ଓଡ଼ିଶା ସମାଚାର

ପାନୀୟ ଜଳ ଯୋଗାଣର ଅଗ୍ରଗତି ସମ୍ବନ୍ଧରେ ମୁଖ୍ୟ ଶାସନ ସଚିବଙ୍କ ସମୀକ୍ଷା- ରାଜ୍ୟର ପ୍ରାୟ ୧୪୨୪୯ ଟି ଗ୍ରାମରେ ମୋବାଇଲ୍ ଯୋଗାଯୋଗ ନାହିଁ

ପାନୀୟ ଜଳ ଯୋଗାଣର ଅଗ୍ରଗତି ସମ୍ବନ୍ଧରେ ମୁଖ୍ୟ ଶାସନ ସଚିବଙ୍କ ସମୀକ୍ଷା- ରାଜ୍ୟର ପ୍ରାୟ ୧୪୨୪୯ ଟି ଗ୍ରାମରେ ମୋବାଇଲ୍ ଯୋଗାଯୋଗ ନାହିଁ

ପାନୀୟ ଜଳ ଯୋଗାଣର ଅଗ୍ରଗତି ସମ୍ବନ୍ଧରେ ମୁଖ୍ୟ ଶାସନ ସଚିବଙ୍କ ସମୀକ୍ଷା- ରାଜ୍ୟର ପ୍ରାୟ ୧୪୨୪୯ ଟି ଗ୍ରାମରେ ମୋବାଇଲ୍ ଯୋଗାଯୋଗ ନାହିଁ
April 21
16:08 2017

