ନୂଆ ବଜାର ବଣିକ ସଂଘ ର ବସନ୍ତ ମିଳନ ଓ ନୂତନ କର୍ମକର୍ତ୍ତା ଚୟନ

ଦୁଷ୍ମନ୍ତ ପୃଷ୍ଟି ସଭାପତି,ବସନ୍ତ ପୋଥାଳ ସମ୍ପାଦକ

ଭୁବନ ୧୫/୧୨/୨୦୨୩ (ଓଡ଼ିଶା ସମାଚାର)-ଭୁବନ ର ସର୍ବ ପୁରାତନ ଶ୍ରୀ ଶ୍ରୀ ମହାଲକ୍ଷ୍ମୀ ବଣିକ ସଂଘ, ନୂଆ ବଜାର ତରଫରୁ କଣପାଳ ହାଟ ପଡ଼ିଆ ଠାରେ (୫୮ ତମ ବାର୍ଷିକ ଉତ୍ସବ) ବସନ୍ତ ମିଳନ ଓ ନୂତନ କର୍ମକର୍ତ୍ତା ଚୟନ ଅନୁଷ୍ଠିତ ହୋଇଯାଇଛି। ବରିଷ୍ଠ ସଭ୍ୟ ଅକ୍ଷୟ କୁମାର ପାତ୍ର ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ସମ୍ପାଦକ ବସନ୍ତ କୁମାର ପୋଥାଳ ଗତ ବର୍ଷ (୨୦୨୨-୨୩) ଲକ୍ଷ୍ମୀପୂଜା,ମାଣ ବସା ଗୁରୁବାର ଆୟ,ବ୍ୟୟ ଉପସ୍ଥାପନ କରିଥିଲେ । ପରେ ପୁରୁଣା କମିଟି କୁ ଭଙ୍ଗ କରାଯାଇ ନୂତନ କମିଟି ଗଠନ କରାଯାଇଥିଲା । ଶତାଧିକ ବ୍ୟବସାୟୀ ଭାଇ ମାନଙ୍କ ଉପସ୍ଥିତିରେ ଚଳିତ ବର୍ଷ ସକାଶେ ଦୁଷ୍ମନ୍ତ କୁମାର ପୃଷ୍ଟି ( ସଭାପତି) , ବସନ୍ତ କୁମାର ପୋଥାଳ (ସମ୍ପାଦକ), ସରୋଜ କୁମାର ବିହାରୀ, ମନ ମୋହନ ସାହୁ ( ଉପ ସଭାପତି) ,ସୁରେଶ ଚନ୍ଦ୍ର ପୃଷ୍ଟି,ଦିଲୀପ କୁମାର ବେହେରା (ଯୁଗ୍ମ ସମ୍ପାଦକ) ଓ ନରେନ୍ଦ୍ର କୁମାର ବେହେରା ( ନୁରୀ) ଙ୍କୁ କୋଷାଧ୍ୟକ୍ଷ ଭାବେ ଚୟନ କରାଯାଇଥିଲା । ନୂତନ କର୍ମକର୍ତ୍ତା ମାନଙ୍କୁ ପୁଷ୍ପଗୁଛ ଦେଇ ସ୍ଵାଗତ,ସମ୍ବର୍ଦ୍ଧନା ଦିଆଯାଇଥିଲା । ଦୁଷ୍ମନ୍ତ କୁମାର ପୃଷ୍ଟି ଦଶମ ଥର ପାଇଁ ସଭାପତି ଶ୍ରୀ ପୃଷ୍ଟି ଙ୍କୁ ବିଭିନ୍ନ ମହଲରୁ ଶୁଭେଛା ଓ ଅଭିନନ୍ଦନ ଜ୍ଞାପନ କରାଯାଇଛି ।

Leave a Reply

Your email address will not be published. Required fields are marked *