ଓଡ଼ିଶା ସମାଚାର

ରେଡକ୍ରସକୁ ଅଧିକ ଲୋକାଭିମୁଖୀ ଓ ସଦସ୍ୟଙ୍କ ସଂଖ୍ୟା ବୃଦ୍ଧି କରିବାକୁ ଜିଲ୍ଳ୍ାପାଳଙ୍କ ଆହ୍ୱାନ

ରେଡକ୍ରସକୁ ଅଧିକ ଲୋକାଭିମୁଖୀ ଓ ସଦସ୍ୟଙ୍କ ସଂଖ୍ୟା ବୃଦ୍ଧି କରିବାକୁ ଜିଲ୍ଳ୍ାପାଳଙ୍କ ଆହ୍ୱାନ

ରେଡକ୍ରସକୁ ଅଧିକ ଲୋକାଭିମୁଖୀ ଓ ସଦସ୍ୟଙ୍କ  ସଂଖ୍ୟା ବୃଦ୍ଧି କରିବାକୁ ଜିଲ୍ଳ୍ାପାଳଙ୍କ ଆହ୍ୱାନ
April 21
08:30 2017

ଯାଜପୁର, ୨୧/୦୪/୨୦୧୭(ଓଡ଼ିଶା ସମାଚାର/ଅକ୍ଷୟ ରାଉତ)- ରେଡକ୍ରସ କେବଳ ଊଦ୍ଧାର କାର୍ଯ୍ୟପାଇଁ ନୁହେଁ ବରଂ ପ୍ରତ୍ୟେକ ଅସହାୟ, ଦୁସ୍ଥ ଓ ସହାୟତା ଆବଶ୍ୟକ କରୁଥିବା ବ୍ୟକ୍ତି ମାନଙ୍କ କଲ୍ୟାଣ ପାଇଁ ଏକ ସର୍ବ ବୃହତ ଅନୁଷ୍ଠାନ ବୋଲି ଜିଲ୍ଳ୍ାପାଳ ରଂଜନ କୁମାର ଦାସ ମତବ୍ୟକ୍ତ କରିଚ୍ଥନ୍ତି ।  ଗୁରୁବାର ପୂର୍ବାହ୍ନରେ ଜିଲ୍ଳ୍ାପାଳଙ୍କ ଆବାସିକ କାର୍ଯ୍ୟାଳୟ ଠାରେ ଜିଲ୍ଳ୍ା ରେଡକ୍ରସ ଶାଖାର କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଥିଲା । ଏଥିରେ ଅଧ୍ୟକ୍ଷତା କରି ଜିଲ୍ଳ୍ାପାଳ ତଥା ଜିଲ୍ଳ୍ା ରେଡକ୍ରସ ଶାଖାର ଅଧ୍ୟକ୍ଷ  ଶ୍ରୀ ଦାସ ରେଡକ୍ରସ ଶାଖା ପକ୍ଷରୁ ଗ୍ରହଣ କରାଯାଇଥିବା ଓ ଯାଊଥିବା ପଦକ୍ଷେପ ସଂପର୍କରେ ସୂଚନା ଦେଇଥିଲେ ।  ପ୍ରତ୍ୟେକ ବ୍ଳ୍କର ଗୋଟିଏ ଗୋଟିଏ ଗ୍ରାମକୁ ସଂପୂର୍ଣ୍ଣ  ବାହ୍ୟ ମଳ ମୁକ୍ତ ଗ୍ରାମ ସହ ଅନ୍ୟାନ୍ୟ କ୍ଷେତ୍ରରେ ସ୍ୱଚ୍ଚ୍ଥତା ସୃଷ୍ଟି କରିପାରିଲେ ସଂପୃକ୍ତ ଜୁନିୟର ରେଡକ୍ରସ ବା ଯୁବ ରେଡକ୍ରସ କର୍ମକର୍ତାଙ୍କୁ  ଏକ ଲକ୍ଷ ଟଙ୍କା ଲେଖାଏଁ  ପ୍ରୋସôାହନ ରାଶି  ଦିଆଯିବ ବୋଲି ଜିଲ୍ଳ୍ାପାଳ ଶ୍ରୀ ଦାସ ଘୋଷଣା କରିଥିଲେ ।  