏବଂ ମୁଁ ନିଶ୍ଚିତ ଯେ ଲୋକମାନେ ଏଠାକୁ ଆସିବାକୁ ଭଲ ପାଇବେ ।ମୁଁ ନିଜେ ଦୁଇଟି ଆଇଟମ ଧରି ସେମାନଙ୍କ କ୍ୱିରା ସଂଗ୍ରହକୁ ଚେଷ୍ଟା କରିଥିବାରୁ ବେଶ ଉଚ୍ଛ୍ସାହିତ । ସେଗୁଡ଼ିକ ବହୁତ ଷ୍ଟାଇଲିସ ଓ ପାଦ ପାଇଁ ବେଶ୍ ସହଜ ଏବଂ ଅରାମଦାୟକ । ଏହି ବ୍ରାଣ୍ଡର ସବୁଠାରୁ ଅନନ୍ୟ ଗୁଣ ହେଉଛି ଏହାର ତୁଳନାତ୍ମକ ମୂଲ୍ୟସୀମା ।ଭବିଷ୍ୟତରେମୁଁ ଅଜନ୍ତା ଫୁଟକେୟାର ର ବିକାଶ ପାଇଁ ଶୁଭେଚ୍ଛା ଜଚ୍ଚାଉଛି ଏବଂ ଭୁବନେଶ୍ୱର ତଥା ଏହାର ଆଖପାଖରେ ଥିବା ଲୋକଙ୍କୁ ଷ୍ଟୋରକୁ ଆସି କଲେକସନ  ଦେଖିବାକୁ ଉତ୍ସାହିତ କରୁଛି ।

Leave a Reply

Your email address will not be published. Required fields are marked *