ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ବିଜ୍ଞାନ ସମ୍ପର୍କୀତ ଜ୍ଞାନ ଅଧିକରୁ ଅଧିକ ବିକଶିତ କରିବା ବିଜ୍ଞାନ ମେଳାର ଲକ୍ଷ୍ୟ

ମାହ ମାହାଙ୍ଗା , ୦୯/୧୨/୨୦୨୩ (ଓଡ଼ିଶା ସମାଚାର)- ଝାଡେଶ୍ୱରପୁର ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ବିଜ୍ଞାନ ପ୍ରଦର୍ଶନୀକୁ ଉଦ୍ଘାଟନ କରି ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ବିଜ୍ଞାନ ସମ୍ପର୍କୀତ ଜ୍ଞାନ ଅଧିକରୁ ଅଧିକ ବିକଶିତ କରିବା ଲକ୍ଷ୍ୟ ନେଇ ବିଜ୍ଞାନ ମେଳା ଆୟୋଜନ କରିବା ଉପରେ ଗୁରୁତ୍ୱଦେବାକୁ ଉଦ୍ଘାଟକ ତଥା ମୁଖ୍ୟ ଅତିଥି ଜିଲା ବିଜ୍ଞାନ ପରିଦର୍ଶକ ଅକ୍ଷୟ କୁମାର ନନ୍ଦ କହିଥିଲେ । ଏହି ବିଜ୍ଞାନ ପ୍ରଦର୍ଶନୀ ଉତ୍ସବରେ ବିଦ୍ୟାଳୟର ପ୍ରଧାନଶିକ୍ଷୟିତ୍ରୀ ଲିପ୍ସା ପ୍ରଧାନଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିଲା । ମୁଖ୍ୟ ବକ୍ତା ଭାବେ ପୂର୍ବତନ ପ୍ରଧାନ ଶିକ୍ଷକ ଚୌ. ରମାକାନ୍ତ ପ୍ରହରାଜ ଯୋଗଦେଇ ବିଜ୍ଞାନ ଶିକ୍ଷା ପ୍ରତି ଛାତ୍ରଛାତ୍ରୀମାନେ ଅଧିକରୁ ଅଧିକ ଆଗ୍ରହ ସୃଷ୍ଟି ଉପରେ ଗୁରୁତ୍ୱ ପ୍ରଦାନ କରିଥିଲେ । ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ମୋଟ ୩୪ଟି ବିଜ୍ଞାନ ପ୍ରକଳ୍ପ ପଦର୍ଶିତ ହୋଇଥିଲା ।
ବିଚାରକ ଭାବେ ଭବାନୀ ବାଳିକା ଉଚ୍ଚ ବିଦ୍ୟାଳୟର ବିଜ୍ଞାନ ଶିକ୍ଷୟିତ୍ରୀ ମଧୁସ୍ମିତା ଜେନା ଏବଂ ପଂଚାୟତ ବାଳିକା ବିଦ୍ୟାଳୟର ବିଜ୍ଞାନ ଶିକ୍ଷୟିତ୍ରୀ ଶୁଭ୍ରପୁଣ୍ୟୋତୟା ଯୋଗଦେଇ ପିଲାମାନଙ୍କର କୃତୀର ମୂଲ୍ୟାଙ୍କନ କରିଥିଲେ । ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ସମସ୍ତ ଶିକ୍ଷକ/ ଶିକ୍ଷୟିତ୍ରୀ, ଶିକ୍ଷାକର୍ମଚାରୀ ସହଯୋଗ କରିଥିଲେ । ଝାଡେଶ୍ୱରପୁର ସରକାରୀ ଉଚ୍ଚ ବିଦ୍ୟାଳୟରେ ଅନୁଷ୍ଠିତ ବିଜ୍ଞାନ ମେଳା ସୂଚାରୁ ରୂପେ ସଂପାଦିତ ହୋଇଥିଲା ।

Leave a Reply

Your email address will not be published. Required fields are marked *