ଏଥିପାଇଁ ଜିଲ୍ଳ୍ା ଗ୍ରାମ୍ୟ ଓ ଜଳ ଯୋଗାଣ ବିଭାଗ ଊପଯୁକ୍ତ ପରାମର୍ଶ ଓ ଗାଇଡ୍ଲାଇନ୍ ଆଧାରରେ କାର୍ଯ୍ୟ କରାଯିବ ।  ଜିଲ୍ଳ୍ା ମୁଖ୍ୟ ଚିକିସôାଳୟରେ ପ୍ରସୂତି ମାନଙ୍କ ସୁବିଧା ପାଇଁ ୩ ଲକ୍ଷ ଟଂକା ବ୍ୟୟରେ ଗୋଟିଏ ଡେଲିଭରୀ କାଊଚ ଯୋଗାଇ ଦିଆଯିବ, ଯାହା ପ୍ରସବରେ ସାହାଯ୍ୟ କରିବ ଓ ପ୍ରସୂତିକୁ ଅଧିକ କଷ୍ଟ ନ ହୋଇ ସନ୍ତାନ ପ୍ରସବ ପରେ ପରିଷ୍କାର ପରିଚ୍ଚ୍ଥନ୍ନ କରାଇବ ।  ଯଦି ଏହା ସହଜ ଭାବେ କାର୍ଯ୍ୟକାରୀ ହୁଏ ତେବେ ପରବର୍ତୀ ସମୟରେ ଅନ୍ୟାନ୍ୟ ସି.ଏଚ୍ .ସି.  କୁ ଏହା ଯୋଗାଇ ଦିଆଯିବ ।  ରାଜ୍ୟର ପ୍ରଥମ ଜିଲ୍ଳ୍ା ଭାବେ ଯାଜପୁରରେ ଏହା କାର୍ଯ୍ୟକାରୀ କରାଯିବ ।  ସେହିପରି ନିଊ ଇଣ୍ଡିଆ ଆସୁ୍ୟରାନ୍ସ କମ୍ପାନୀକୁ ଭିନ୍ନକ୍ଷମ ମାନଙ୍କ ପ୍ରିମିୟମ ଦେୟ ରେଡକ୍ରସ ପ୍ରଦାନ କରୁଚ୍ଥି ଯାହାକି, ସଂପୃକ୍ତ ହିତାଧିକାରୀଙ୍କୁ ୨ ଲକ୍ଷ ଟଙ୍କାର ବୀମା ସୁବିଧ ପ୍ରଦାନ କରୁଚ୍ଥି ।  ଅପର ପକ୍ଷରେ ନଗଡା ଗ୍ରାମ ମାନଙ୍କୁ ଖାଊଟି ସାମଗ୍ରୀ ପ୍ରଦାନ ବ୍ୟବସ୍ଥାର ପରିବହନ ଖର୍ଚ୍ଚ ଅଧିକ ହେଊଚ୍ଥି ।  ସରକାର ଧାର୍ଯ୍ୟ କରିଥିବା ଦର ଆଧାରରେ ଏହା ନଗଡାରେ ପହଂଚି ପାରୁ ନ ଥିବାରୁ ନଗଡା ବାସୀ ପାହାଡରୁ  ତଳକୁ ଆସି ଦେଓଗାଁ ଠାରୁ ଏହି ରାସନ ସାମଗ୍ରୀ ନେଊଥିଲେ ।  ତେବେ ସରକାରୀ ଧାର୍ଯ୍ୟ ଦର ଓ ପ୍ରକୃତ ଦର ମଧ୍ୟରେ ଯେଊଁ ପାର୍ଥକ୍ୟ ଅର୍ଥ ତାହା ରେଡକ୍ରସ ଭରଣା କରିବ, ଯାହା ପଂଳରେ ନଗଡା ବାସୀଙ୍କୁ ତାଙ୍କ ଘର ପାଖରେ ହିଁ ଏହି ରାସନ ଦିଆଯାଇପାରିବ ।  ମୁଖ୍ୟ ଚିକିସôାଳୟର ଡେଲିଭରୀ ରୁମ୍ରେ ଆଣ୍ଟିସ୍କିଟ ମ୍ୟାଟ୍  ଓ ଟାଇଲ ବ୍ୟବସ୍ଥା ହେଊଚ୍ଥି  ଯାହାଦ୍ୱାରା ଗୋଡ ଖସିବ ନାହିଁ  ।  