ନବଜ୍ୟୋତି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ “ନୂଆଁ ଓଡ଼ିଶା” କାର୍ଯ୍ୟକ୍ରମ

ଭୁବନେଶ୍ୱର,୧୨/୧୨/୨୦୨୩ (ଓଡ଼ିଶା ସମାଚାର)-ଆଜି ନବଜ୍ୟୋତି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଚକର କେନ୍ଦ ଠାରେ ଓଡ଼ିଶା ସରକାର ଙ୍କ  “ନୂଆଁ ଓଡ଼ିଶା” କାର୍ଯ୍ୟକ୍ରମ କୁ ବିଦ୍ୟାଳୟ ଅଧ୍ୟକ୍ଷ ଶ୍ରୀ ହୃଷିକେଶ ସାହୁ ଉଦଘାଟନ କରିଥିଲେ ଏବଂ ଏହାର ପ୍ରଥମ ପର୍ଯ୍ୟାୟରେ ବିଦ୍ୟାଳୟରେ  “କ୍ରୀଡ଼ା ପ୍ରତିଯୋଗୀତା” ଅନୁଷ୍ଠିତ କରାଯାଇଥିଲା । ଆଜି ବିଦ୍ୟାଳୟର ଖେଳ ଶିକ୍ଷକ ଶ୍ରୀ ସୁବଳ ସାହୁ ଙ୍କ ତତ୍ତ୍ଵାବଧାନ ରେ ଯୁକ୍ତ ଦୁଇ ପ୍ରଥମ ବର୍ଷ ଓ ଦ୍ଵିତୀୟ ବର୍ଷ  ପିଲା ମାନଙ୍କ ମଧ୍ୟରେ ଚତ୍ମକାର ଫୁଟବଲ ଖେଳ ପ୍ରଦର୍ଶନ କରା ଯାଇଥିଲା । ପରିଶେଷରେ ଯୁକ୍ତ ଦୁଇ ପ୍ରଥମ ବର୍ଷ ପିଲାମାନେ ଫୁଟବଲ୍  ପ୍ରତିଯୋଗୀତା ରେ ବାଜି ମାରି ବିଜେତା ଘୋଷିତ ହୋଇଥିଲେ । ଉକ୍ତ କ୍ରୀଡା ଉତ୍ସବ ରେ ବିଦ୍ୟାଳୟର ଅନ୍ୟ ଶିକ୍ଷକ ଓ କର୍ମଚାରୀ ବୃନ୍ଦ ଉପସ୍ଥିତ ରହି ପିଲାମାନଙ୍କର ମନ ଉତ୍ସାହିତ କରିଥିଲେ ।

Leave a Reply

Your email address will not be published. Required fields are marked *