ଓଡ଼ିଶା ସମାଚାର

୧୨ ବର୍ଷ ନାବାଳିକାକୁ ଗଣ ଦୁଷ୍କର୍ମ ,୩ ଅଭିଯୁକ୍ତ ଗିରଫ

୧୨ ବର୍ଷ ନାବାଳିକାକୁ ଗଣ ଦୁଷ୍କର୍ମ ,୩ ଅଭିଯୁକ୍ତ ଗିରଫ

୧୨ ବର୍ଷ ନାବାଳିକାକୁ ଗଣ ଦୁଷ୍କର୍ମ ,୩ ଅଭିଯୁକ୍ତ ଗିରଫ
April 21
04:11 2017

ଘଟଗାଁ, ୨୧/୦୪/୨୦୧୭(ଓଡ଼ିଶା ସମାଚାର/ଚନ୍ଦ୍ରଶେଖର ସାହୁ) –ଘଟଗାଁ ଥାନା ଅନ୍ତର୍ଗତ ଡଳଙ୍ଗପାଣି ଗ୍ରାମର ଜଣେ ୧୨ ବଷର୍ର ନାବାଳିକା ଗଣ ଦୁଷ୍କର୍ମର ଶିକାର ହୋଇଛି । ଗତକାଲି ରାତିରେ ଗ୍ରାମରେ ଅନୁଷ୍ଟିତ ହେଉଥିବା ବାଦିପାଲା ଦେଖି ରାତି ପ୍ରାୟ ୧ଟା ସମୟରେ ପିଡିତା ଓ ତାର ଜଣେ ସାଙ୍ଗ ସହିତ ଘରକୁ ଫେରୁଥିବା ବେଳେ  ଘର ଠାରୁ କିଛି ଦୁରରେ ଏକ ନିଛାଟିଆ ସ୍ଥାନରେ ୩ ଜଣ ଆସି ତାକୁ ଜୋର ଜବରଦସ୍ତ ନିକଟସ୍ତ ଜଙ୍ଗଲକୁ ଉଠାଇ ନେଇଥିଲେ । ସେଠାରେ ପିଡିତା ସହିତ ଜଣକ ପରେ ଜଣେ ଦୁଷ୍କର୍ମ କରିବା ପରେ ଘଟଣାକୁ ପ୍ରକାଶ ନକରିବା ପାଇଁ ଭୟଭିତ କରାଇଥିଲେ । ଏପରିକି ତାକୁ ପଥରରେ ଛେଚି ହତ୍ୟା କରିବା ପାଇଁ ଉଦ୍ୟମ କରାଯାଇଥିବା ଅଭିଯୋଗ ମଧ୍ୟ ହୋଇଛି । ଅଭିଯୁକ୍ତ ମାନେ ଘଟଣା ପରେ ଫେରାର ହୋଇ ଯାଇଥିବା ବେଳେ ପିଡିତା ପରିବାର ଲୋକଙ୍କ ସହିତ ଆସି ଘଟଗାଁ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଅଭିଯୋଗ ପାଇବା ପରେ ଘଟଗାଁ ପୋଲିସ ୩ ଜଣ ଅଭିଯୁକ୍ତ ବରାଳ ନାୟକ, ଶ୍ରୀକାନ୍ତ ନାୟକ ଓ କେଦାର ନାୟକକୁ ଗିରଫ କରିଛି । ଓଡ଼ିଶା ସମାଚାର

About Author

admin

admin

Related Articles

0 Comments

No Comments Yet!

There are no comments at the moment, do you want to add one?

Write a comment

Write a Comment

twenty + three =

Polls

ଭାରତରେ ବିମୁଦ୍ରାକରଣ ଯୋଗୁ ସାଧାରଣ ଲୋକେ ହଇରାଣ ହେଉଛନ୍ତି କି ?

View Results

Loading ... Loading ...