ଓଡ଼ିଶା ସମାଚାର

ସଂକ୍ଷେପରେ ତାଜା ଖବର: ଏନକାଉନ୍ଟରରେ ଦୁର୍ଦ୍ଧାନ୍ତ ଅପରାଧୀ ରବି ଆହତ

ସଂକ୍ଷେପରେ ତାଜା ଖବର: ଏନକାଉନ୍ଟରରେ ଦୁର୍ଦ୍ଧାନ୍ତ ଅପରାଧୀ ରବି ଆହତ

ସଂକ୍ଷେପରେ ତାଜା ଖବର: ଏନକାଉନ୍ଟରରେ ଦୁର୍ଦ୍ଧାନ୍ତ ଅପରାଧୀ ରବି ଆହତ
April 21
08:24 2017

ପୁରୀ, ୨୧/୦୪/୨୦୧୭(ଓଡ଼ିଶା ସମାଚାର) – ଏନକାଉନ୍ଟରରେ ଦୁର୍ଦ୍ଧାନ୍ତ ଅପରାଧୀ ରବି ପ୍ରଧାନ ଆଲିଆସ୍ ଅବୁ ଆହତ ହୋଇଛି ।  ମିଳିଥିବା ତାଜା ସୂଚନା ଅନୁସାରେ ପୁରୀ ଜିଲା ଗୋପ ଥାନା ଅନ୍ତର୍ଗତ କାଦୁଆ ବି୍ରିଜ୍ ନିକଟରେ ଗିକାଲି ରାତି ପ୍ରାୟ ୧୧ ଟା ବେଳେ ଏହି ଏନକାଉନ୍ଟର ହୋଇଛି । ପୁରୀ ସିଦ୍ଧ ମହାବୀର ଅଂଚଳର ରବି ପ୍ରଧାନ (ଅବୁ) ନାମରେ ରାହାଜାନୀ, ଡ଼କାୟତି, ବୋମା ମାଡ଼ ଆଦି ବିଭିନ୍ନ ମାମଲା ରହିଛି । ଗତକାଲି ରାତିରେ ବାସେଳିସାହି, ତାଳବଣିଆ ଓ ଟାଉନ୍ ଥାନା ପୁଲିସ୍ ମିଳିତ ଭାବେ ଅପରେସନ୍ କରିବା ବେଳେ ଗୋପ ଥାନା ଅନ୍ତର୍ଗତ କାଦୁଆ ବି୍ରିଜ୍ ନିକଟରେ ପୁଲିସ୍ ଉପରକୁ ସେ ଗୁଳି ଚଳାଇଥିଲା । ଏହାର ଜବାବରେ ପୁଲିସ୍ ଗୁଳି ଚଳାଇବାରୁ ତାର ଡ଼ାହାଣ ଗୋଡ଼ରେ ଗୁଳି ବାଜିବାରୁ ତାକୁ ପୁଲିସ୍ କାବୁ କରି ନେଇଥିଲେ ହେଲେ ତା ସହିତ ଥିବା ଅନ୍ୟ ଜଣେ ଖସି ପଳାଇ ଯାଇଥିଲା । ଆହତ ରବିକୁ ପ୍ରଥମେ ଚାରିଛକ ହସପିଟାଲରେ ଭର୍ତି କରାଯାଇଥିଲା । ପରେ ତାକୁ କଟକ ବଡ଼ ଡ଼ାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଛି । ତା ନିକଟରୁ ପିସ୍ତଲ, ଜୀବନ୍ତ ଗୁଳି ଓ ବାଇକ୍ ଜବତ କରାଯାଇଛି । ବାଲି ଘାଟ ଗୁଳି କାଣ୍ଡ ଘଟଣାରେ ରବି ସମ୍ପୃକ୍ତ ଥିବା ଏସପି କହିଛନ୍ତି । ଓଡ଼ିଶା ସମାଚାର

About Author

admin

admin

Related Articles

0 Comments

No Comments Yet!

There are no comments at the moment, do you want to add one?

Write a comment

Write a Comment

five × two =