ଓଡ଼ିଶା ସମାଚାର

ଧର୍ମଶାଳା ମୋ ହୃଦୟରେ ଅଛି ; ବିଧାୟକ ପ୍ରଣବ ବଳବନ୍ତରାୟ

ଧର୍ମଶାଳା ମୋ ହୃଦୟରେ ଅଛି ; ବିଧାୟକ ପ୍ରଣବ ବଳବନ୍ତରାୟ

ଧର୍ମଶାଳା ମୋ ହୃଦୟରେ ଅଛି ; ବିଧାୟକ ପ୍ରଣବ ବଳବନ୍ତରାୟ
April 21
11:42 2017

ଯାଜପୁର, ୨୧/୦୪/୨୦୧୭(ଓଡ଼ିଶା ସମାଚାର/ଅକ୍ଷୟ ରାଉତ) -ଧର୍ମଶାଳା ମୋ ହୃଦୟରେ ଅଛି ବୋଲି କହିଛନ୍ତଧର୍ମଶାଲା ବିଧାୟକ ପ୍ରଣବ ବଳବନ୍ତରାୟ ଏହି ବ୍ଲକ କବାଟବନ୍ଧ ଠାରେ ଏକ ସାଧରଣ ସଭାରେ  ଯୋଗଦେବା ଅବସରରେ କହିଛନ୍ତି  । ମୋର ପୂଜନୀୟ ବାପା ସ୍ୱର୍ଗତ କଳ୍ପତରୁ ଦାସ ଓ ମୋ ପ୍ରତି ଭଲପାଇବା ଦେଖି ଧର୍ମଶାଳାବାସୀଙ୍କ ଆଗରେ ମୋର ମଥା ନଇଁ ଯାଉଛି ।  ମୁଁ ଆପଣମାନଙ୍କୁ କହିବାକୁ ଚାହେଁ ଯେ  ମୋ ଦେହରେ ବୁନ୍ଦା ଟିଏ ରକ୍ତ ଥିବା ପର୍ଯ୍ୟନ୍ତ ଆପଣ ମାନଙ୍କ ପାଇଁ କାମ କରିବି ବୋଲି  ବିଧାୟକ ବଳବନ୍ତରାୟ କହିଛନ୍ତି  । ଓଡିଶାରେ ଗୋଟିଏ ଦଳ ସେ ହେଉଛି ବିଜୁ ଜନତା ଦଳ ଏବଂ ଗୋଟିଏ ନେତା ସେ ହେଉଛନ୍ତି ଆମ ପ୍ରିୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସେଥିଲାଗି ଆମେ ଏକାଠି ହୋଇ ଆମ ପ୍ରିୟ ମୁଖ୍ୟମନ୍ତ୍ରୀ ଙ୍କୁ ହାତ ଟାଣ କରିବା ବୋଲି ବିଧାୟକ ବଳବନ୍ତରାୟ ନିଜରେ ବକ୍ତବ୍ୟରେ କହିଥିଲେ  । ସେ କହିଲେ ଯେ ସହରାଅଂଚଳର ସମସ୍ତ ସୁବିଧା ଗ୍ରାମାଈଂଚଳରେ ଯୋଗାଇଦେବା ମୋର ମୁଳ ଲକ୍ଷ  । ଏହି ସବାରେ ଯୁବ ବିଜେଡି ପକ୍ଷରୁ ବିଧାୟକଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା  । ଅନ୍ୟମାନଙ୍କ ମଧ୍ୟରେ ବ୍ଲକ ଅଧ୍ୟକ୍ଷ ପ୍ରଭାତ ବଳବନ୍ତରାୟ, ଧର୍ମଶାଳା ବ୍ଲକ ସଭାପତି ନିରଜଂନ ବଳ, ବିଜେଡି ନେତା ଜଳଧର ମହାନ୍ତି, ଜଳଧର ସାହୁ ରଜଉକôଳ ଦାସ, ଯୁବ ନେତା ଅକ୍ଷୟ କୁମାର ନାୟକ,କ୍ଷୀତିଷ ନାୟକ,ସବ୍ୟସାଚୀ ସୁନ୍ଦରରାୟ, ସୋମ୍ୟପ୍ରକାଶ ବିଶ୍ୱାଳ,ପ୍ରତାପ ପ୍ରଧାନ,ମାନସ ମହାନ୍ତି ପ୍ରମୁଖ ଉପସ୍ଥିିତ ଥିଲେ । ଓଡ଼ିଶା ସମାଚାର

About Author

admin

admin

Related Articles

0 Comments

No Comments Yet!

There are no comments at the moment, do you want to add one?

Write a comment

Write a Comment

seventeen − ten =