ଭୁବନେଶ୍ୱର, ୨୧/୦୪/୨୦୧୭(ଓଡ଼ିଶା ସମାଚାର) –ଚଳିତ ବର୍ଷ ଗ୍ରୀଷ୍ମ ଋତୁରେ ପାନୀୟ ଜଳ ଯୋଗାଣର ସମ୍ଭାବ୍ୟ ସଙ୍କଟ ଦୂର କରିବା ନିମନ୍ତେ ସରକାରଙ୍କ ଦ୍ୱାରା କରାଯାଇଥିବା ଯୋଜନାର କାର୍ଯ୍ୟାନ୍ୱୟନ ଅଗ୍ରଗତି ବିଷୟରେ ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀ ଜିଲ୍ଲାପାଳ ମାନଙ୍କ ସହ ସିଧାସଳଖ ଭିଡ଼ିଓ କନ୍ଫେରେନ୍ସିଂ ମାଧ୍ୟମରେ ସମୀକ୍ଷା କରିଥିଲେ  । ସ୍ଥିତିର ପ୍ରତ୍ୟକ୍ଷ ଓ ଆଗୁଆ ଆକଳନ କରି ସେଥିରେ ଆସୁ ସୁଧାର ଆଣିବା ନିମନ୍ତେ ତୁରନ୍ତ ଫଳଦାୟୀ ପଦକ୍ଷେପ ନେବା ପାଇଁ ମୁଖ୍ୟ ଶାସନ ସଚିବ ଜିଲ୍ଲାପାଳ ମାନଙ୍କୁ ନିର୍ଦେଶ ଦେଇଥିଲେ  । ନୂଆଭାବେ ଅଚଳ ହୋଇ ପଡୁଥିବା ନଳକୂପ ଓ ପାଇପ୍ ଜଳ ଯୋଗାଣ ପ୍ରକଳ୍ପର ମରାମତି ଦୈନିକ ଭିତିରେ ଜାରି ରଖିବା ପାଇଁ ମଧ୍ୟ ଶ୍ରୀ ପାଢ଼ୀ ନିର୍ଦେଶ ଦେଇଥିଲେ  । ଜିଲ୍ଲାପାଳ ମାନେ ପ୍ରତି ପାନୀୟ ଜଳ ପ୍ରକଳ୍ପକୁ ପରିଦର୍ଶନ କରି ତାର କାର୍ଯ୍ୟକାରିତା ଓ ଜଳ ଯୋଗାଣ ଦକ୍ଷତା ଆଦି ଉପରେ ଦୃଷ୍ଟି ରଖିବା ନିମନ୍ତେ ଉନ୍ନୟନ କମିଶନର ଆର.ବାଲାକ୍ରିଷ୍ଣନ୍ ପରାମର୍ଶ ଦେଇଥିଲେ । ମରାମତି ପାଇଁ ପ୍ରାୟତଃ ଦରକାର ପଡୁଥିବା ସମସ୍ତ ଯନ୍ତ୍ରପାତି ଓ ଅତିରିକ୍ତ ସରଞ୍ଜାମ ୭ ଦିନ ମଧ୍ୟରେ ମହଜୁଦ ରଖିବା ପାଇଁ ପଂଚାୟତିରାଜ ଶାସନ ସଚିବ ଦେଓ ରଂଜନ କୁମାର ସିଂ ଜିଲ୍ଲାପାଳ ମାନଙ୍କୁ କହିଥିଲେ । ଏଥି ନିମନ୍ତେ ସମସ୍ତ ଜିଲ୍ଲାକୁ ଯଥେଷ୍ଟ ପରିମାଣର ପାଣ୍ଠି ଯୋଗାଇ ଦିଆଯାଇଛି ବୋଲି ମଧ୍ୟ ଶ୍ରୀ ସିଂ କହିଥିଲେ  । ଅଧିକ ଅର୍ଥର ଆବଶ୍ୟକତା ଥିଲେ ୧୪ ଶ ଅର୍ଥ କମିଶନ ଅନୁଦାନରୁ ଖର୍ଚ୍ଚ କରିବା ପାଇଁ ମୁଖ୍ୟ ଶାସନ ସଚିବ ନିର୍ଦେଶ ଦେଇଥିଲେ  । ସମୀକ୍ଷାରୁ ଜଣାପଡିଥିଲା ବର୍ତମାନ ଗ୍ରାମାଂଚଳରେ ପ୍ରାୟ ୪ ଲକ୍ଷ ୩୭ ହଜାର ୫ଶହରୁ ଅଧିକ ନଳକୂପ କାର୍ଯ୍ୟକ୍ଷମ ଅଛି  । ମରାମତି ଯୋଗ୍ୟ ଅଚଳ ନଳକୂପ ଭାବେ ଚିହ୍ନଟ କରାଯାଇଥିବା ୧୮୭୯୦ ଟି ମଧ୍ୟରୁ ବର୍ତମାନ ପର୍ଯ୍ୟନ୍ତ ପ୍ରାୟ ୧୬୬୫୦ ଟି କୁ କାର୍ଯ୍ୟକ୍ଷମ କରାଯାଇ ଏ ଦିଗରେ ୮୯ ଶତକଡା ଲକ୍ଷ୍ୟ ହାସଲ କରାଯାଇଛି  । ବଲାଙ୍ଗିର, ବୌଦ୍ଧ, କଟକ, ଢ଼େଙ୍କାନାଳ, ଜଗତସିଂହପୁର, କଳାହାଣ୍ଡି, କେନ୍ଦ୍ରାପଡା, ଖୋର୍ଦ୍ଧା, ମାଲକାନଗିରି, ନବରଙ୍ଗପୁର, ସମ୍ବଲପୁର, ସୋନପୁର ଆଦି ଜିଲ୍ଲାରେ ୯୦ ପ୍ରତିଶତରୁ ଅଧିକ ଅଚଳ ନଳକୂପକୁ ଇତି ମଧ୍ୟରେ କାର୍ଯ୍ୟକ୍ଷମ କରାଯାଇଛି ବୋଲି ସଂପୃକ୍ତ ଜିଲ୍ଲାପାଳମାନେ ଜଣାଇଥିଲେ  । ଏହାଛଡା ଜଳକ୍ଳିଷ୍ଟ ଅଂଚଳ ମାନଙ୍କରେ ୨୩୧୧ ଟି ନୂଆ ନଳକୂପ ମଧ୍ୟ ଖୋଳା ଯାଇଛି  । ଗ୍ରାମାଂଚଳରେ ନିର୍ମାଣ କରାଯାଇଥିବା ସମୁଦାୟ ୧୦,୧୦୩ ଟି ପାଇପ୍ ଜଳଯୋଗାଣ ପ୍ରକଳ୍ପ ମଧ୍ୟରୁ ୯୪୨ ଟି ପ୍ରକଳ୍ପକୁ ମରାମତି ପାଇଁ ଚିହ୍ନଟ କରାଯାଇଥିଲା  ।

