କୋରାପୁଟରେ ଲକ୍ଷ୍ମୀ ବସ୍ ର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

କୋରାପୁଟ,୧୫/୧୨/୨୦୨୩ (ଓଡ଼ିଶା ସମାଚାର)- କୋରାପୁଟ ଜିଲାରେ ଗଡିଲା ଲକ୍ଷ୍ମୀ ବସ  । କୋରାପୁଟ ଜିଲାରେ ଲକ୍ଷ୍ମୀ ବସ ଯୋଜନାର ଶୁଭ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ  । ମୁଖ୍ୟମନ୍ତ୍ରୀ କହିଛନ୍ତି ଗାଁ ଗାଁରେ ବିକାଶର ପର୍ବ ଚାଲିଛି  । ନବୀନ ଓଡ଼ିଶାରେ ପଂଚାୟତରେ ନୂଆ ଜାଗରଣ ଆସିଛି  । ଡିଜିଟାଲ ଭିତିଭୂମିର ବିକାଶ ହେଉଛି ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ । କୋରାପୁଟ ଜିଲାର ୧୦ଟି ବ୍ଲକର ପ୍ରାୟ ୫୦ ଟି ରୁଟରେ ୪୫ ଟି ଲକ୍ଷ୍ମୀ ବସ ଚଳା ଚଳ କରିବ  । କୋରାପୁଟ ଜିଲାକୁ ପ୍ରଥମପର୍ଯ୍ୟାୟରେ ୬୬ ଟି ବସ ରାଜ୍ୟ ସରକାର ଅନୁମୋଦନକରିଛନ୍ତି  । ବନ୍ଧୁଗାଁ ବ୍ଲକରେ ୪ ଗୋଟି ବସ୍ ଚଳାଚଳ କରିବାକୁ ଥିବାବେଳେ ଏସଏଚଜି ବ୍ଲକ ମହସଂଘକୁ ପରିଚାଳନା ଦାୟିତ୍ୱ ଦିଆଯାଇଛି  । ଲକ୍ଷ୍ମୀ ବସ୍ ସେବା ଆରମ୍ଭ ହେଲେ ଗ୍ରାମାଂଚଳ ଦିନ ମଜୁରିଆ, କର୍ମଜୀବୀ ମହିଳା, ଛାତ୍ରଛାତ୍ରୀ ଏବଂ ଚାଷୀମାନେ ବେଶ୍ ଉପକୃତ ହେବେ  । ଗ୍ରାମାଂଚଳରୁ ସହରାଂଚଳକୁ ସୁନିଶ୍ଚିତ ବସ୍ ସଂଯୋଗ, ସୁଲଭ ଓ ନିର୍ଭରଯୋଗ୍ୟ

ସେବା କ୍ଷେତ୍ରରେ ସହାୟକ ହେଉଛି ଲକ୍ଷ୍ମୀ ବସ୍ । ଚାଷୀ ନିଜ ଉତ୍ପାଦିତ ସାମଗ୍ରୀ ବ୍ଲକ ସଦର ମହକୁମାରେ ବିକ୍ରୀ କରି ଉଚିତ ମୂଲ୍ୟ ପାଇପାରିବା ଆଶା କରାଯାଉଛି  ।

ଏଥିରେ ମହିଳା, ଛାତ୍ରଛାତ୍ରୀ ଓ ଭିନ୍ନକ୍ଷମ ବର୍ଗର ଲୋକମାନେ ମାତ୍ର ୫ ଟଙ୍କାରେ ଗାଁରୁ ବ୍ଲକକୁ ଯାଇପାରିବେ। ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟର ଜିଲ୍ଲାଗସ୍ତ ପରେ ଲୋକମାନଙ୍କର ଯାତାୟାତ ଅସୁବିଧା ବିଷୟରେ ଜାଣିବା ପରେ ‘ଲକ୍ଷ୍ମୀ’ ଯୋଜନା ଆରମ୍ଭ କରାଯାଇଛି। ସମସ୍ତଙ୍କ ପାଇଁ ଲକ୍ଷ୍ମୀ ବସ୍‌ ଏକ ଆଶୀର୍ବାଦ ଏବଂ ଏହା ବିକାଶର ଆଲୋକକୁ ଆହୁରି ଉଜ୍ଜଳ କରିଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଏଥିସହ କୋରାପୁଟର ନୂଆ ବସ୍‌ଷ୍ଟାଣ୍ଡ ପାଇଁ ମୁଖ୍ୟମନ୍ତ୍ରୀ ଜମି ଯୋଗାଇବା ପ୍ରସ୍ତାବକୁ ଏହି ଅବସରରେ ଅନୁମୋଦନ କରିଛନ୍ତି।

Leave a Reply

Your email address will not be published. Required fields are marked *