ଓଡ଼ିଶା ସମାଚାର

ବାଲି ମାଫିଆ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଗ୍ରାମବାସୀ ମାନେ ଦାବିପତ୍ର ଦେଲେ

ବାଲି ମାଫିଆ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଗ୍ରାମବାସୀ ମାନେ ଦାବିପତ୍ର ଦେଲେ

April 21
10:33 2017

ଯାଜପୁର, ୨୧/୦୪/୨୦୧୭(ଓଡ଼ିଶା ସମାଚାର/ଅକ୍ଷୟ ରାଉତ) – ନଦୀରୁ ଚୋରାଭାବେ ବାଲି ଉଠିବାରୁ ଗ୍ରାମ ପ୍ରତି ବିପଦ ଦେଖାଦେବା ସହ ପରିବେଶ ପ୍ରଦୁ୍ୟଷିତ ହେଉଥିବାରୁ ଗ୍ରାମର ସୁରକ୍ଷା ଓ ଚୋରା ବାଲି ବେପାର କରୁଥିବା ବାଲି ମାଫିଆ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାପାଇଁ ଗ୍ରାମବାସୀମାନେ ଜିଲା ପ୍ରଶାସନକୁ ବୁଧବାର ଦିନ ଦାବିପତ୍ର ଦେଇଛନ୍ତି । ଘଟଣାରୁ ଜଣାଯାଏ ଯାଜପୁର ବ୍ଲକ୍ ଉପର ବରୁଆଁ ପଂଚାୟତରେ କଚେରୀ ଗ୍ରାମ(ଢିଅସାହି) ଅବସ୍ଥିତ । ଏହି ଗ୍ରାମର ପଶ୍ଚିମ ପାଶ୍ୱର୍ରେ ଖରସ୍ରୋତା ନଦୀ ପ୍ରବାହିତ । ଏହି ଖରସ୍ରୋତା ନଦୀରୁ ଚୋରାଭାବେ ସେହି ଗ୍ରାମର ଜନୈକ ଚୋରା ବାଲି ମାଫିଆ ଶହ ଶହ ଟ୍ରିପ୍ ବାଲି ଟ୍ରକ୍ ଓ ହାଇୱା ଯୋଗେ ପଡ଼ୋଶୀ ଭଦ୍ରକ, ବାଲେଶ୍ୱର, କେନ୍ଦୁଝର ପ୍ରଭୃତି ଜିଲ୍ଲାକୁ ଚୋରାଭାବେ ବାଲି ଚାଲାଣ କରୁଛି । ଖରସ୍ରୋତା ନଦୀରୁ ଦୈନିକ ଶହ ଶହ ବାଲି ଟ୍ରିପ୍ କଚେରୀ ଗ୍ରାମଦେଇ ଯାଉଥିବାରୁ ଗ୍ରାମର ରାସ୍ତା ଓ ନଦୀବନ୍ଧ ରାସ୍ତା ଅତି ଦୂରାବସ୍ଥା ହୋଇପଡ଼ିଛି । ଏହି ରାସ୍ତା କଡ଼ରେ ପ୍ରାଥମିକ ବିଦ୍ୟାଳୟ, ଉଚ୍ଚ ବିଦ୍ୟାଳୟ ଓ ଅଙ୍ଗନୱାଡ଼ି କେନ୍ଦ୍ର ଅଛି । ଏହି ସ୍କୁଲ ଓ ଅଙ୍ଗନୱାଡ଼ି କେନ୍ଦ୍ରକୁ ୫୦୦ ରୁ ଉଦ୍ଧ୍ୱର୍ ଛାତ୍ରଛାତ୍ରୀ ଆସୁଥିବାବେଳେ ଉକ୍ତ ରାସ୍ତାଦେଇ ଶହ ଶହ ବାଲି ଟ୍ରକ୍ ପରିବହନ ହେଉଥିବାବେଳେ ଛାତ୍ରଛାତ୍ରୀମାନେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଉକ୍ତ ନଦୀବନ୍ଧରେ କଚେରୀ ଗ୍ରାମର ଦୈନିକ ସରକାରୀ ଚାକିରୀ ଓ ବ୍ୟବସାୟ କରିବାପାଇଁ ଜନସାଧାରଣ ଯାଉଥିବାବେଳେ ଦ୍ରୁତଗତିରେ ଯାଉଥିବା ବାଲି ଟ୍ରକ୍ର ଧକ୍କାରେ ବହୁ ଲୋକ ଆହତ ହେବାସହ ଜୀବନହାନୀ ଘଟିଥିବାର ମଧ୍ୟ ଜଣାଯାଏ । ବାଲି ମାଫିଆ ବିରୁଦ୍ଧରେ ଉକ୍ତ ଗ୍ରାମର ଜନସାଧାରଣ ଅଭିଯୋଗ କଲେ ବାଲି ମାଫିଆ ଗୁଣ୍ଡାଙ୍କ ଆକ୍ରମଣର ଶିକାର ହୋଇଥାନ୍ତି । ଜିଲା ସଦରମହକୁମାଠାରୁ ମାତ୍ର ୭ କି.