ସେହିପରି ଊଜ୍ୱଳ ଆଲୋକ ବ୍ୟବସ୍ଥା କରାଯାଊଚ୍ଥି ।  ଜେନେରିକ ମେଡିସିନକୁ ପ୍ରତ୍ୟେକ ଡାକ୍ତର ମାନେ ଲେଖିବା ଓ   ନିରାମୟ କେନ୍ଦ୍ରରୁ ରୋଗୀ ମାନେ ଏହାକୁ ଗ୍ରହଣ ପାଇଁ ପରାମର୍ଶ ଦିଆଯାଇଚ୍ଥି ।  ରେଡକ୍ରସର ଆଜୀବନ ସଦସ୍ୟ ଭାବେ ଅଧିକ ଲୋକଙ୍କୁ  ସାମିଲ କରିବା, ଲୋକ ପ୍ରତିନିଧି ମାନେ ଏଥିରେ ସାମିଲ ହେବାକୁ ଜିଲ୍ଳ୍ାପାଳ ଆହ୍ୱାନ ଦେଇଥିଲେ । ଊପସ୍ଥିତ ଜିଲ୍ଳ୍ା ପରିଷଦ ଅଧ୍ୟକ୍ଷ ନରେଶ ଚନ୍ଦ୍ର ମହାନ୍ତି ତତ୍କ୍ଷଣାତ୍ ଆଜୀବନ ସଦସ୍ୟ ହେବା ସହ ସମସ୍ତ ଜିଲ୍ଳ୍ା ପରିଷଦ ସଦସ୍ୟ, ପାୟତ ସମିତି ଅଧ୍ୟକ୍ଷ, ଊପାଧ୍ୟକ୍ଷ, ସରପଂଚ ଓ ସମିତି ସଦସ୍ୟଙ୍କୁ ଏଥିରେ ଅନ୍ତର୍ଭୁକ୍ତ କରାଯିବ ବୋଲି ସୂଚନା ଦେଇଥିଲେ ।  ଏଚ୍ .ଆଇ.ଭି. ଆକ୍ରାନ୍ତଙ୍କୁ ଭତା ୩ ଶହ ଟଂକା ବାଦ ମାସିକ ୨ ଶହ ଟଂକା ପୁଷ୍ଟିକର ଖାଦ୍ୟ ପାଇଁ ଓ ପ୍ରତି ୨ ମାସରେ ୨ ଶହ ଟଂକା କଟକକୁ  ସି.ଡି. ପରୀକ୍ଷା ଓ ଚିକସôା ପାଇଁ ପ୍ରଦାନ କରାଯିବ ବୋଲି ଜିଲ୍ଳ୍ାପାଳ  ସୂଚନା ଦେଇଥିଲେ ।  ଦୁର୍ଗମ ଅଂଚଳ ମାନଙ୍କରେ ସ୍ୱାସ୍ଥ୍ୟ ସେବା ଶିବିର ରେଡକ୍ରସ୍ ପକ୍ଷରୁ ଆୟୋଜନ ହେବ ବୋଲି ଜିଲ୍ଳ୍ାପାଳ ଶ୍ରୀ ଦାସ ସୂଚନା ଦେବାସହ ଚଳିତ ମାସ ୨୬ ତାରିଖରେ  ବଡଚଣା ବ୍ଳ୍କର ଧାରିଆ ପଂଚାୟତର  ବରୁଣିଆ ଗ୍ରାମରେ ସ୍ୱାସ୍ଥ୍ୟ ଶିବିର ଆୟୋଜନ ହେବ ବୋଲି ଘୋଷଣା କରିଥିଲେ ।  ଅପର ପକ୍ଷରେ ଯାଜପୁର ପୈାର ପରିଷଦକୁ ରେଡକ୍ରସ ପକ୍ଷରୁ ପ୍ରଦାନ କରାଯାଇଥିବା ସେସ୍ପୁଲ ଓ ଆମ୍ୱୁଲାନ୍ସ ଗାଡି ଗୁଡିକର ମରାମତି ବା ଅଚଳ କ୍ଷେତ୍ରରେ ନିଲାମ କରିବାକୁ  ସ୍ଥିର ହେଲା । ଡି.ଆର.ଡି.