ଓଡ଼ିଶା ସମାଚାର

କୃଷିକର୍ମୀଙ୍କୁ ଦକ୍ଷତା ବିକାଶ ତାଲିମ୍ ଏବଂ ପ୍ରମାଣପତ୍ର ତଥା ମାନପତ୍ର ପ୍ରଦାନ

କୃଷିକର୍ମୀଙ୍କୁ ଦକ୍ଷତା ବିକାଶ ତାଲିମ୍ ଏବଂ ପ୍ରମାଣପତ୍ର ତଥା ମାନପତ୍ର ପ୍ରଦାନ

କୃଷିକର୍ମୀଙ୍କୁ ଦକ୍ଷତା ବିକାଶ ତାଲିମ୍ ଏବଂ ପ୍ରମାଣପତ୍ର ତଥା ମାନପତ୍ର ପ୍ରଦାନ
April 21
16:30 2017

ଭୁବନେଶ୍ୱର, ୨୧/୦୪/୨୦୧୭(ଓଡ଼ିଶା ସମାଚାର) –ଓୟୁଏଟଶ ପରିସରର ସ୍ୱାମିନାଥନ୍ ସଭାଗୃହରେ   ରାଜ୍ୟସରକାରଙ୍କ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ସହାୟତାରେ ଓଡିଶା କୃଷି ଓ ବୈଷୟିକ ବିଶ୍ୱ ବିଦ୍ୟାଳୟ(ଓୟୁଏଟି) ଏବଂ ଓଡିଶା ଦକ୍ଷତା ବିକାଶ କର୍ତୃପକ୍ଷଙ୍କ ମିଳିତ ଉଦ୍ୟମରେ ରେକିଗ୍ନିସନ୍ ଅଫ୍ ପ୍ରାୟର୍ ଲର୍ଣ୍ଣିଙ୍ଗ୍ ପ୍ରୋଗ୍ରାମ୍ ଅନୁଷ୍ଠିତ ହୋଇଯାଇଛି ।ଏହି କାର୍ଯ୍ୟକ୍ରମରେ ନର୍ସରୀ ମାନଙ୍କରେ କାର୍ଯ୍ୟରତ କୁଶଳିକର୍ମୀମାନଙ୍କର ଓ ଛତୁଚାଷ ତଥା ଦୁଗ୍ଧଚାଷୀମାନଙ୍କର ଚିହ୍ନଟୀକରଣ ଓ ପ୍ରଶିକ୍ଷଣ ପରବର୍ତୀ ପ୍ରମାଣ ପତ୍ରର ବ୍ୟବସ୍ଥା କରାଯାଇଥିଲା ।ଆସନ୍ତା ଏକ ବର୍ଷ ମଧ୍ୟରେ ପ୍ରତି କୃଷି ବିଜ୍ଞାନ କେନ୍ଦ୍ର ଅଧିନରେ ୨ହଜାର କୃଷିକର୍ମୀଙ୍କୁ ତାଲିମ୍ ଦେଇ ପ୍ରମାଣପତ୍ର ପ୍ରଦାନ କରିବାକୁ ଲକ୍ଷ୍ୟ ରଖାଯାଇଛି ।   ଆୟୋଜିତ ଏକ ସ୍ୱତନ୍ତ୍ର ଉସôବରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ସ୍ୱୟଂ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଲେ, ରାଜ୍ୟ ଅର୍ଥନୀତି ବିକାଶରେ କୃଷିର ପ୍ରମୁଖ ଭୂମିକା ରହିଛି । ମୋଟ୍ ଚାଷୀଙ୍କ ମଧ୍ୟରୁ ୯୦ପ୍ରତିଶତ ହେଉଛନ୍ତି କ୍ଷୁଦ୍ର ଓ ମଧ୍ୟବିତ ଚାଷୀ । ୬୦ପ୍ରତିଶତରୁ ଅଧିକ ଶ୍ରମିକ କୃଷି ଏବଂ ଏଥିସହ ଜଡିତ ସେକ୍ଟରରେ କାମ କରିଥାନ୍ତି । ସେମାନଙ୍କୁ ନ୍ୟାସନାଲ ସ୍କିଲ୍ସ କ୍ୱାଲିଫିକେସନ୍ ଫ୍ରେମୱାର୍କ ମାଧ୍ୟମରେ ଉପଯୁକ୍ତ ଦକ୍ଷତା ତାଲିମ୍ ଦେଇ ପ୍ରମାଣପତ୍ର ପ୍ରଦାନ କରିବା ଦିଗରେ ପଦକ୍ଷେପ ନିଆଯାଉଛି । ବିଶେଷକରି ଗ୍ରାମାଂଚଳ ଯୁବପିଢିଙ୍କ ଆର୍ଥିକ ଉନ୍ନତି ପାଇଁ ପଦକ୍ଷେପ ଗ୍ରହଣ କରାଯାଇଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । କୃଷି , କୃଷକ ସଶକ୍ତିକରଣ, ମସô୍ୟ ଓ ପ୍ରାଣୀ ସମ୍ପଦ ବିକାଶ ବିଭାଗ ମନ୍ତ୍ରୀ ପ୍ରଦୀପ ମହାରଥୀ ସମ୍ମାନୀତ ଅତିଥି ଭାବେ ଯୋଗଦେଇ କହିଲେ ଏବେ ୬ଟି ବିଷୟରେ କୃଷିକର୍ମୀମାନଙ୍କୁ ତାଲିମ୍ ଦିଆଯାଉଛି । ଭୂବନେଶ୍ୱର ଆଖପାଖର ପ୍ରାୟ ୪ହଜାର କୁଶଳୀକର୍ମୀ ତାଲିମ୍ ନେବେ ଓ ଏହି କାର୍ଯ୍ୟକ୍ରମ ପାଇଁ ୧କୋଟି ଟଙ୍କା ବ୍ୟୟ ବରାଦ ହୋଇଛି । ଆଗାମୀ ଦିନରେ ଅଧିକ ଚାଷୀଙ୍କୁ ଦକ୍ଷତା ତାଲିମ୍ ଦିଆଯିବ । ଏହି କାର୍ଯ୍ୟକ୍ରମରେ ଦକ୍ଷତା ବିକାଶ କର୍ତୃପକ୍ଷର ଅଧ୍ୟକ୍ଷ ସୁବ୍ରତ ବାଗ୍ଚି, କେନ୍ଦ୍ରସରକାରଙ୍କ ଦକ୍ଷତା ବିକାଶ ଓ ଉଦ୍ୟୋଗୀକରଣ ବିଭାଗର ସଚିବ ଡ. କେ. ପି. କ୍ରିଷ୍ଣା ୁପ୍ରମୁଖ ଅତିଥି ଭାବେ ଯୋଗ ଦେଇ ସେମାନଙ୍କର ବକ୍ତବ୍ୟମାନ ରଖିଥିଲେ ।
ଓୟୁଏଟିର କୁଳପତି ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ ସ୍ୱାଗତ ଭାଷଣ ଦେଇ କହିଥିଲେ, ଏକ ବର୍ଷ ମଧ୍ୟରେ ୬୦ହଜାର କୃଷିକର୍ମୀଙ୍କୁ ତାଲିମ୍ ଦିଆଯିବ । ରାଜ୍ୟର ୫୭ଲକ୍ଷ କୃଷିକର୍ମୀ ଯେପରି ଦକ୍ଷତା ବିକାଶ ତାଲିମ୍ ନେଇ ପ୍ରମାଣପତ୍ର ଗ୍ରହଣ କରିବେ ସେ ଦିଗରେ ଖୁବ୍ ଶୀଘ୍ର ପଦକ୍ଷେପ ନିଆଯାଉଛି । ଅନ୍ୟମାନଙ୍କ ମଧ୍ୟରେ ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା,ସାଂସଦ ପ୍ରସନ୍ନ ପାଟ୍ଟସାଣୀ, ବିଧାୟକ ପ୍ରିୟଦର୍ଶୀ ମିଶ୍ର, ବିଜୟ କୁମାର ମହାନ୍ତି, ଉନ୍ନୟନ କମିସନର ଆର୍.ବାଳକ୍ରିଷ୍ଣନ୍ ,ଏନ୍ଏସ୍ଡିସିର ମନୀଷ କୁମାର ପ୍ରମୁଖ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ ।ଏହି ଅବସରରେ ଫସଲରେ କୀଟନାଶକ ଔଷଧର ନିରାପଦ ବ୍ୟବହାର ଏବଂ ଓୟୁଏଟି ଉପରେ ୨ଟି କ୍ଷୁଦ୍ର ଭିଡିଓ ଉନ୍ମୋଚିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଭୂବନେଶ୍ୱର ଦୁଗ୍ଧ ଉପôାଦନକାରୀ ସଂଘର ସଭାପତି ଶ୍ରୀଯୁକ୍ତ ରାଜକିଶୋର ଦାସଙ୍କୁ ମାନପତ୍ର ଦେଇ ପ୍ରଶଂସିତ କରିଥିଲେ । ଓଡ଼ିଶା ସମାଚାର

About Author

admin

admin

Related Articles

0 Comments

No Comments Yet!

There are no comments at the moment, do you want to add one?

Write a comment

Write a Comment

seven − five =

Polls

ଭାରତରେ ବିମୁଦ୍ରାକରଣ ଯୋଗୁ ସାଧାରଣ ଲୋକେ ହଇରାଣ ହେଉଛନ୍ତି କି ?

View Results

Loading ... Loading ...