ମି. ଦୂରରେ ଅବସ୍ଥିତ ଏହି କଚେରୀ ଗ୍ରାମର ଲୋକମାନେ ଜିଲା ପ୍ରଶାସନ, ତହସିଲ ପ୍ରଶାସନକୁ ବାଲି ମାଫିଆ ବିରୁଦ୍ଧରେ ଅଭିଯୋଗ କଲେ ମଧ୍ୟ କୌଣସି ସୁଫଳ ପାଇପାରୁନାହାନ୍ତି । ବାଲି ମାଫିଆ କଚେରୀ ଗ୍ରାମ ନିକଟରୁ ନଦୀରୁ ବାଲି ନେଇ ଖାଲୁଆ କରିଦେଇଥିବାରୁ ବର୍ଷାଦିନେ ଗ୍ରାମ ପ୍ରତି ବିପଦ ଦେଖାଦେବାର ସମ୍ଭାବନା ଅଛି । ଟ୍ରକ୍ ଓ ହାଇୱା ବାଲି ବୋହୁଥିବା ଯୋଗୁ ବାଲି ଓ ଧୂଳି ଉଡ଼ି ସେହି ଗ୍ରାମର ଲୋକମାନଙ୍କର ବିଭିନ୍ ଚର୍ମରୋଗ ଦେଖାଦେବା ସହ ଅନ୍ୟାନ୍ୟ ରୋଗ ମଧ୍ୟ ଦେଖାଦେଇଛି । ଦୈନନ୍ଦିନ ଭାରୀଯାନରେ ବାଲି ବୁହା ହେଉଥିବା ଯୋଗୁଁ ନଦୀବନ୍ଧ ଦୁର୍ବଳ ହେଇପଡ଼ୁଛି । ଏପରିକି ସ୍ଥାନେ ସ୍ଥାନେ ନଦୀବନ୍ଧକୁ କାଟି ବାଲି ମାଫିଆ ବାଲି ବୋହୁଥିବାର ଦେଖାଯାଇଛି । ବାଲି ମାଫିଆ କଚେରୀ ଗ୍ରାମର ବିଭିନ୍ନ ଜାଗାରେ ପାହାଡ଼ ସଦୃଶ ବାଲି ଜମା ରଖି ଗ୍ରାମକୁ ପ୍ରଦୁ୍ୟଷିତ କରୁଛି । ଉକ୍ତ ବାଲି ମାଫିଆ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହ ଗ୍ରାମକୁ ବିପଦରୁ ରକ୍ଷା କରିବାପାଇଁ କଚେରୀ ଗ୍ରାମର ଶତାଧିକ ଗ୍ରାମବାସୀ ବୁଧବାର ଦିନ ଜିଲା ପ୍ରଶାସନକୁ ଭେଟି ଦାବିପତ୍ର ପ୍ରଦାନ କରିଛନ୍ତି । ଯଦି ଜିଲା ପ୍ରଶାସନ ବାଲି ମାଫିଆ ବିରୁଦ୍ଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରନ୍ତି ଆସନ୍ତା ୨୭ ତାରିଖ ଦିନ ୨୦ ନମ୍ବର ଜାତୀୟ ରାଜପଥର କୁଆଖିଆ-ଯାଜପୁର ଟାଉନ ରାସ୍ତାର ବରୁଆଁ ଛକଠାରେ ଶାନ୍ତିପୂର୍ଣ୍ଣଭାବେ ରାସ୍ତା ଅବରୋଧ କରିବେ ବୋଲି ଚେତାବନୀ ଦେଇଛନ୍ତି । ଓଡ଼ିଶା ସମାଚାର

About Author

admin

admin

Related Articles

0 Comments

No Comments Yet!

There are no comments at the moment, do you want to add one?

Write a comment

Write a Comment

16 − 8 =

Polls

ଭାରତରେ ବିମୁଦ୍ରାକରଣ ଯୋଗୁ ସାଧାରଣ ଲୋକେ ହଇରାଣ ହେଉଛନ୍ତି କି ?

View Results

Loading ... Loading ...