ଏ ଅଫିସ ଗେଟପାଖରେ ଏକ ୱାଟର ଏଟିଏମ ଖୋଲିବାକୁ ଜିଲ୍ଲାପାଲ ପ୍ରପଳ୍ପ ନିର୍ଦ୍ଧେଶକଙ୍କୁ ନିର୍ଦ୍ଧେଶ ଦେଇଥିଲେ । ଏହି ଏଟିଏମରୁ ବିଶୁଦ୍ଧ ପାନିୟ ଜଳ ଉପଲବ୍ଧ ହେବ । ସେହିପରି ଭିନ୍ନକ୍ଷମ ସହାୟତା ପାଇଁ  ୨୦୧୬-୧୭ ରେ ଆସିଥିବା ୭ ଲକ୍ଷ ଟଂକା ଗଚ୍ଚ୍ଥିତ ରହିଚ୍ଥି ଓ ଏହାର ଊପଯୋଗ ପାଇଁ ସଦସ୍ୟ ଦିଗମ୍ୱର କର ସୂଚନା ଦେଇଥିଲେ ।  ଏ ସଂପର୍କରେ ତୁରନ୍ତ ପଦକ୍ଷେପ ନେବାକୁ ଜିଲ୍ଳ୍ାପାଳ ନିର୍ଦ୍ଧେଶ ଦେଇଥିଲେ ।  ଅନ୍ୟ ମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଳ୍ାପାଳ ବିକାଶ ଚନ୍ଦ୍ର ମହାପାତ୍ର , ପ୍ରକଳ୍ପ ନିର୍ଦ୍ଧେଶକ ବ୍ରଜଗୋପାଳ ଆଚାର୍ଯ୍ୟ, ସି.ଡି.ଏମ୍.ଓ. ଡା. ପଂଣିନ୍ଦ୍ର ପାଣିଗ୍ରାହୀ, ସହକାରୀ ଜିଲ୍ଳ୍ାପାଳ କୁଳମଣି ନାୟକ, ଜିଲ୍ଳ୍ା ସ୍କୁଲ ପ୍ରଧାନ ଶିକ୍ଷକ ପ୍ରପୁଂଲ ଚନ୍ଦ୍ର ଦେବତା, ସଦସ୍ୟ ମନ୍ମଥ ମହାରଣା, ଆନନ୍ଦ ଚନ୍ଦ୍ର ସାହୁ, ରମାକାନ୍ତ ଜେନା, କୈଳାସ ଚନ୍ଦ୍ର ନାୟକ, ଅରୁଣ ରାଊତରାୟ, ଜିଲ୍ଳ୍ା ପ୍ରକଳ୍ପ ସଂଯୋଜକ, ସର୍ବଶିକ୍ଷା ଅଭିଯାନ ବିଷ୍ଣୁ ଚରଣ ସୂତାର, ଯୁବ ରେଡ଼କ୍ରସ ସଂଯୋଜକ ସନ୍ତୋଷ କୁମାର ସେଠୀ, ହୃଷିକେଶ ପଣ୍ଡ, ଜିଲା ସୂଚନା ଲୋକ ସମ୍ପର୍କ ଅଧିକାରୀ ଓ ଅନ୍ୟାନ୍ୟ ସଦସ୍ୟ ମାନେ ଯୋଗ ଦେଇ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ । ଓଡ଼ିଶା ସମାଚାର

About Author

admin

admin

Related Articles

0 Comments

No Comments Yet!

There are no comments at the moment, do you want to add one?

Write a comment

Write a Comment

twenty + three =