ପୁରାତନ ବନ୍ଧୁମାନଙ୍କ ଆବର୍ତମାନରେ ସ୍ମୃତିସଭା

କେନ୍ଦ୍ରାପଡ଼ା, ୧୦/୧୨/୨୦୨୩ (ଓଡ଼ିଶା ସମାଚାର)-କେନ୍ଦ୍ରାପଡା ବଳଦେବ ଉଚ୍ଚ ବିଦ୍ୟାଳୟ ଓ ସରକାରୀ ଉଚ୍ଚ ବିଦ୍ୟାଳୟର ପୁରାତନ ଛାତ୍ର ଏବଂ ପରିବାର ଏକାଠି ହୋଇ ଦିବଂଗତ ବନ୍ଧୁମାନଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି । ଯୁକ୍ତରାଷ୍ଟ୍ର ଆମେରିକାରେ ଦୀର୍ଘ ୫୦ବର୍ଷ ଧରି ଅବସ୍ଥାନ କରୁଥିବା ପ୍ରଫେସର ଡଃ. ଦେବେନ୍ଦ୍ର କୁମାର ଦାସଙ୍କ ଆହ୍ୱାନ କ୍ରମେ ପ୍ରତ୍ୟେକ ବର୍ଷ କେନ୍ଦ୍ରାପଡାରେ ସେ ପହଂଚିବା ପରେ ସାଙ୍ଗମାନଙ୍କୁ ଏକତ୍ରିତ କରି ଏକ ବନ୍ଧୁମିଳନ କରିଥାନ୍ତି । ନିକଟରେ ୮ଜଣ ବନ୍ଧୁଙ୍କର ତିରୋଧାନ ହୋଇଥିବାରୁ ଆଜି ସେମାନଙ୍କ ପରିବାର ବର୍ଗ ଓ ଅନ୍ୟ ବନ୍ଧୁମାନଙ୍କୁ ନେଇ ଶ୍ରୀଗୋବିନ୍ଦଜୀଉ ମନ୍ଦିର ପରିସରରେ ଏକ ସ୍ମୃତିସଭା ଅନୁଷ୍ଠିତ ହୋଇଥିଲା । ପ୍ରଫେସର ଡଃ. ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସେହି ସ୍ମୃତିସଭାରେ ସମସ୍ତ ବନ୍ଦୁମାନେ ଉପସ୍ଥିତ ରହି ଦିବଂଗତ ବନ୍ଧୁମାନଙ୍କ ସ୍ମୃତିଚାରଣ କରିବା ସହ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ ।

Leave a Reply

Your email address will not be published. Required fields are marked *