ଓଡ଼ିଶା ସମାଚାର

ନାମକୁ ମାତ୍ର ଗୋଷ୍ଠୀସ୍ୱାସ୍ଥ୍ୟକେନ୍ଦ୍ର, ଗୋଟିଏ ଦିନରେ ୭ ଜଣ ରୋଗୀଙ୍କୁ କେନ୍ଦୁଝର ରେଫର

ନାମକୁ ମାତ୍ର ଗୋଷ୍ଠୀସ୍ୱାସ୍ଥ୍ୟକେନ୍ଦ୍ର, ଗୋଟିଏ ଦିନରେ ୭ ଜଣ ରୋଗୀଙ୍କୁ କେନ୍ଦୁଝର ରେଫର

ନାମକୁ ମାତ୍ର ଗୋଷ୍ଠୀସ୍ୱାସ୍ଥ୍ୟକେନ୍ଦ୍ର, ଗୋଟିଏ ଦିନରେ ୭ ଜଣ ରୋଗୀଙ୍କୁ କେନ୍ଦୁଝର ରେଫର
April 19
12:57 2017

ହରିଚନ୍ଦନପୁର, ୧୯/୦୪/୨୦୧୭(ଓଡ଼ିଶା ସମାଚାର) –କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ସ୍ଥିତ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଦୀର୍ଘ ଦିନ ଧରୀ ରୋଗୀସେବା ବିପର୍ଯ୍ୟସ୍ତ ହୋଇ ପଡିଛି । ଦୀର୍ଘଦିନ ହେବ ଶିଶୁ ରୋଗପାଇଁ ଡାକ୍ତର ନଥିବାରୁ ଶିଶୁ ମାନେ ଚିକିସôାରୁ ବଂଚିତ ହେଉଛନ୍ତି । ଦୀର୍ଘ ଦିନ ହେବ ଖାଲି ପଡିରହି ଥିବା ଡାକ୍ତର ପଦବି ପୂରଣ ନହୋଇ ଏହାସହିତ ଅନ୍ୟଡାକ୍ତର ପଦବି ଖାଲି ପଡିଛି । ସ୍ୱାସ୍ଥ୍ୟ କେନ୍ଦ୍ରଟି ଉପରେ ବ୍ଲକର ୨୫ ଟି ପଂଚାୟତ ନିର୍ଭର କରି ଆସୁଥିବା ସହିତ ପାଖାପାଖି ଅଂଚଳର ବହୁ ଜନସାଦାରଣ ଲୋକେ କରନ୍ତି । ଏହି ସମସ୍ୟାକୁ ନେଇ ଅଂଚଳ ବାସୀଙ୍କ ପକ୍ଷରୁ ଆନ୍ଦୋଳନ ମଧ୍ୟ ହୋଇଥିଲା । ଖବରରୁ ପ୍ରକାଶ, ସ୍ୱାସ୍ଥ୍ୟକେନ୍ଦ୍ରଟିରେ ଆବଶ୍ୟକ ଅନୁସାରେ ଡାକ୍ତର ନଥିବାରୁ ସାମାନ୍ୟ ଜୋର ହେଉବା ଯେକୌଣସି ରୋଗହେଉ ସେମାନଙ୍କୁ ଏଠାରେ ପ୍ରାଥମିକ ଚିକିସôା କରିବା ପରେ ସେମାନଙ୍କୁ କେନ୍ଦୁଝର ମୂଖ୍ୟ ଚିକିସôାଳୟକୁ ପଠାଇ ଦେଉଥିବା ଅଭିଯୋଗ ହୋଇଛି । ଗରିବ ଆଦିବାସୀ ଲାକେମାନେ ଯେପରି କମ ଖର୍ଚ୍ଚରେ ରୋଗ ଆରଗ୍ୟ ହୋଇ ପାରିବେ ସେଥିପାଇଁ ଲୋକେ କମ ଟଙ୍କାନେଇ ମେଡିକାଲକୁ ଆସିଥାନ୍ତି । କିନ୍ତୁ ପରିତାପର ବିଷୟ ଏମାନଙ୍କୁ ପ୍ରାଥମିକ ଚିକିସôା କରିବା