ଇତି ମଧ୍ୟରେ ସେଥିରୁ ୪୩୨ ଟିର ମରାମତି ସରିଛି  । ଅବଶିଷ୍ଟର କାର୍ଯ୍ୟ ତ୍ୱରାନ୍ୱିତ ଗତିରେ ଚାଲିଛି ବୋଲି ଜିଲ୍ଲାପାଳମାନେ ଜଣାଇଥିଲେ  । ଜଳକ୍ଳିଷ୍ଟ ଅଂଚଳ ମାନଙ୍କୁ ଚିହ୍ନଟ କରାଯାଇ ପ୍ରାୟ ୯୭୨ ଟି ଗ୍ରାମ ୱାର୍ଡକୁ ଟ୍ୟାଙ୍କର ଯୋଗେ ପାନୀୟ ଜଳ ଯୋଗାଇ ଦିଆଯାଉଛି  । ଏହି ଭିଡ଼ିଓ କନ୍ଫେରେନ୍ସିଂ ରେ ସହରାଂଚଳ ପାନୀୟ ଜଳ ଯୋଗାଣ ସ୍ଥିତି ବିଷୟରେ ମଧ୍ୟ ସମୀକ୍ଷା ହୋଇଥିଲା  । ଗୃହ ଓ ନଗର ଉନ୍ନୟନ ବିଭାଗ ଶାସନ ସଚିବ ଶ୍ରୀ ଜି.ମାଥିଭାଥାନନ୍ ରାଜ୍ୟର ୧୧୨ ଟି ସହରରେ ଜଳଯୋଗାଣ ସ୍ଥିତି ଏବଂ ବିଭିନ୍ନ ସହର ମାନଙ୍କ ପାଇଁ ପୂର୍ବରୁ ମଞ୍ଜୁର ହୋଇଥିବା ପ୍ରକଳ୍ପ ବିଷୟରେ ସଦ୍ୟତମ ତଥ୍ୟ ଉପସ୍ଥାପନ କରିଥିଲେ । ଜିଲ୍ଲାପାଳ ମାନଙ୍କ ପରାମର୍ଶ ଅନୁସାରେ ସହରାଂଚଳରେ ନୂତନଭାବେ ସାମିଲ ହୋଇଥିବା ଏବଂ ପାଇପ୍ ଜଳଯୋଗାଣ ପ୍ରକଳ୍ପର ଅନ୍ତର୍ଭୁକ୍ତ ହୋଇନଥିବା ୱାର୍ଡମାନଙ୍କ ପାଇଁ ଆଶୁ ସମାଧାନ ଭାବେ ନୂତନ ନଳକୂପ ମଞ୍ଜୁର କରାଯାଇଥିଲା  । ଖନନ କାର୍ଯ୍ୟ ଶିଘ୍ର ପୂଣ୍ଣ ର୍ାଙ୍ଗ କରି ଜଳଯୋଗାଣ ନିଶ୍ଚିତ କରିବାକୁ ମୁଖ୍ୟ ଶାସନ ସଚିବ ଶ୍ରୀ ପାଢ଼ୀ ନିର୍ଦେଶ ଦେଇଥିଲେ  । ପ୍ରାପ୍ତ ସୂଚନାରୁ ଜଣାପଡିଛି, ବର୍ତମାନ ୧୧୨ ଟି ସହରାଂଚଳରେ ୧୧୨ ଟି ପାଇପ୍ ଜଳଯୋଗାଣ ପ୍ରକଳ୍ପ କାର୍ଯ୍ୟ କରୁଛି  । ଏହିସବୁ ଅଂଚଳରେ ଦୈନିକ ୧୦୧୪ ମିଲିଅନ୍ ଲିଟର ପାନୀୟ ଜଳ ଆବଶ୍ୟକ ପଡୁଛି  । ବିଭିନ୍ନ ଜଳଯୋଗାଣ ପ୍ରକଳ୍ପରୁ ପ୍ରାୟ ୯୦୬ ମିଲିଅନ୍ ଲିଟର ପାଣି ଯୋଗାଇ ଦିଆଯାଉଛି  । ପ୍ରକଳ୍ପରେ ସାମିଲ ହୋଇନଥିବା ଅଂଚଳମାନଙ୍କରେ ଟ୍ୟାଙ୍କର ମାଧ୍ୟମରେ ଆବଶ୍ୟକୀୟ ଜଳଯୋଗାଇ ଦିଆଯାଉଛି  ।

