ଓଡ଼ିଶା ସମାଚାର

କୋଟିପତି ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀଙ୍କ ଘରେ ଭିଜିଲାନସ ଚଢଉ

କୋଟିପତି ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀଙ୍କ ଘରେ ଭିଜିଲାନସ ଚଢଉ

April 20
11:28 2017

କଟକ ୨୦/୦୪/୨୦୧୭(ଓଡ଼ିଶା ସମାଚାର) –ଆୟ ବହିର୍ଭୁତ ସମ୍ପତି ଠୁଳ ଅଭିଯୋଗରେ ଭିଜିଲାନସ ପକ୍ଷରୁ  ଭୁବନେଶ୍ୱର ୟୁନିଟ-୩ ସତ୍ୟନଗରସ୍ଥିତ ଆର ଆଣ୍ଡ ବି ସବଡିଭିଜନ-୧୨ ର ଆସିଷ୍ଟାଂଟ ଏକଜିକୁ୍ୟଟିଭ ଇଂଜିନିୟର ରମାକାନ୍ତ ମିଶ୍ର ଙ୍କ ଘର ଓ ଅଫିସ ଆଦି ରେ ଭିଜିଲାନସ ବିଭାଗ ପକ୍ଷରୁ ଚଢଉ କରାଯାଇଛି । ଏହି ଚଢଉ ସମୟରେ ତାଙ୍କର ପ୍ରାୟ ୧ କୋଟି ୪୨ ଟକ୍ଷ ୩ ହଜାର ୨୮୭ ଟଙ୍କା ମୂଲ୍ୟର ସ୍ଥାବର ଓ ଅସ୍ଥାବର ସମ୍ପତି ଠାବ କରାଯାଇଛି । ବିଭାଗୀୟ ସୂତ୍ରରୁ ମିଳିଥିବା ସୂଚନାନୁସାରେ ଭୁବନେଶ୍ୱର ପାଣ୍ଡବ ନଗରରେ ଥିବା ତ୍ରିତଳ ପ୍ରାସାଦ, ନୟାଗଡ ଦେବୋତର କଲୋନୀ ରେ ଥିବା ତ୍ରିତଳ ପ୍ରାସାଦ, ନୟାଗଡ ବଡ ପଣ୍ଡୁସରା ରେ ଥିବା ପୈତୃକ ଘର, ଭୁବନେଶ୍ୱରରେ ଥିବା ଅଫିସ, ନୟାଗଡ ଘଡୁଆଳ ରେ ଥିବା ତାଙ୍କ ସାନଭାଇ ଶ୍ରୀକାନ୍ତ ମିଶ୍ର ଙ୍କର ଭଡାଘର, ଦୁର୍ଗାପ୍ରସାଦ ରେ ଥିବା ମା ମଙ୍ଗଳା ବାଜାଜ ଅଟୋ ଏଜେନସି, ଇଟାମାଟି ଥିବା ଚିନ୍ତାମଣିଶ୍ୱର ଗ୍ୟାସ ଏଜେନସି, ଭୁବନେଶ୍ୱର ୟୁନିଟ ୧ ମାର୍କେଟରେ ଥିବା ଦୋକାନ(ପିଣ୍ଡି), ଇଟାମାଡି ବଡପଣ୍ଡୁସରାରେ ଥିବା ତାଙ୍କ ସାନଭାଇ ଶ୍ରୀକାନ୍ତ ମିଶ୍ର ଙ୍କର ଆବାସିକ ଘର, ଆଦି ସ୍ଥାନରେ ଏକକାଳୀନ ଚଢଉ କରାଯାଇଥିଲା । ଶ୍ରୀ ମିଶ୍ର ଗତ ୧୯୮୧ ମସିହା ନଭେମ୍ବର ୨ ତାରିଖରେ ଜୁନିଅର ଇଂଜିନିଅର ଭାବରେ ସରକାରୀ ଚାକିରି ରେ ଯୋଗ ଦେଇ ୨୦୧୪ ମସିହାରେ ଆସିଷ୍ଟାଂଟ ଇଂଜିନିଅର