ପରେ କେନ୍ଦୁଝର ଚିକିସôାଳୟକୁ ପଠାଇ ଦେଉଥିବାରୁ ଲୋକମାନେ ଅଧିକ ଖର୍ଚ୍ଚାନ୍ତ ହେଉଥିବା ଜଣା ପଡିଛି । ସ୍ୱାସ୍ଥ୍ୟ କେନ୍ଦ୍ରଟିରେ ଡାକ୍ତର ମାନଙ୍କର ଅନୁପସ୍ଥି ଯୋଗୁଁ ଚଳିତ ସପ୍ତାହ ରବିବାର ଦିନ ଦେଖିବାକୁ ମିଳିଥିଲା ଏକ ଅଭାବନୀୟ ଘଟଣା । ଘଟଣାଟି ହେଲା ସେହିଦିନ ସକାଳୁ-ସନ୍ଧ୍ୟା ଭିତରେ ୭ ଜଣ ରୋଗୀଙ୍କୁ କେନ୍ଦୁଝର ମୂଖ୍ୟ ଚିକିସôାଳୟକୁ ପଠାଇ ଥିବା ଜଣା ପଡିଛି । ଏପରି ଘଟଣାକୁ ନେଇ ଅଂଚଳରେ ତୀବ୍ର ଅସନ୍ତୋଷ ଦେଖା ଦେଇଛି । ବ୍ଲକଟିରେ ଜୁଆଙ୍ଗ, କୋଲ, ମୁଣ୍ଡା, ସହର ପରି ଅନେକ ଆଦିବାସୀ ଜନଜାତି ବସବାସ କରିଥାନ୍ତି । ଏମାନେ ପ୍ରାୟତ୍ୱ ସବୁବେଳେ ମ୍ୟାଲେରିଆ ଜୋରରେ ସବୁବେଳେ ପିଡିତ ରହିଥାନ୍ତି । ଯାହାହେଲେ ଏମାନେ ଚିକିସôା ନିମନ୍ତେ ଏହି ସ୍ୱାସ୍ଥ୍ୟ କେନ୍ଦ୍ର ଉପରେ ଭରଷା କରିଥାନ୍ତି ହେଲେ ଏମାନଙ୍କୁ ଜଦି କେନ୍ଦୁଝର ମୁଖ୍ୟ ଚିକିସôାଳୟକୁ ପଠାଇ ଦେଉଥିବାରୁ ଅନ୍ୟତା ଅଧିକ ଖର୍ଚ୍ଚାନ୍ତରେ ପଡିଥାନ୍ତି । ଅଂଚଳର ସ୍ୱାର୍ଥକୁ ଆଖିଆଗରେ ରଖି ପ୍ରଶାସନ ଯଦି ଡାକ୍ତର ନିୟୋଜିତ କରନ୍ତେ ତେବେ ଏପରି ଘଟଣା ମାନ ଆଉ ଦେଖିବାକୁ ମିଳନ୍ତା ନାହିଁବୋଲି ବୁଦ୍ଧିଯିବିମାନେ ମତ ପ୍ରକାଶ କରିଛନ୍ତି । ଏଥିପ୍ରତି ଜିଲ୍ଲାପାଳ ଦୃଷ୍ଟିଦେବାକୁ ଅଂଚଳରେ ଦାବି ହୋଇଛି । ଓଡ଼ିଶା ସମାଚାର

 

About Author

admin

admin

Related Articles

0 Comments

No Comments Yet!

There are no comments at the moment, do you want to add one?

Write a comment

Write a Comment

eighteen − thirteen =

Polls

ଭାରତରେ ବିମୁଦ୍ରାକରଣ ଯୋଗୁ ସାଧାରଣ ଲୋକେ ହଇରାଣ ହେଉଛନ୍ତି କି ?

View Results

Loading ... Loading ...