ଓଡ଼ିଶା ସମାଚାର

୨୨ତମ ଏସିଆନ୍ ଆଥେଲେଟିକ୍ସ୍ ଚମ୍ପିୟନସିପ୍ – ୨୦୧୭ : ମେଡିକାଲ ଓ ଡୋପିଂ କମିଟି ପ୍ରଥମ ବୈଠକ

୨୨ତମ ଏସିଆନ୍ ଆଥେଲେଟିକ୍ସ୍ ଚମ୍ପିୟନସିପ୍ – ୨୦୧୭ : ମେଡିକାଲ ଓ ଡୋପିଂ କମିଟି ପ୍ରଥମ ବୈଠକ

୨୨ତମ ଏସିଆନ୍ ଆଥେଲେଟିକ୍ସ୍ ଚମ୍ପିୟନସିପ୍ – ୨୦୧୭ : ମେଡିକାଲ ଓ ଡୋପିଂ କମିଟି ପ୍ରଥମ ବୈଠକ
April 20
17:50 2017

ଭୁବନେଶ୍ୱର, ୨୦/୦୪/୨୦୧୭(ଓଡ଼ିଶା ସମାଚାର/ପ୍ରଭାକର ସାହୁ) – ଭୁବନେଶ୍ୱରରେ ଅନୁଷ୍ଠିତ ହେବାକୁ ଯାଉଥିବା ୨୨ତମ ଏସିଆନ୍ ଆଥେଲେଟିକ୍ସ୍ ଚମ୍ପିୟନସିପ୍ ୨୦୧୭ ପାଇଁ ଗଠିତ ମେଡିକାଲ ଓ ଡୋପିଂ କମିଟିର ପ୍ରଥମ ବୈଠକ ଆଜି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ କମିଶନର ତଥା ଶାସନ ସଚିବ ତଥା କମିଟିର ଚେୟାରମ୍ୟାନ ଡାଃ ପ୍ରମୋଦ କୁମାର ମେହେର୍ଦ୍ଧାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏହି ପ୍ରତିଯୋଗୀତାରେ ପ୍ରାୟ ୭୦୦ ରୁ ଉଦ୍ଧ୍ୱର୍ ପ୍ରତିଯୋଗୀ ଏବଂ ପଦାଧିକାରୀଙ୍କ ସମେତ ଏକ ହଜାରରୁ ଅଧିକ ଯୋଗ ଦେଉଛନ୍ତି । ସେମାନଙ୍କ ନିମନ୍ତେ ୨୪ ଘଂଟିଆ ସ୍ୱାସ୍ଥ୍ୟସେବାର ଆବଶ୍ୟକତା ରହିଛି । ସେଥି ନିମନ୍ତେ ମୁଖ୍ୟ ପ୍ରତିଯୋଗୀତା ସ୍ଥଳୀ ଏବଂ ସେମାନେ ରହିବା ନିମନ୍ତେ ବ୍ୟବସ୍ଥା କରାଯାଇଥିବା ହୋଟେଲ ଆଦିରେ ତୁରନ୍ତ ସ୍ୱସ୍ଥ୍ୟସେବା ପ୍ରଦାନ ବ୍ୟବସ୍ଥା କରାଯିବ । ଆଥେଲେଟିକ୍ ଫେଡେରେସନ ତରଫରୁ ଆବଶ୍ୟକ ଔଷଧର ଏକ ତାଲିକା ପ୍ରଦାନ କରାଯିବ । ସ୍ୱାସ୍ଥ୍ୟ ବିଭାଗ ତରଫରୁ ସେହି ସବୁ ଔଷଧ ବ୍ୟବସ୍ଥା କରାଯିବା ସହ ଆବଶ୍ୟକୀୟ ଡାକ୍ତର ଏବଂ ପାରାମେଡିକ୍ ମୁତୟନ କରାଯିବ । ନିର୍ଦ୍ଧିଷ୍ଟ ସ୍ଥାନରେ ଆମ୍ବୁଲାନ୍ସ ବ୍ୟବସ୍ଥା ମଧ୍ୟ କରାଯିବ । ସ୍ୱାସ୍ଥ୍ୟସେବା ନିର୍ଦ୍ଧେଶକ ଏବଂ କ୍ୟାପିଟାଲ ହସପିଟାଲ ନିର୍ଦ୍ଧେଶକ ପ୍ରତିଯୋଗୀତା ସ୍ଥଳୀ ଏବଂ ପ୍ରତିଯୋଗୀ ତଥା ପଦାଧିକାରୀମାନେ ରହିବାକୁ ବ୍ୟବସ୍ଥା କରାଯାଇଥିବା ହୋଟେଲ ଆଦି ପରିଦର୍ଶନ କରି ସେହି ସବୁ ସ୍ଥାନରେ ସ୍ୱାସ୍ଥ୍ୟସେବା ପ୍ରଦାନ ପାଇଁ କଣ କଣ ବ୍ୟବସ୍ଥା କରାଯିବ ସେ ନେଇ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ଡାଃ ମେହେର୍ଦ୍ଧା ନିର୍ଦ୍ଧେଶ ଦେଇଛନ୍ତି ।

ଆଥେଲେଟିକ୍ ଫେଡେରେସନର ସାଧାରଣ ମହାସଚିବ ସି.କେ.ଭାନ୍ସୋଲ ପ୍ରତିଯୋଗୀତା ସମୟରେ ସ୍ୱାସ୍ଥ୍ୟସେବା ପ୍ରଦାନର ବ୍ୟବସ୍ଥା ସଂପର୍କରେ ଆଲୋକପାତ କରିଥିଲେ । ଡୋପିଂ ପରୀକ୍ଷା ନିିମନ୍ତେ ଫେଡେରେସନ୍ ତପରଫରୁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯିବ । ସ୍ୱାସ୍ଥ୍ୟ ବିଭାଗ ଅତିରିକ୍ତ ସଚିବ ସୁରଜିତ ଦାଶ , ସ୍ୱାସ୍ଥ୍ୟସେବା ନିର୍ଦ୍ଧେଶକ ଡାଃ କୈଳାଶ ଚନ୍ଦ୍ର ଦାଶ , କ୍ୟାପିଟାଲ ହସପିଟାଲ ନିର୍ଦ୍ଧେଶକ ଡାଃ ପି.କେ.ଆଚାର୍ଯ୍ୟ ଏବଂ କ୍ରିଡା ଓ ଯୁବସେବା ବିଭାଗ ଅନୁସଚିବଙ୍କ ସମେତ ଅନ୍ୟାନ୍ୟ ବିଭାଗୀୟ ପଦାଧିକାରୀମାନେ ଉପସ୍ଥିତ ଥିଲେ । ଓଡ଼ିଶା ସମାଚାର

About Author

admin

admin

Related Articles

0 Comments

No Comments Yet!

There are no comments at the moment, do you want to add one?

Write a comment

Write a Comment

17 + 16 =

Polls

ଭାରତରେ ବିମୁଦ୍ରାକରଣ ଯୋଗୁ ସାଧାରଣ ଲୋକେ ହଇରାଣ ହେଉଛନ୍ତି କି ?

View Results

Loading ... Loading ...