ପାହ୍ୟାକୁ ପଦୋନ୍ନତି ପାଇଥିଲେ । ନିକଟରେ ସେ ଆସିଷ୍ଟାଂଟ ଏକଜିକୁ୍ୟଟିଭ ଇଂଜିନିଅର(ଏଇଇ) ପଦକୁ ପଦୋନ୍ନତି ପାଇ ଏବେ ଭୁବନେଶ୍ୱର ଆର ଆଣ୍ଡ ବି ସବଡିଭିଜନ-୧୨ ରେ ଏଇଇ ଭାବରେ କାର୍ଯ୍ୟରତ ଅଛନ୍ତି । ଆଜିର ଚଢଉ ସମୟରେ ଭିଜିଲାନସ ବିଭାଗ ପକ୍ଷରୁ ତାଙ୍କର ୨୪ ଲକ୍ଷ ୪୧ ହଜାର ୫୯୩ ଟଙ୍କା ମୂଲ୍ୟର ଏକ ତ୍ରିତଳ ପ୍ରସାଦ, ୪୦ ଲକ୍ଷ ୫୯ ହଜାର ୮୭୭ ଟଙ୍କା ମୂଲ୍ୟ ର ଅନ୍ୟ ଏକ ତ୍ରିତଳ କୋଠା, ୨୫ ଲକ୍ଷ ୮୬ ହଜାର ୨୩୨ ଟଙ୍କା ମୂଲ୍ୟ ର ୬ ଟି ପ୍ଲଟ୍, ନଗଦ ୩୦ ହଜାର ୯୦୦ ଟଙ୍କା, ୨ ଲକ୍ଷ ୪୧ ହଜାର ୯୬୦ ଟଙ୍କା ମୂଲ୍ୟ ର ସୁନା ଓ ରୂପା ଗହଣା, ୭ ଲକ୍ଷ ୬୦ ହଜାର ୯୦ ଟଙ୍କା ର ଗୃହୋପକରଣ ସାମଗ୍ରୀ, ୪,୨୦,୦୦୦ ଟଙ୍କା ମୂଲ୍ୟ ର ଚେଭ୍ରୋଲେଟ ବିଟ କାର୍, ୯ ଲକ୍ଷ ଟଙ୍କା ମୂଲ୍ୟ ର ଟ୍ରାଭେରା କାର୍, ୮ ହଜାର ଟଙ୍କା ମୂଲ୍ୟ ର ବୁଲେଟ ମଟରସାଇକେଲ, ୫୧ ହଜାର ଟଙ୍କା ମୂଲ୍ୟ ର ୨ ଟି ହୁଣ୍ଡା ଆକ୍ଟିଭା, ଶ୍ରୀ ମିଶ୍ର ଓ ପରିବାର ସଦସ୍ୟ ଙ୍କ ନାମରେ ବିଭିନ୍ନ ବ୍ୟାଙ୍କ ଆଦି ରେ ଥିବା ୨୧ ଲକ୍ଷ ୨୦ ହଜାର ୧୩୨ ଟଙ୍କା ର ଡିପୋଜିଟ, ଟାଟା ଏଆଇଜି/ବାଜାଜ ଆଲାଏନସ/ ଇଣ୍ଡିଆ ଫାଷ୍ଟ ଲାଇଫ ଇନସୁରାନସ ଆଦି ରେ ଲାଗିଥିବା ୩ ଟକ୍ଷ ୩୩ ହଜାର ୫୦୩ ଟଙ୍କା, ଭୁବନେଶ୍ୱର ୟୁନିଟ-୧ ମାର୍କେଟରେ କିଣାଯାଇଥିବା ୨ ଲକ୍ଷ ୫୦ ହଜାର ଟଙ୍କା ମୂଲ୍ୟ ର ପିଣ୍ଡି(ଦୋକାନ) ଆଦି ଠାବ କରାଯାଇଥିବାର ବିଭାଗୀୟ ସୂତ୍ରରୁ ଜଣାପଡିଛି । ଓଡ଼ିଶା ସମାଚାର

About Author

admin

admin

Related Articles

0 Comments

No Comments Yet!

There are no comments at the moment, do you want to add one?

Write a comment

Write a Comment

2 × three =