୩୦ତମ ନିରାକାରପୁର ସର୍ବ ଭାରତୀୟ ସଖା ସଂଘ ଫୁଟବଲ : ୫-୪ ଗୋଲରେ ଖଡ଼ଗପୁର ଏମ ବି ସି କୁ ହରାଇ ପପୁଲାର, ଢେଙ୍କାନାଳ ଫାଇନାଲରେ ପ୍ରବେଶ

ନିରାକାରପୁର, ୧୧/୧୨/୨୦୨୩ (ଓଡ଼ିଶା ସମାଚାର)-ଖୋର୍ଦ୍ଧା ଜିଲ୍ଲା ନିରାକାରପୁର ସଖା ସଂଘ କ୍ରୀଡ଼ା ସଂସଦ ଆନୁକୁଲ୍ୟରେ କ୍ଷେତ୍ରବାସୀ କଲେଜ ଷ୍ଟାଡିୟମରେ ୩୦ତମ ନିରାକାରପୁର ସର୍ବ ଭାରତୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହେଉଛି। ଆଜିର ପ୍ରଥମ ସେମି ଫାଇନାଲ ମ୍ୟାଚରେ ୫-୪ ଗୋଲରେ ଖଡ଼ଗପୁର ଏମ ବି ସି କୁ ପପୁଲାର, ଢେଙ୍କାନାଳ ହରାଇ ଫାଇନାଲକୁ ପ୍ରବେଶ କରିଛି। ଆଜିର ମ୍ୟାଚ ଖଡ଼ଗପୁର ଏମ ବି ସି ଏବଂ ପପୁଲାର କ୍ଲବ, ଢେଙ୍କାନାଳ ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ଖେଳର ପ୍ରଥମାର୍ଦ୍ଧ ଓ ଦ୍ୱିତୀୟାର୍ଧ ଖେଳ ଶେଷ ସୁଦ୍ଧା ଉଭୟ ଦଳର ସ୍କୋର ଶୂନ୍ୟ ରହିଥିଲା। ଫଳରେ ରେଫରୀ ଟାଇବ୍ରେକର ସାହାଯ୍ୟ ନିଆଯାଇଥିଲା। ଏଥିରେ ୫-୪ ଗୋଲରେ ଖଡ଼ଗପୁର ଏମ ବି ସି କୁ ପପୁଲାର, ଢେଙ୍କାନାଳ ହରାଇ ଫାଇନାଲକୁ ପ୍ରବେଶ କରିଛି। ଆଜିର ଖେଳକୁ ସୁଶାନ୍ତ କୁମାର ମିଶ୍ର, ଅଭିନାଶ ପଟ୍ଟନାୟକ, ଏମ ଏସ ବେଗ,ହୃଦାନନ୍ଦ ମହତରାୟ ଓ ଅକ୍ଷୟ କୁମାର ପଟ୍ଟନାୟକ ପରିଚାଳନା କରିଥିଲେ। ଆଜିର ମ୍ୟାଚରେ ମୁଖ୍ୟ ଅତିଥି ଭାବେ ଡ ପୂର୍ଣ୍ଣ ଚନ୍ଦ୍ର ଦାଶ, ସମ୍ମାନୀତ ଅତିଥି ଭାବେ ବ୍ଲକ ଉପାଧକ୍ଷ ଦୁର୍ଗା ପ୍ରସାଦନାଥ ଶର୍ମା, ସମାଜସେବୀ ଲକ୍ଷ୍ମୀଧର ସାମନ୍ତରାୟ, ରଘୁନାଥ ପୁରୀ, ବିଶିଷ୍ଟ କବି ଆର୍ତ୍ତତ୍ରାଣ ସାହୁ, ପ୍ରଶାନ୍ତ କୁମାର ସାହୁ, ସମାଜସେବୀ ନବ କିଶୋର ଭୁଜବଳ, ଫକିରୁଦ୍ଧିନ ସାହା,ସରପଂଚ ବିନୋଦୀନି ଦାଶ, ଶରତ ବଡ଼ଜେନା , ଜାଫର ଅଲ୍ଲୀ ସାହା ପ୍ରମୁଖ ଉପସ୍ଥିତ ରହି ଖେଳାଳି ମାନଙ୍କୁ ଉତ୍ସାହିତ କରିଥିଲେ। ସଖାସଂଘ କ୍ରୀଡ଼ା ସଂସଦ ସଭାପତି ବିପିନ କୁମାର ଜୟସିଂହ ସମାରୋହରେ ସଭାପତିତ୍ବ କରିଥିଲେ । ସଭାକୁ ପ୍ରଶାନ୍ତ କୁମାର ପାଟ୍ଟଶାଣୀ ପରିଚାଳନା କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଉପସଭାପତି ଶ୍ୟାମ ସୁନ୍ଦର ପଟ୍ଟନାୟକ, ସଂପାଦକ  ଭାଗିରଥି ପ୍ରଧାନ, ସହ ସମ୍ପାଦକ ଦୀପକ କୁମାର ପ୍ରଧାନ, ଯୁଗ୍ମ ସମ୍ପାଦକ ଉମେଶ ଚନ୍ଦ୍ର ମିଶ୍ର, କୋଷାଧ୍ୟକ୍ଷ ହରିହର ସିଂହ, ବରିଷ୍ଠ କର୍ମକର୍ତ୍ତା ମହେଶ୍ୱର ବେହେରା,ଲଲାଟେନ୍ଦୁ ରଥ, ଲଛମନ ନାୟକ ଙ୍କ ସମେତ ସମସ୍ତ ସଭ୍ୟସହଯୋଗ କରିଥିଲେ। ଏହି ଅବସରରେ ଅତିଥିମାନେ ସଂଘ ସହ ସମ୍ପାଦକ ଦୀପକ କୁମାର ପ୍ରଧାନ ଙ୍କ ସ୍ୱର୍ଗୀୟା ମାତା ଉଷାରାଣୀ ପ୍ରଧାନ ଓ ଉପସଭାପତି ଶ୍ୟାମ ସୁନ୍ଦର ପଟ୍ଟନାୟକଙ୍କ  ସ୍ୱର୍ଗୀୟା ଧର୍ମପତ୍ନୀ ପ୍ରମିଳା ପଟ୍ଟନାୟକଙ୍କ ସ୍ମୃତି ଉଦ୍ଦେଶ୍ୟରେ ଉଭୟ ଦଳର ଖେଳାଳି କାଳିଆ ବରାଳ ଓ ମଙ୍ଗଳ ମାରାଣ୍ଡିଙ୍କୁ ସ୍ମୃତି ଉଦ୍ଦେଶ୍ୟରେ ପ୍ରଦାନ କରାଯାଇଥିଲା।ଆସନ୍ତା କାଲି ମ୍ୟାଚ ୟଙ୍ଗ ଉତ୍କଳ, କଟକ ବନାମ ଏସ ପି ଏମ ଏଫସି, ବିଶାଖାପାଟଣା ମଧ୍ୟରେ ଅନୁଷ୍ଠିତ ହେବ।

Leave a Reply

Your email address will not be published. Required fields are marked *