ବୈଠକରେ ଗ୍ରାମାଂଚଳରେ ମୋବାଇଲ୍ ଯୋଗାଯୋଗ ବିଷୟରେ ମଧ୍ୟ ସମୀକ୍ଷା ହୋଇଥିଲା  । ଏ ବିଷୟରେ ସଦ୍ୟତମ ତଥ୍ୟ ରଖି ବିଭାଗୀୟ ପ୍ରମୁଖ ଶାସନ ସଚିବ ପ୍ରଦୀପ କୁମାର ଜେନା କହିଥିଲେ ଯେ ବର୍ତମାନ ସୁଦ୍ଧା ରାଜ୍ୟର ପ୍ରାୟ ୧୪୨୪୯ ଟି ଗ୍ରାମରେ ମୋବାଇଲ୍ ଯୋଗାଯୋଗ ନାହିଁ  । ଯୋଗାଯୋଗନଥିବା ଗ୍ରାମ ମାନଙ୍କୁ ଚିହ୍ନଟ କରି ସେସବୁର ତଥ୍ୟ କେନ୍ଦ୍ରୀୟ ୱେବ୍ ସାଇଟ୍ରେ ତୁରନ୍ତ ଅପ୍ଲୋର୍ଡ କରିବା ନିମନ୍ତେ ମୁଖ୍ୟ ଶାସନ ସଚିବ ପାଢ଼ୀ ଜିଲ୍ଲାପାଳ ମାନଙ୍କୁ ନିର୍ଦେଶ ଦେଇଥିଲେ । ଉନ୍ନୟନ କମିଶନର ଆର୍.ବାଲାକ୍ରିଷ୍ଣନ୍, ଅର୍ଥ ବିଭାଗ ପ୍ରମୁଖ ଶାସନ ସଚିବ ତୁହିନ କାନ୍ତ ପାଣ୍ଡେ, ଗ୍ରାମ ଉନ୍ନୟନ ପ୍ରମୁଖ ଶାସନ ସଚିବ ଶ୍ରୀ ମଧୁସୂଦନ ପାଢ଼ୀ, ସୂଚନା ଓ ପ୍ରଯୁକ୍ତି ବିଦ୍ୟ ବିଭାଗ ପ୍ରମୁଖ ଶାସନ ସଚିବ ପ୍ରଦୀପ କୁମାର ଜେନା, ପଂଚାୟତି ରାଜ ବିଭାଗ ଶାସନ ସଚିବ ଶ୍ରୀ ଦେଓ ରଂଜନ କୁମାର ସିଂଙ୍କ ସମେତ ସଂପୃକ୍ତ ବିଭାଗର ବରିଷ୍ଠ ଅଧିକାରୀମାନେ ବୈଠକର ଆଲୋଚନାରେ ଅଂଶଗ୍ରହଣ କରିଥିଲେ  । ଓଡ଼ିଶା ସମାଚାର

About Author

admin

admin

Related Articles

0 Comments

No Comments Yet!

There are no comments at the moment, do you want to add one?

Write a comment

Write a Comment

five + 10 =