ଓଡ଼ିଶା ସମାଚାର

ସୋସିଆଲ୍ ମିଡିଆରେ ଆପତିଜିଜନକ ଭିଡିଓ କୁ ନେଇ କେନ୍ଦ୍ରାପଡାରେ ୪୮ ଘଂଟା ଇଂଟରନେଟ୍ ସେବା ବନ୍ଦ୍

ସୋସିଆଲ୍ ମିଡିଆରେ ଆପତିଜିଜନକ ଭିଡିଓ କୁ ନେଇ କେନ୍ଦ୍ରାପଡାରେ ୪୮ ଘଂଟା ଇଂଟରନେଟ୍ ସେବା ବନ୍ଦ୍

ସୋସିଆଲ୍ ମିଡିଆରେ ଆପତିଜିଜନକ ଭିଡିଓ କୁ ନେଇ  କେନ୍ଦ୍ରାପଡାରେ ୪୮ ଘଂଟା ଇଂଟରନେଟ୍ ସେବା ବନ୍ଦ୍
April 20
13:08 2017

କେନ୍ଦ୍ରାପଡା, ୨୦/୦୪/୨୦୧୭(ଓଡ଼ିଶା ସମାଚାର) –ଭଦ୍ରକ ହିଂସାକାଣ୍ଡ ମନରୁ ନ ଲିଭୁଣୁ କେନ୍ଦ୍ରାପଡା ସହରରେ ସେହିଭଳି ସୋସିଆଲ୍ ମିଡିଆରେ ଏକ ଆପତିଜନକ ଭିଡିଓକୁ ନେଇ ବୁଧବାର ଦିନ ଉତେଜନା ପ୍ରକାଶ ପାଇଛି । ଏହି ଘଟଣା ପରେ କେନ୍ଦ୍ରାପଡାରେ ଇଂଟରନେଟ୍ ସେବାକୁ ବୁଧବାର  ଅପରାହ୍ନ ୩ ଟାରୁ ୪୮ ଘଂଟା ପାଇଁ ବନ୍ଦ ରଖିବାକୁ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ନିର୍ଦ୍ଧେଶ ଦିଆଯାଇଛି ।

ଖବରରୁ ପ୍ରକାଶ ଯେ, ଏକ ନିର୍ଦ୍ଧିଷ୍ଟ ଧାର୍ମିକ ଗୋଷ୍ଠୀର ପ୍ରାର୍ଥନା ବେଳର ଏକ ଆପତିଜନକ ଭିଡିଓ ସୋସିଆଲ୍ ମିଡିଆରେ ଛଡାଯାଇଛି । ଏହାକୁ ନେଇ କେନ୍ଦ୍ରାପଡା ସହରରେ ଉତେଜନା ପରିସ୍ଥିତି ଦେଖାଦେଇଛି । ସଂପୃକ୍ତ ଗୋଷ୍ଠୀର ବହୁଲୋକ ଫକିରାବାଦ ଠାରେ ରୁଣ୍ଡ ହୋଇ ଏହାକୁ ବିରୋଧ କରିବା ସହ ସୋସିଆଲ୍ ମିଡିଆରେ ପଠାଇଥିବା ସଂପୃକ୍ତ ବ୍ୟକ୍ତିକୁ ଗିରଫ କରିବା ପାଇଁ ଦାବି କରିଛନ୍ତି । ଏ ସଂପର୍କରେ ଖବର ପାଇ ପୋଲିସ ଓ ପ୍ରଶାସନ ଘଟଣାସ୍ଥଳରେ ପହଂଚି ପରିସ୍ଥିତିକୁ ଆୟତ କରିଥିଲେ । କେନ୍ଦ୍ରାପଡା ଏସ୍.ପି. ସଂପୃକ୍ତ ବ୍ୟକ୍ତିଙ୍କୁ ତୁରନ୍ତ ଗିରଫ କରାଯିବ ବୋଲି ପ୍ରତିଶ୍ରୁତି ଦେବା ପରେ ପରିସ୍ଥିତି ଟିକେ ଶାନ୍ତ ରହିଛି । ଆଇନଶୃଙ୍ଖଳା ପରିସ୍ଥିତି ଆଶଙ୍କା କରି ସମଗ୍ର ସହରରେ ୫ ପ୍ଲାଟୁନ୍ ପୋଲିସ ମୁତୟନ କରାଯାଇଛି ।

ବର୍ତମାନ ସୁଦ୍ଧା କୌଣସି ଅପ୍ରତିକର ଘଟଣା ଘଟିନଥିଲେ ମଧ୍ୟ  ପରିସ୍ଥିତି ର ସମୀକ୍ଷା କରିବା ଓ ସାହି ମୁରବୀ ମାନଙ୍କ ସହିତ ଆଲୋଚନା କରିବା ପାଇଁ କେନ୍ଦ୍ରାଂଚଳ ଆଇଜି ସୌମେନ୍ଦ୍ର ପ୍ରିୟଦର୍ଶୀ କେନ୍ଦ୍ରାପଡ଼ାରେ ପହଂଚି ପରିସ୍ଥିତିର ଅନୁଧ୍ୟାନ କରିବା ସହିତ ସାହି ମୁରବି ମାନଙ୍କୁ ନେଇ ହେବାକୁ ଥିବା ଶାନ୍ତି କମିଟି ବୈଠକରେ ଯୋଗ ଦେବେ । ତେବେ ବର୍ତମାନ ସୁଦ୍ଧା କୌଣସି ଅପ୍ରତିକର ପରିସ୍ଥିତି ଘଟିନଥିବା ଜଣାଯାଇଛି । ଓଡ଼ିଶା ସମାଚାର

About Author

admin

admin

Related Articles

0 Comments

No Comments Yet!

There are no comments at the moment, do you want to add one?

Write a comment

Write a Comment

5 × four =

Polls

ଭାରତରେ ବିମୁଦ୍ରାକରଣ ଯୋଗୁ ସାଧାରଣ ଲୋକେ ହଇରାଣ ହେଉଛନ୍ତି କି ?

View Results

Loading ... Loading ...