ଓଡ଼ିଶା ସମାଚାର

ସ୍ଥଗିତ ଥିବା ସ୍ଥାନରେ ବିଜେଡ଼ି ର ବିଜୟ

ସ୍ଥଗିତ ଥିବା ସ୍ଥାନରେ ବିଜେଡ଼ି ର ବିଜୟ

ସ୍ଥଗିତ ଥିବା ସ୍ଥାନରେ ବିଜେଡ଼ି ର ବିଜୟ
April 20
04:44 2017

ଭୁବନେଶ୍ୱର, ୨୦/୦୪/୨୦୧୭(ଓଡ଼ିଶା ସମାଚାର) –ଚଳିତ ୨୦୧୭ ତ୍ରିସ୍ତରୀୟ ପଂଚାୟତ ନିର୍ବାଚନରେ ମାନ୍ୟବର ହାଇକୋର୍ଟଙ୍କ ଅନ୍ତରିଣ ରହିତାଦେଶ ଯୋଗୁ ୪ଟି ବ୍ଲକର ସମିତି ସଭ୍ୟ ଏବଂ ଜିଲ୍ଲା ପରିଷଦ ପ୍ରାର୍ଥୀଙ୍କ ମୃତୁ୍ୟ ଯୋଗୁ ସ୍ଥଗିତ ଥିବା ମୋଟ ୧୪ଟି ସ୍ଥାନରେ ମତଦାନ ହୋଇଯାଇଛି । ସେଥିମଧ୍ୟରୁ ଦଶପଲ୍ଲା ନିର୍ବାଚନ ମଣ୍ଡଳୀ ଗଣିଆ ବ୍ଳକର ୮ ନମ୍ବର ଜୋନ୍ରେ ବିଜେଡିର ଜିଲ୍ଲା ପରିଷଦ ସଭ୍ୟ ମହେଶ୍ୱର ମହାରଣା ୪୦୦୦ ଭୋଟ ବ୍ୟବଧାନରେ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦ୍ୱୀ ବିଜେପିର ପ୍ରାର୍ଥୀଙ୍କୁ ହରାଇଛନ୍ତି । ସେହିପରି ପର୍ଜଙ୍ଗ ବ୍ଲକ ସମିତି ସଭ୍ୟ ନିର୍ବାଚନରେ ୨୯ଟି ସମିତି ସଭ୍ୟ ଆସନରୁ ୨୩ଟିରେ ବିଜୟୀ ହୋଇଥିବା ବେଳେ ଭବାନୀପାଟଣା ବ୍ଲକର ୩୬ଟି ସମିତି ସଭ୍ୟ ଆସନରୁ ୨୦ଟିରେ ବିଜେଡି ସମର୍ଥôତ ପ୍ରାର୍ଥୀମାନେ ବିଜୟ ଲାଭ କରିଛନ୍ତି । ସେହିପରି ରେଙ୍ଗାଳି ବ୍ଲକରେ ବିଜେଡି ସମର୍ଥôତ ସମିତି ସଭ୍ୟ ପ୍ରାର୍ଥୀମାନଙ୍କର ବିପୁଳ ବିଜୟ ହୋଇଥିବା ଖବର ହସ୍ତଗତ ହୋଇଛି ବୋଲି ଏକ ସାମ୍ବାଦିକ ସମ୍ମିଳନୀରେ ବିଜେଡି ଉପ-ସଭାପତି ତଥା ବିଧାୟକ ସୂର୍ଯ୍ୟନାରାୟଣ ପାତ୍ର କହିଛନ୍ତି । ଏହି ସାମ୍ବାଦିକ ସମ୍ମିଳନୀରେ ବିଧାୟକ ପ୍ରିୟଦର୍ଶୀ ମିଶ୍ର ଉପସ୍ଥିତ ଥିଲେ । ଓଡ଼ିଶା ସମାଚାର

About Author

admin

admin

Related Articles

0 Comments

No Comments Yet!

There are no comments at the moment, do you want to add one?

Write a comment

Write a Comment

eighteen − sixteen =