ଓଡ଼ିଶା ସମାଚାର

ଅବନୀକାନ୍ତ ପଟ୍ଟନାୟକ ମୁଖ୍ୟମନ୍ତ୍ରୀଙ୍କ ନୂତନ ଯୁଗ୍ମ ସଚିବ

ଅବନୀକାନ୍ତ ପଟ୍ଟନାୟକ ମୁଖ୍ୟମନ୍ତ୍ରୀଙ୍କ ନୂତନ ଯୁଗ୍ମ ସଚିବ

April 21
17:02 2017

ଭୁବନେଶ୍ୱର, ୨୧/୦୪/୨୦୧୭(ଓଡ଼ିଶା ସମାଚାର) – ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ନୂତନ ଯଗ୍ମ ସଚିବ ଭାବେ ଓଡ଼ିଶା ପ୍ରଶାସନିକ ସେବାର ବରିଷ୍ଠ ଅଧିକାରୀ ଅବନୀକାନ୍ତ ପଟ୍ଟନାୟକଙ୍କୁ ନିଯୁକ୍ତି ଦିଆଯାଇଛି । ଅନୁଗୋଳ ଜିଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦେଶକ ଭାବେ କାର୍ଯ୍ୟରତ ଶ୍ରୀ ପଟ୍ଟନାୟକଙ୍କୁ ଯଥାଶୀଘ୍ର କାର୍ଯ୍ୟରେ ଯୋଗଦେବାକୁ କୁହାଯାଇଛି । ନୂତନ ପଦରେ ଯୋଗଦେବା ପାଇଁ ତାଙ୍କୁ ତୁରନ୍ତ ରିଲିଭ କରିବାକୁ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଅନୁଗୋଳ ଜିଲାପାଳଙ୍କୁ ପରାମର୍ଶ ଦିଆଯାଇଛି । ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ଅଧିକ କ୍ରିୟାଶୀଳ କରିବା ନିମନ୍ତେ କାର୍ଯ୍ୟଦକ୍ଷ ଅଧିକାରୀମାନଙ୍କୁ ସେଠାରେ ଅବସ୍ଥାପିତ କରାଯାଉଛି । ସୂଚନାଯୋଗ୍ୟ ଯେ ଚାରିଦିନ ତଳେ ବରିଷ୍ଠ ଆଇପିଏସ ଅଫିସର ଡି.ଏସ. କୁଟେଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଓଏସଡି ଭାବେ ନିଯୁକ୍ତି ଦିଆଯାଇଛି । ମୁଖ୍ୟମନ୍ତ୍ରୀଙ୍କ ଓଏସଡି ଭାବେ ନିଯୁକ୍ତି ପାଇବାରେ ଶ୍ରୀ କୁଟେ ପ୍ରଥମ ଆଇପିଏସ ଅଫିସର । ଓଡ଼ିଶା ସବ୍ ଅର୍ଡିନେଟ ଷ୍ଟାଫ ସିଲେକ୍ସନ କମିଶନଙ୍କ ନୂଆ ଅଧ୍ୟକ୍ଷ ଅବସରପ୍ରାପ୍ତ ଆଇଏଏସ ଲକ୍ଷ୍ମୀନାରାୟଣ ମିଶ୍ରଙ୍କୁ ଓଡ଼ିଶା ସବ ଅଡିନେଟ ଷ୍ଟାଫ ସିଲେକ୍ସନ କମିଶନଙ୍କ ଅଧ୍ୟକ୍ଷ ଭାବେ ନିଯୁକ୍ତି ଦିଆଯାଇଛି । ଏହାବ୍ୟତୀତ ସତ୍ୟକୁମାର ମଲ୍ଲିକଙ୍କୁ କମିଶନଙ୍କ ସଦସ୍ୟ ଭାବେ ଅବସ୍ଥାପିତ କରାଯାଇଛି । ନିୟମିତ ଅଧ୍ୟକ୍ଷ ନଥିବାରୁ ଏହି ପଦରେ ସାଧାରଣ ପ୍ରଶାସନ ବିଭାଗ ସ୍ୱତନ୍ତ୍ର ସଚିବ ଅଶୋକକୁମାର ମୀନା କାର୍ଯ୍ୟ କରୁଥିଲେ । ଖାଲିଥିବା ସଦସ୍ୟ ପଦରେ ଶ୍ରୀ ମଲ୍ଲିକଙ୍କୁ ନିଯୁକ୍ତି ଦିଆଯାଇଛି । ଓଡ଼ିଶା ସମାଚାର

About Author

admin

admin

Related Articles

0 Comments

No Comments Yet!

There are no comments at the moment, do you want to add one?

Write a comment

Write a Comment

18 − 16 =